ସଂସ୍କୃତ

ସଂସ୍କୃତ (/ˈsænskrɪt/, संस्कृत-, saṃskṛta-, ସାଧାରଣତଃ संस्कृतम्, saṃskṛitam) ବିଶ୍ବର ଏକ ପୁରାତନ ତଥା ଭାରତରେ ପ୍ରଚଳିତ ଏକ ଶାସ୍ତ୍ରୀୟ ଭାଷା । ଏହା ଭାରୋପୀୟ ଭାଷା ପରିବାରର ଏକ ଆର୍ଯ୍ୟ ଭାଷା । ଏହାର ପୂର୍ବବର୍ତ୍ତୀ ଭାଷାଗୁଡ଼ିକ ପ୍ରାକ୍ତନ ତାମ୍ର ଯୁଗରେ ଉତ୍ତର-ପଶ୍ଚିମରୁ ବିସ୍ତାର ଲାଭ କଲାପରେ ଏହା ଦକ୍ଷିଣ ଏସିଆରେ ବ୍ୟାପୀଥିଲା । ସଂସ୍କୃତ ହିନ୍ଦୁ ଧର୍ମର ପବିତ୍ର ଭାଷା ଓ ଶାସ୍ତ୍ରୀୟ ହିନ୍ଦୁ ଦର୍ଶନ ଶାସ୍ତ୍ରରେ, ବୌଦ୍ଧ ଏବଂ ଜୈନ ଧର୍ମର ଐତିହାସିକ ପାଠ୍ୟରେ ବ୍ୟବହାର ହୋଇଥିଲା । ଏହା ପ୍ରାଚୀନ ଏବଂ ମଧ୍ୟଯୁଗୀୟ ଦକ୍ଷିଣ ଏସିଆରେ ଏକ ସଂଯୋଗ ଭାଷା ଥିଲା ଏବଂ ପ୍ରାରମ୍ଭିକ ମଧ୍ୟଯୁଗୀୟ ଯୁଗରେ ଦକ୍ଷିଣ ପୂର୍ବ ଏସିଆ, ପୂର୍ବ ଏସିଆ ଏବଂ ମଧ୍ୟ ଏସିଆକୁ ହିନ୍ଦୁ ଏବଂ ବୌଦ୍ଧ ସଂସ୍କୃତି ବ୍ୟାପିବା ପରେ ଏହା ଧର୍ମ ଏବଂ ଉଚ୍ଚ ସଂସ୍କୃତିର ଭାଷା ଏବଂ ଏହି କ୍ଷେତ୍ରରେ ରାଜନୈତିକ ଉଚ୍ଚବର୍ଗଙ୍କ ଭାଷାରେ ପରିଣତ ହୋଇଥିଲା । ଫଳରେ ବିଶେଷ କରି ବିଭିନ୍ନ ଦକ୍ଷିଣ ଏସିଆ, ଦକ୍ଷିଣପୂର୍ବ ଏସିଆ ଏବଂ ପୂର୍ବ ଏସିଆର ଭାଷାଗୁଡ଼ିକର ଔପଚାରିକ ଏବଂ ପରିବର୍ତ୍ତିତ ଶବ୍ଦାବଳୀ ଉପରେ ସଂସ୍କୃତ ସ୍ଥାୟୀ ପ୍ରଭାବ ପକାଇଥିଲା ।

ସଂସ୍କୃତ
संस्कृतम् saṃskṛtam
ଅଞ୍ଚଳଦକ୍ଷିଣ ଏସିଆ (ପୁରାତନ ଓ ମଧ୍ୟଯୁଗ),
ଦକ୍ଷିଣପୂର୍ବ ଏସିଆର ଅଂଶ (ମଧ୍ୟଯୁଗ)
ମାତୃଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
ଇଣ୍ଡୋ-ଇଉରୋପୀୟ
  • ଇଣ୍ଡୋ-ଇରାନୀୟ
    • ଇଣ୍ଡୋ-ଆର୍ଯ୍ୟ
      • ସଂସ୍କୃତ
କୌଣସି ମୂଳ ଲିପି ନାହିଁ
ଦେବନାଗରୀରେ ସାଧାରଣତଃ ଲେଖାଯାଏ, ବିଭିନ୍ନ ବ୍ରାହ୍ମୀ-ଆଧାରିତ ଲିପି, ଏବଂ ଲାଟିନ ଲିପି
ଆଧିକାରିକ ସ୍ଥିତି
କେଉଁଠି ରାଜଭାଷା:
ସଂସ୍କୃତ ଭାରତ ଭାରତର ରାଜ୍ୟଗୁଡ଼ିକ ଉତ୍ତରାଖଣ୍ଡହିମାଚଳ ପ୍ରଦେଶ
ଭାରତର ୨୨ ଗୋଟି ଅନୁସୂଚିତ ଭାଷାଗୁଡ଼ିକ ଭିତରୁ ଏକ
ଭାଷା କୋଡ୍
ISO ୬୩୯-୧sa
ISO ୬୩୯-୨san
ISO ୬୩୯-୩san

ସଂସ୍କୃତ ସାଧାରଣତଃ ଅନେକ ପୁରୁଣା ଇଣ୍ଡୋ-ଆର୍ଯ୍ୟ ଭାଷା ପ୍ରକାରକୁ ସୂଚାଏ । ଏହାର ସବୁଠାରୁ ପୁରୁଣା ହେଉଛି ଋକବେଦରେ ମିଳୁଥିବା ବୈଦିକ ସଂସ୍କୃତ । ତାହା ଖ୍ରୀ.ପୂ. ୧୫୦୦ ମସିହାରୁ ଖ୍ରୀ.ପୂ. ୧୨୦୦ ମସିହା ମଧ୍ୟରେ ରଚନା କରାଯାଇଥିବା ୧,୦୨୮ଟି ଶ୍ଳୋକକୁ ନେଇ ଗଠିତ ଓ ଏସବୁକୁ ବର୍ତ୍ତମାନର ଉତ୍ତର ପାକିସ୍ତାନ ଓ ଆଫଗାନିସ୍ତାନରୁ ଉତ୍ତର ଭାରତର ଆଡ଼କୁ ପୂର୍ବମୁଖୀ ହୋଇ ପ୍ରବାସ କରୁଥିବା ଇଣ୍ଡୋ-ଆର୍ଯ୍ୟ ଜନଜାତିମାନେ ରଚନା କରିଥିଲେ । ବୈଦିକ ସଂସ୍କୃତ ଭାରତୀୟ ଉପମହାଦେଶର ପୂର୍ବବର୍ତ୍ତୀ ପ୍ରାଚୀନ ଭାଷାମାନଙ୍କ ସହ ଆଦାନ ପ୍ରଦାନ କରିବା ବେଳେ ପ୍ରଥମ କରି ଭେଟିଥିବା ଗଛ ଏବଂ ପଶୁମାନଙ୍କ ନାମ ମଧ୍ୟ ଆହରଣ କରିଥିଲା । ଏହା ବ୍ୟତୀତ ପ୍ରାଚୀନ ଦ୍ରାବିଡ଼ ଭାଷାଗୋଷ୍ଠୀ ସଂସ୍କୃତର ଧ୍ୱନିବିଜ୍ଞାନ ଏବଂ ଗଠନକୁ ପ୍ରଭାବିତ କରିଥିଲେ । "ସଂସ୍କୃତ" ମଧ୍ୟ ଅତି ସାଧାରଣ ଭାବେ ଶାସ୍ତ୍ରୀୟ ସଂସ୍କୃତକୁ ସୂଚାଏ । ଶାସ୍ତ୍ରୀୟ ସଂସ୍କୃତ ଏକ ୧ମ ମସିହାର ମଧ୍ୟଭାଗରେ ଉତ୍ପନ୍ନ ହୋଇଥିବା ଏବଂ ପ୍ରାଚୀନ ବ୍ୟାକରଣଗୁଡ଼ିକ ମଧ୍ୟରେ ସବୁଠାରୁ ବ୍ୟାପକ ଭାବେ ପାଣିନୀଙ୍କ ଅଷ୍ଟାଧ୍ୟାୟୀଦ୍ୱାରା ("ଆଠଟି ଅଧ୍ୟାୟ") ମାନକୀକରଣ ହୋଇଥିଲା । କାଳିଦାସ ସଂସ୍କୃତ ଭାଷାର ସର୍ବଶ୍ରେଷ୍ଠ ନାଟ୍ୟକାର ଓ ସେ ଶାସ୍ତ୍ରୀୟ ସଂସ୍କୃତରେ ଲେଖୁଥିଲେ । ଆଧୁନିକ ଗଣିତର ମୂଳଦୁଆ ପ୍ରଥମେ ଶାସ୍ତ୍ରୀୟ ସଂସ୍କୃତରେ ବର୍ଣ୍ଣନା କରାଯାଇଥିଲା । ତେବେ ସଂସ୍କୃତରେ ରଚିତ ଦୁଇ ପ୍ରମୁଖ ମହାକାବ୍ୟ ମହାଭାରତ ଏବଂ ରାମୟଣ ବିଭିନ୍ନ ମୌଖିକ କାହାଣୀ ବର୍ଣ୍ଣନା ଶୈଳୀରେ ରଚିତ ଓ ଏହି ସଂସ୍କୃତକୁ ମହାକାବ୍ୟ ସଂସ୍କୃତ କୁହାଯାଉଥିଲା । ଏହା ଉତ୍ତର ଭାରତରେ ଖ୍ରୀ.ପୂ. ୪୦୦ରୁ ଖ୍ରୀ.ପୂ. ୩୦୦ ମଧ୍ୟରେ ବ୍ୟବହୃତ ହୋଇଥିଲା ଏବଂ ଶାସ୍ତ୍ରୀୟ ସଂସ୍କୃତର ପ୍ରାୟ ସମସାମୟିକ ଥିଲା । ଏହା ପର ଶତାବ୍ଦୀ ମଧ୍ୟରେ ସଂସ୍କୃତ ପରମ୍ପରାବଦ୍ଧ ହୋଇ ପ୍ରଥମ ଭାଷା ଭାବରେ ଶିଖାଯିବା ବନ୍ଦ ହେଲା ଏବଂ ଶେଷରେ ଏକ ଜୀବନ୍ତ ଭାଷା ଭାବରେ ବିକଶିତ ହେବା ବନ୍ଦ ହେଲା ।

ଆଧାର

Tags:

ଜୈନ ଧର୍ମବୌଦ୍ଧ ଧର୍ମହିନ୍ଦୁ ଧର୍ମ

🔥 Trending searches on Wiki ଓଡ଼ିଆ:

ବିର୍ସା ମୁଣ୍ଡା୬୦୨ବିଦ୍ୟାଳୟସୁକୁମାର ସେନସଂସଦୀୟ ଗଣତନ୍ତ୍ରୟୁରୋପଫକୀର ମୋହନ ସେନାପତିଗୋପୀନାଥ ମହାନ୍ତିଖାଦ୍ୟଜାତୀୟ ସଂସଦ (ଜାପାନ)ଅଖିଳ ମୋହନ ପଟ୍ଟନାୟକଗୁରୁପ୍ରଣବ ପ୍ରକାଶ ଦାସକୃଷ୍ଣପ୍ରଧାନ ପୃଷ୍ଠାମଣିଷଗୋଲୋକ ବିହାରୀ ଧଳମୋଗଲ ସାମ୍ରାଜ୍ୟAnifrolumabସତ୍ୟନାରାୟଣ ରାଜଗୁରୁହିଙ୍ଗୁଳା ମନ୍ଦିରଇଣ୍ଡୋନେସିଆଇଷ୍ଟ୍ରାଡେଫାଇଲିନବ୍ରଜନାଥ ବଡ଼ଜେନାସ୍ପେନପ୍ଲାଟିପସମୋହନ ଭୋଗଜ୍ଞାନକୋଷ୧୧ଉଇକିକଥାଅଟିଜିମ୍‌ଶୁକ୍ରବାରଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କର୍କଟ ରୋଗବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶକ୍ତି ପୀଠଇଷ୍ଟ ଇଣ୍ଡିଆ କମ୍ପାନୀଆଲେକ୍‌ଜାଣ୍ଡର୍ ମହାନଓଡ଼ିଶାର ଇତିହାସସୁଭାଷ ଚନ୍ଦ୍ର ବୋଷଶୁକ୍ର୧୧ ଅପ୍ରେଲରବୀନ୍ଦ୍ରନାଥ ଠାକୁରକିଶୋରୀ ଚରଣ ଦାସବ୍ୟଞ୍ଜନ ବର୍ଣ୍ଣଚିତ୍ତରଞ୍ଜନ ଦାସହଂକଂକାନାଡ଼ାକେନ୍ଦୁଝର ଜିଲ୍ଲାଓଡ଼ିଶାର ସଂସ୍କୃତିଉତ୍କଳ ସମ୍ମିଳନୀରାୟଗଡ଼ା ରେଳ ଷ୍ଟେସନରବି ସିଂଗଙ୍ଗାଧର ମେହେରସଚ୍ଚିଦାନନ୍ଦ ରାଉତରାୟଭୀମ ଭୋଇସ୍ୱର ବର୍ଣ୍ଣପୋଙ୍ଗଲଜଣ୍ଡିସ୍ଜଗନ୍ନାଥ୪ ଅପ୍ରେଲପ୍ରାଣବନ୍ଧୁ କରଟିକୋନାଜୋଲପୌଷଭାରତର ସଂସ୍କୃତିବ୍ରହ୍ମୋତ୍ରୀ ମହାନ୍ତି🡆 More