ଗର୍ଭପାତ: ଇଛାକୃତ ଗର୍ଭ ନଷ୍ଟ

ଗର୍ଭପାତ ଏକ ପଦ୍ଧତି ଯାହାଦ୍ୱାରା ବର୍ଭସ୍ଥ ଶିଶୁ ବା (ଫିଟସ୍)କୁ ଓ ଭୃଣକୁ ତାର ନିଜସ୍ୱ ଜୀବନ ନିର୍ବାହ ଶକ୍ତି ପାଇବା ପୂର୍ବରୁ ଗର୍ଭଚ୍ୟୁତ କରାଯାଏ । ସ୍ୱତଃ ଗର୍ଭପାତ ହେଲେ ତାହାକୁ ଇଂରାଜୀରେ ମିସ୍‌କ୍ୟାରେଜ (miscarriage) ନାମ ଦିଆଯାଏ । ଇଚ୍ଛାନୁଯାୟୀ କଲେ ଏହାକୁ ଇନ୍‌ଡ୍ୟୁସ୍‌ଡ୍ ଗର୍ଭପାତ (ଇଂରାଜୀରେ induced abortion) କୁହାଯାଏ । ସାଧାରଣ ଭାବେ ଇଚ୍ଛାକୃତ ଗର୍ଭାପାତକୁ ହିଁ ଗର୍ଭପାତ ବୋଲି ବୁଝାଯାଏ । ବଞ୍ଚିବା ଶକ୍ତି ଆସିବା ପରେ ଗର୍ଭାବସ୍ଥାକୁ ସମାପ୍ତ କଲେ ତାହାକୁ ବିଳମ୍ବିତ ଗର୍ଭାବସ୍ଥା ସମାପ୍ତି (ଇଂରାଜୀରେ late termination of pregnancy) କୁହାଯାଏ ।

Induced abortion
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିପ୍ରସୂତୀ ବିଜ୍ଞାନ[*]
ଆଇସିଡ଼ି-୧୦O04.
ଆଇସିଡ଼ି-୯-ସିଏମ୍779.6
ରୋଗ ଡାଟାବେସ4153
ମେଡ଼ିସିନ-ପ୍ଲସ002912
ଇ-ମେଡ଼ିସିନarticle/252560
Patient UKଗର୍ଭପାତ

ନାମକରଣ

ପଦ୍ଧତି ଓ ସୁରକ୍ଷା

ଆଧୁନିକ ଚିକିତ୍ସାଶାସ୍ତ୍ରରେ ଇଚ୍ଛାକୃତ ଗର୍ଭପାତ ନିମନ୍ତେ ଔଷଧ ବା ଅପରେଶନର ସାହାଯ୍ୟ ନିଆଯାଏ । ପ୍ରଥମ ତ୍ରୈମାସିକରେ ଅପରେଶନ ସଦୃଶ ଫଳପ୍ରଦ ହେଉଥିବା ଦୁଇଟି ଔଷଧ 'ମିଫେପ୍ରିସ୍ଟୋନ' ( mifepristone) ଓ 'ପ୍ରୋସ୍ଟାଗ୍ଲାନ୍‌ଡୋମ' (prostaglandin) ଉପଲବ୍‌ଧ ହେଉଛି । ଦ୍ୱିତୀୟ ତ୍ରୈମାସିକରେ ଔଷଧ ଫଳପ୍ରଦ ହେଲେ ମଧ୍ୟ ଅପରେଶନ କଲେ ପାର୍ଶ୍ୱପ୍ରତିକ୍ରିୟା ସଙ୍କଟ କମ୍ ରହୁଛି । ଗର୍ଭପାତ ପରେ ସଙ୍ଗେ ସଙ୍ଗେ ଜନ୍ମ ନିରୋଧ ବଟିକା ବା ଇଣ୍ଟ୍ରାୟୁଟେରାଇନ ଡିଭାଇସ୍ ବ୍ୟବ‌ହାର କରିବାକୁ ଉପଦେଶ ଦିଆଯାଏ । ସ୍ଥାନୀୟ ନିୟମ ଅନୁକୂଳରେ ବିକଶିତ ଦେଶମାନଙ୍କରେ ଦୀର୍ଘକାଳୀନ ଇତିହାସରେ ଗର୍ଭପାତ ଏକ ନିରାପଦ ପ୍ରକ୍ରିୟା ଭାବେ ସ୍ୱକୃତି ପାଇଛି । ଅଣଜଟିଳ ଗର୍ଭପାତଦ୍ୱାରା ଦୀର୍ଘକାଳୀନ ମାନସିକ ଓ ଶାରୀରିକ ଅସୁବିଧା ହୁଏ ନାହିଁ । ପୃଥିବୀରେ ସମସ୍ତ ମହିଳାଙ୍କୁ ସମାନ ସ୍ତରର ନିରାପଦ ଓ କାନୁନୀ ଗର୍ଭପାତ କରେଇବାକୁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଉଛି । ପ୍ରତିବର୍ଷ ଅସୁରକ୍ଷିତ ବର୍ଭପାତ ଯୋଗୁ ପୃଥିବୀରେ ପ୍ରାୟ ୪୭.୦୦୦ ମାତୃ ମୃତ୍ୟୁ ଓ ୫ ନିୟୁତ ଡାକ୍ତରଖାନା ଆଡ୍‌ମିସନ୍ ହେଉଛି ।

ରୋଗନୁଶୀଳନ

ପ୍ରତିବର୍ଷ ପୃଥିବୀରେ ପ୍ରାୟ ୪୪ ନିୟୁତ ଗର୍ଭପାତ କରାଯାଉଛି ଓ ତନ୍ମମଧ୍ୟରୁ ଅଧାରୁ କମ୍ ଅସୁରକ୍ଷିତ ଅଟେ । ଦଶବର୍ଷାଧିକର ପରିବାର ନିୟନ୍ତ୍ରଣ ଓ ଜନ୍ମ ନିୟନ୍ତ୍ରଣ ଶିକ୍ଷା ସତ୍ତ୍ୱେ ସନ ୨୦୦୩ରୁ ୨୦୦୮ ମଧ୍ୟରେ ଗର୍ଭପାତ ହାର କିଛି କମ୍ ହୋଇନି । ସନ ୨୦୦୮ରେ ପୃଥିବୀର ମହିଳାମାନେ କୌଣସି ପ୍ରଶ୍ନ ବିନା କାନୁନୀ ଗର୍ଭପାତ କରାଇଛନ୍ତି, କିନ୍ତୁ କେତେ ପର୍ଯ୍ୟନ୍ତ କରିପାରିବେ, ତାହାର ଏକ ସୀମା ଅଛି ।

ଇତିହାସ, ସମାଜ ଓ ସଂସ୍କୃତି

ଇନ୍‌ଡ୍ୟୁସ୍‌ଡ ଗର୍ଭପାତର ଲମ୍ବା ଇତିହାସ ଅଛି । ବିବିଧ ଉପାୟ ଯଥା ବୃକ୍ଷଲତା ସମ୍ବନ୍ଧୀୟ, ମୂନିଆ ଯନ୍ତ୍ର ସାହାଯ୍ୟରେ, ଶାରୀରିକ ଆଘାତଦ୍ୱାରା ଓ ପୁରାତନ କାଳରୁ ଗତାନୁଗତିକ ପଦ୍ଧତି ସାହାଯ୍ୟରେ ଏହା ଚାଲିଛି । ପୃଥିବୀର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ନିୟମରେ, କେତେ ଅନ୍ତରରେ ଓ ସାଂସ୍କୃତିକ ତ‌ଥା ଧାର୍ମିକ ନିୟମରେ କରାଯିବ ତାହାର ଭିନ୍ନ ଭିନ୍ନ ମତ ଅଛି । ଧର୍ଷଣ, ଫିଟସ ଅସୁବିଧା, ସାମାଜିକ-ଅର୍ଥନୈତିକ କାରଣ ଓ ମାତାର ସ୍ୱାସ୍ଥ୍ୟ ସଙ୍କଟ ହେଲେ ଏହା ନ୍ୟାୟିକ ଭାବରେ କରାଯାଏ । ପୃଥିବୀର ଅନେକ ସ୍ଥାନରେ ନୈତିକ, କାନୁନୀ ଓ ନୀତିଗତ କାରଣରୁ ଜନସାଧରଣଙ୍କ ମତର ଭିନ୍ନତା ଦେଖାଯାଏ । ବିରୁଦ୍ଧାଚରଣ କରୁଥିବା ଲୋକଙ୍କ ମତ: ଗର୍ଭରେ ଥିବା ପ୍ରାଣ ଜୀବନ୍ତ ଅଟେ, ତାହାର ବଞ୍ଚିବା ଅଧିକାର ଅଛି ଓ ତାହାକୁ ମାରିବା ହତ୍ୟା ସାଥିରେ ସମାନ । ଏହା ସପକ୍ଷରେ ଥିବା ଲୋକଙ୍କ ମତ: ମହିଳାମାନଙ୍କର ନିଜସ୍ୱ ଶରୀରର ସମସ୍ୟା ନିଜେ ନିର୍ଦ୍ଧରଣ କରିବାର ଅଧିକାର ଅଛି ଓ ଏହା ମାନବିକ ଅଧିକାର ଅନ୍ତର୍ଭୁକ୍ତ ।

ଆଧାର

Tags:

ଗର୍ଭପାତ ନାମକରଣଗର୍ଭପାତ ପଦ୍ଧତି ଓ ସୁରକ୍ଷାଗର୍ଭପାତ ରୋଗନୁଶୀଳନଗର୍ଭପାତ ଇତିହାସ, ସମାଜ ଓ ସଂସ୍କୃତିଗର୍ଭପାତ ଆଧାରଗର୍ଭପାତ

🔥 Trending searches on Wiki ଓଡ଼ିଆ:

ଭାରତୀୟ ଜାତୀୟ କଂଗ୍ରେସଫତୁରାନନ୍ଦଶିବସୁନାସମ୍ବଲପୁର ଜିଲ୍ଲାବୁଦ୍ଧ ପୂର୍ଣ୍ଣିମାଗୋପାଳ ଛୋଟରାୟକପିଳେନ୍ଦ୍ର ଦେବଜଗନ୍ନାଥ ମନ୍ଦିରକ୍ଲାଉଡ଼ ଟେକ୍ନୋଲୋଜିଅର୍ଥଶାସ୍ତ୍ରଦ୍ରୌପଦୀ ମୁର୍ମୁଲଣ୍ଡନମନୋରଞ୍ଜନ ଦାସରାଧାମୋହନ ଗଡ଼ନାୟକଇରା ମହାନ୍ତିଓଟାୱାୟୁରୋପବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଶ୍ରୀ ଅରବିନ୍ଦଉତ୍କଳ ଦିବସ୧୯୮୮କଟକ ଜିଲ୍ଲାଅନ୍ତରା ଚକ୍ରବର୍ତ୍ତୀପ୍ରସନ୍ନ କୁମାର ପାଟ୍ଟଶାଣୀବିଜୟ ମିଶ୍ରଆମ୍ବଚିକିତ୍ସା ବିଜ୍ଞାନମନମୋହନ ସାମଲଓଡ଼ିଆ ସାହିତ୍ୟର ଇତିହାସକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା୧୮୬୬ହନୁମାନବେକ୍ଲୋମେଟାଜୋନ ଡାଇପ୍ରୋପିଓନେଟବାଲେଶ୍ୱର ଜିଲ୍ଲାପ୍ରହ୍ଲାଦ ନାଟକସଚ୍ଚିଦାନନ୍ଦ ରାଉତରାୟବନ୍ଦେ ଉତ୍କଳ ଜନନୀଓଡ଼ିଶା ବିଧାନ ସଭାସରଳା ଦେବୀଅଶୋକ (ସମ୍ରାଟ)ବଲାଙ୍ଗୀର୬ ଜୁଲାଇମଧୁସୂଦନ ଦାସଓଧଫାଲଗୁନଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିବିବାହଶ୍ରୀଧର ଦାସବ୍ରହ୍ମୋତ୍ରୀ ମହାନ୍ତିମାଗୁଣି ଚରଣ ଦାସ୩୪୩ଆଶ୍ୱିନବିର୍ସା ମୁଣ୍ଡାକୋଷମେଟ୍ରୋନିଡାଜୋଲପଖାଳ ଦିବସ୭ ଅପ୍ରେଲପରିସଂଖ୍ୟାନଦେବ୍ରାଜ ଲେଙ୍କାନକ୍ସଲବାଦଉଦ୍‌ବେଗବିଶ୍ୱ ଘରଚଟିଆ ଦିବସଭୂମିକମ୍ପମହମ୍ମଦମଙ୍ଗଳ ପାଣ୍ଡେ🡆 More