ଧର୍ମ: ମାନବ ର ପ୍ରତିଦ୍ୱନ୍ଦୀ

ଧର୍ମ ହେଉଛି ନିର୍ଦ୍ଦିଷ୍ଟ ଆଚରଣ ଏବଂ ଅଭ୍ୟାସ, ବିଶ୍ୱ ଦୃଷ୍ଟିକୋଣ, ଦିବ୍ଯଗ୍ରନ୍ଥ, ତୀର୍ଥ, ଭବିଷ୍ୟବାଣୀ, ନୈତିକତା ଇତ୍ଯାଦି ଯାହା ମାନବକୁ ଆଲୌକିକ, ଆଧ୍ୟୟନିକ କିମ୍ବା ଆଧ୍ୟାତ୍ମିକ ଉପାଦାନ ସହିତ ଜଡ଼ିତ କରୁଥିବା ସାମାଜିକ-ସାଂସ୍କୃତିକ ବ୍ୟବସ୍ଥା । ତେବେ ସ୍ପଷ୍ଟ ଭାବରେ ଧର୍ମର ସଜ୍ଞା ଉପରେ ଏପର୍ଯ୍ୟନ୍ତ କୌଣସି ଅଧ୍ୟୟନପ୍ରସୂତ ସହମତି ନାହିଁ ।

ଧର୍ମ: ମାନବ ର ପ୍ରତିଦ୍ୱନ୍ଦୀ
ଧର୍ମ: ମାନବ ର ପ୍ରତିଦ୍ୱନ୍ଦୀ
ବାରଟି ବିଶ୍ୱ ଧାର୍ମିକ ଅଭିଯାନର ପ୍ରତୀକ, ଅକ୍ଷର କ୍ରମରେ
ଖ୍ରୀଷ୍ଟ ଧର୍ମ, ବାହାଇ ବିଶ୍ୱାସ
ବୌଦ୍ଧ ଧର୍ମ, ତାଓବାଦ, ହିନ୍ଦୁ ଧର୍ମ, ଇସ୍ଲାମ
ଶିଣ୍ଟୋବାଦ, ଜୈନ ଧର୍ମ, ଇହୁଦୀ ଧର୍ମ, ପାଗାନବାଦ
ଚୀନୀ ଲୋକ ପରମ୍ପରା, ଶିଖ ଧର୍ମ

ଭିନ୍ନ ଭିନ୍ନ ଧର୍ମରେ ଦିବ୍ୟ, ପବିତ୍ର ବସ୍ତୁ, ବିଶ୍ୱାସ, ଅଲୌକିକ ଜୀବ କିମ୍ବା ଅଲୌକିକ ଜୀବନ କିମ୍ବା "ଅବଶିଷ୍ଟ ଜୀବନ ପାଇଁ ମାନଦଣ୍ଡ ଏବଂ ଶକ୍ତି ପ୍ରଦାନ କରିବା ଭଳି କିଛି ଚିରନ୍ତନତା ଏବଂ ଅପାର୍ଥିବତା" ଆଦି ବିଷୟ ରହିଥାଇପାରେ କିମ୍ବା ନଥାଇପାରେ । ଧାର୍ମିକ ଅଭ୍ୟାସଗୁଡ଼ିକ ଭିତରେ ରୀତିନିତି, ଧର୍ମୋପଦେଶ, (ଦେବତା ଏବଂ/କିମ୍ବା ସନ୍ଥମାନଙ୍କ ପ୍ରତି) ସ୍ମାରକ କିମ୍ବା ଅତ୍ୟଧିକ ସମ୍ମାନ , ବଳିଦାନ, ପର୍ବ, ଭୋଜି, ପ୍ରଣାମ, ଆରମ୍ଭ, ଅନ୍ତିମକ୍ରିୟା, ବିବାହ କାର୍ଯ୍ୟ, ଧ୍ୟାନ, ପ୍ରାର୍ଥନା, ସଂଗୀତ, କଳା, ନୃତ୍ୟ, ଜନ ସେବା କିମ୍ବା ମାନବ ସଂସ୍କୃତିର ଅନ୍ୟ ଦିଗ ଅନ୍ତର୍ଭୁକ୍ତ ହୋଇପାରେ । ଧର୍ମଗୁଡ଼ିକରେ ବିଭିନ୍ନ ପରାଭୌତିକ କାହାଣୀସବୁ ରହିଛି । ଏସବୁ ପବିତ୍ର ଶାସ୍ତ୍ର, ପ୍ରତୀକ ଏବଂ ପବିତ୍ର ସ୍ଥାନମାନଙ୍କରେ ସଂରକ୍ଷିତ ହୋଇ ରହେ ଏବଂ ତାହାର ଉଦ୍ଦେଶ୍ୟ ସାଧାରଣତଃ ଜୀବନକୁ ଅର୍ଥପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ହୋଇଥାଏ । ଧର୍ମରେ ଥିବା ସାଙ୍କେତିକ କାହାଣୀସବୁକୁ ବେଳେବେଳେ ଅନୁଗାମୀମାନେ ସତ୍ୟ ବୋଲି କହିଥାନ୍ତି । ଏସବୁର ଉଦ୍ଦେଶ୍ୟ ଜୀବନର ଉତ୍ପତ୍ତି, ବ୍ରହ୍ମାଣ୍ଡ ଏବଂ ଅନ୍ୟାନ୍ୟ ଜିନିଷର ବ୍ୟାଖ୍ୟା କରିବା । ପାରମ୍ପରିକ ଭାବେ କାରଣ ରହିତ ବିଶ୍ୱାସକୁ ଧାର୍ମିକ ବିଶ୍ୱାସର ଉତ୍ସ ଭାବେ ବିବେଚନା କରାଯାଇଛି ।

ବିଶ୍ୱରେ ପ୍ରାୟ ୧୦,୦୦୦ରୁ ଅଧିକ ଧର୍ମ ରହିଛି । ବିଶ୍ୱ ଜନସଂଖ୍ୟାର ୮୪ ଭାଗ ଲୋକ ଖ୍ରୀଷ୍ଟ, ହିନ୍ଦୁ, ଇସ୍ଲାମ, ବୌଦ୍ଧ ତଥା ଲୋକପ୍ରଥା ସହ ଯୋଡି ହୋଇଛନ୍ତି । ଅବଶିଷ୍ଟ ଲୋକମାନେ ନିଜକୁ କୌଣସି ନିର୍ଦ୍ଦିଷ୍ଟ ଧର୍ମର ବୋଲି ଭାବନ୍ତି ନାହିଁ କିମ୍ବା ସେମାନେ ନିଜକୁ ନାସ୍ତିକ ବୋଲି ମାନନ୍ତି ।

ଆଧାର

ବାହାର ତଥ୍ୟ


Tags:

🔥 Trending searches on Wiki ଓଡ଼ିଆ:

ଇତିହାସୟୁ ଟ୍ୟୁବଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଲାଟିନ ଭାଷାଫାଲଗୁନଆଣ୍ଟିଅକ୍ସିଡାଣ୍ଟଗଙ୍ଗା ଦଶହରାସୀତାକାନ୍ତ ମହାପାତ୍ରଇସଲାମ ଧର୍ମମନମୋହନ ସାମଲଧର୍ମବିଷ୍ଣୁମହାଦେଶରଥଯାତ୍ରାବୌଦ୍ଧ ଧର୍ମନୀଳକଣ୍ଠ ଦାସଭଗବତୀ ଚରଣ ପାଣିଗ୍ରାହୀଦ୍ରାଘିମାବନ୍ଦେ ଉତ୍କଳ ଜନନୀଗୋପବନ୍ଧୁ ଦାସନଅଙ୍କ ଦୁର୍ଭିକ୍ଷସମ୍ବଲପୁରତୁଷାରକାନ୍ତି ବେହେରାପ୍ରଧାନ ପୃଷ୍ଠାପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଓଡ଼ିଆ ଭାଷାଇନଷ୍ଟାଗ୍ରାମWikisourceଗଣନ ସଂଖ୍ୟାଜଳବିଦ୍ୟୁତ୍ମୟୂରଭଞ୍ଜ ଜିଲ୍ଲାଗୁଗଲବେଦନୋଟା (ଭାରତ)ଚନ୍ଦ୍ରଶେଖର ରଥନାରୀବାଦରାଧାମୋହନ ଗଡ଼ନାୟକସୁରେନ୍ଦ୍ର ମହାନ୍ତିନମିତା ଅଗ୍ରୱାଲଓଡ଼ିଆ ଭାଗବତଅଭିମନ୍ୟୁ ସାମନ୍ତସିଂହାରରବି ସିଂଲବଣ ସତ୍ୟାଗ୍ରହଭାରତୀୟ ମୁଦ୍ରାବାଲେଶ୍ୱରବୈଷୟିକ ବିଜ୍ଞାନଗୋପାଳ ଛୋଟରାୟଲୁଣକେନ୍ଦୁଝର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଭାରତର ସଂସ୍କୃତିବାସନ୍ତୀବେଲ୨୦ ଅପ୍ରେଲସଂକ୍ରାନ୍ତିଧରିତ୍ରୀରମାକାନ୍ତ ରଥଭାରତୀୟ ଜାତୀୟ କଂଗ୍ରେସପଞ୍ଚତନ୍ତ୍ରଫୁଲଭାରତ ସରକାରରାଜ୍ୟ ସଭାଦୋହାକୋଷ ଓ ବୌଦ୍ଧ ଗାନବର୍ଷାଉତ୍କଳ ବ୍ରାହ୍ମଣବୀରମହାରାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)🡆 More