ଜାତିସଂଘର ଅନ୍ତଃରାଷ୍ଟ୍ରୀୟ ଭିନ୍ନକ୍ଷମ ଦିବସ

ଜାତିସଂଘର ଅନ୍ତଃରାଷ୍ଟ୍ରୀୟ ଭିନ୍ନକ୍ଷମ ଦିବସ ବା ଅନ୍ତଃରାଷ୍ଟ୍ରୀୟ ଭିନ୍ନକ୍ଷମ ଦିବସ (ଡିସେମ୍ବର ୩) ହେଉଛି ୧୯୯୨ ମସିହାରୁ ମିଳିତ ଜାତିସଂଘଦ୍ୱାରା ପ୍ରୋତ୍ସାହିତ ହୋଇଥିବା ଏକ ଆନ୍ତର୍ଜାତୀୟ ଉତ୍ସବ । ଏହି ଦିବସ ପାଳନର ଲକ୍ଷ୍ୟ ହେଉଛି ବିକଳାଙ୍ଗଙ୍କ ସମସ୍ୟା ବିଷୟରେ ଆଲୋକପାତ କରି ସେମାନଙ୍କୁ ଭିନ୍ନକ୍ଷମ ଭାବେ ପ୍ରୋତ୍ସାହିତ କରିବା ଏବଂ ଭିନ୍ନକ୍ଷମଙ୍କ ସମ୍ମାନ, ଅଧିକାର ଏବଂ କଲ୍ୟାଣ ପାଇଁ ସମର୍ଥନ ସଂଗ୍ରହ କରିବା । ଏହା ସହିତ ରାଜନୈତିକ, ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଭିନ୍ନକ୍ଷମଙ୍କ ସକାଶେ ପ୍ରାପ୍ତ ହେବାକୁ ଥିବା ଲାଭ ବିଷୟରେ ସଚେତନତା ସୃଷ୍ଟି କରିବା । ଏହାକୁ ମୂଳତଃ ୨୦୦୭ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ କୁହାଯାଉଥିଲା । ପ୍ରତିବର୍ଷ ଏହି ଦିନରେ ଭିନ୍ନକ୍ଷମଙ୍କ ଏକ ଭିନ୍ନ ପ୍ରସଙ୍ଗ ଉପରେ ଧ୍ୟାନ ଦିଆଯାଇଥାଏ ।

ଇତିହାସ

ସମଗ୍ର ବିଶ୍ୱରେ ଅନ୍ତଃରାଷ୍ଟ୍ରୀୟ ଭିନ୍ନକ୍ଷମ ଦିବସ ପାଳନ ପଛରେ ଏକ ଘଟଣା ଜଡ଼ିତ ଅଛି । ମାର୍ଚ୍ଚ ୧୯୫୬ରେ ବେଲଜିୟମରେ ଏକ ମର୍ମନ୍ତୁଦ ଖଣି ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା । ୫୦୦୦ରୁ ଅଧିକ ଆହତ ଅଥବା ସ୍ଥାୟୀ ଭାବରେ ଅକ୍ଷମ ହୋଇଗଲେ । ସେମାନଙ୍କର ଜୀବନ ଦୁଃଖଦାୟକ ହୋଇଗଲା । ସେମାନଙ୍କ ପ୍ରତି ସହାନୁଭୂତି ଏବଂ ଦୟାଭାବରୁ, ଅନେକ ସାମାଜିକ ସଂଗଠନ ସ୍ୱତଃସ୍ଫୁର୍ତ୍ତ ଭାବରେ ଚିକିତ୍ସା ଏବଂ ପୁନର୍ବାସ କାର୍ଯ୍ୟ ପାଇଁ ଆଗକୁ ଆସିଲେ । ପରବର୍ତ୍ତୀ ବର୍ଷ, ଜୁରିଚରେ, ବିଶ୍ୱର ଅନେକ ସଂଗଠନ ମିଳିତ ଭାବରେ ଏକ ବିଶାଳ ଆନ୍ତର୍ଜାତୀୟ ସମ୍ମିଳନୀ ଡକାଇଲେ । ସେଠାରୁ, ଅକ୍ଷମ ଲୋକଙ୍କ ବାଧାବିଘ୍ନଗୁଡ଼ିକ ବିଷୟରେ ସମସ୍ତ ବିବରଣୀଗୁଡିକର ସବିଶେଷ ତଥ୍ୟ ଉପରେ ଆଲୋଚନା ହୁଏ । ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ ଅନେକ ପ୍ରସ୍ତାବ ଏବଂ କାର୍ଯ୍ୟକ୍ରମ ସେଠାରେ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା । ସେହି ଦିନଠାରୁ, ସମଗ୍ର ବିଶ୍ୱରେ ଏହି ବିଶୈଷ ଦିନଟି ଭିନ୍ନକ୍ଷମଙ୍କ ପାଇଁ ଏକ ସାହାଯ୍ୟର ହାତ ବଢାଇବାର ଏକ ଦିନ ହୋଇଗଲା ।

ଆଧାର

Tags:

ଡିସେମ୍ବର

🔥 Trending searches on Wiki ଓଡ଼ିଆ:

ଲକ୍ଷ୍ମୀକାନ୍ତ ମହାପାତ୍ରଇଂଲଣ୍ଡଗୁଆଅଚ୍ୟୁତାନନ୍ଦ ଦାସଉଦାରବାଦଆମ୍ବେଦକର ଜୟନ୍ତୀବିଶ୍ଵ ଓଜୋନ ଦିବସବିଜ୍ଞାନଉପନିଷଦବିଜ୍ଞାନ ଦିଗନ୍ତଭାରତୀୟ ଦଣ୍ଡ ସଂହିତା, ୧୮୬୦କ୍ରିକେଟକାଳୀକେନ୍ଦୁଝର ଜିଲ୍ଲାରାମଚନ୍ଦ୍ର ବେହେରାଚେକ୍ ଗଣରାଜ୍ୟଆମ୍ବଲିଙ୍ଗରାଜ ମନ୍ଦିରବଦ୍ରୀନାଥ ମନ୍ଦିରମଠପିତ୍ତକୋଷବବୁନ୍ ମାଙ୍କଡ଼କୋଣାର୍କ ସୂର୍ଯ୍ୟ ମନ୍ଦିରଗାର୍ଗୀ ମହାନ୍ତିଭୁବନେଶ୍ୱର ବେହେରାଚିଲିକା (କବିତା)ଚୈତ୍ରଧର୍ମେନ୍ଦ୍ର ପ୍ରଧାନମନୋଜ ଦାସସିରିଆଲାରି ସାଙ୍ଗରଭାରତୀୟ ସମ୍ବିଧାନଚିଲିକା ହ୍ରଦଇଂରାଜୀ ଭାଷାଓଡ଼ିଆ ଖାଦ୍ୟଉତ୍କଳ ଦିବସନନ୍ଦିନୀ ଶତପଥୀବିଶ୍ୱନାଥ କରକପିଳାସ ଶିବ ମନ୍ଦିରଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଇଣ୍ଡିଆନ ପ୍ରିମିଅର ଲିଗଦିଲ୍ଲୀସମ୍ବାଦ (ଖବରକାଗଜ)ଟେରାକୋଟା ସେନାଢେଙ୍କାନାଳ ଜିଲ୍ଲାସୁନାବେଶରାଶି ଓ ନକ୍ଷତ୍ରଲୁଲିକୋନାଜୋଲପୃଥିବୀଅମ୍ବା (ମହାଭାରତ)ବାଣ୨୧ଉଚ୍ଚ ରକ୍ତଚାପକେଦାରନାଥ ମହାପାତ୍ରକୁଟୁରାସମାଜ (ଖବରକାଗଜ)କାଜୁପଦ୍ମଜ ପାଳଓଡ଼ିଶାର ଚିତ୍ରକଳାବିରେନ ପଲେଇଡେଙ୍ଗୁ ଜରଥାଇଲାଣ୍ଡରାମକୃଷ୍ଣ ପରମହଂସବିରଜା ମନ୍ଦିରଓଡ଼ିଆ ନବବର୍ଷପ୍ରଧାନ ପୃଷ୍ଠାସଂକ୍ରାନ୍ତିବୈଷ୍ଣବ ଚରଣ ସାମଲପାଇକ ବିଦ୍ରୋହଶାଗଭାରତ ଲୀଳାକଳିଙ୍ଗ ଯୁଦ୍ଧଉଦ୍ଭିଦ ବିଜ୍ଞାନରଥଯାତ୍ରା🡆 More