ପ୍ରାଣୀ

ପ୍ରାଣୀ ସାଧାରଣତଃ ବହୁକୋଷିକା ବିଶିଷ୍ଟ ଏକ ୟୁକେରୀୟୋଟିକ (eukaryotic) ଜୀବ ଅଟନ୍ତି । ପ୍ରାଣୀମାନଙ୍କ ଅଧ୍ୟୟନକୁ ପ୍ରାଣୀ ବିଜ୍ଞାନ କୁହାଯାଏ । ଗଛଗୁଡ଼ିକ ଶକ୍ତି ପ୍ରାପ୍ତ କରିବା ପାଇଁ ସୂର୍ଯ୍ୟାଲୋକର ବ୍ୟବହାର କରିଥାନ୍ତି, କିନ୍ତୁ ପ୍ରାଣୀମାନେ ସେଭଳି କରିନଥାନ୍ତି । ପ୍ରାଣୀମାନେ ଅନ୍ୟ ଜୀବିତ ବସ୍ତୁଠାରୁ ଶକ୍ତି ପ୍ରାପ୍ତ କରିବାପାଇଁ ବିଭିନ୍ନ ଉପାୟର ବ୍ୟବହାର କରନ୍ତି । ସେମାନେ ସାଧାରଣତଃ ଅନ୍ୟ ଜୀବନ୍ତ ବସ୍ତୁକୁ ଖାଇଥାନ୍ତି । ପ୍ରାଣୀ କିମ୍ବା ଜନ୍ତୁ ଆନିମାଲିଆ (Animalia) କିମ୍ବା ମେଟାଜୋଆ (Metazoa) ଜଗତ (ଜୀବ ବିଜ୍ଞାନ)ର ବହୁକୋଷିକୀୟ ଜନ୍ତୁସମ ପୋଷଣ ପ୍ରଦର୍ଶନ କରୁଥିବା ଏବଂ ୟୁକେରୀୟୋଟିକ ଜୀବର ଏକ ମୁଖ୍ୟ ସମୂହ । ଜନ୍ମହେବା ପରେ ଯେପରି କୌଣସି ପ୍ରାଣୀ ବଡ଼ ହୁଏ, ତାହାର ଶାରୀରିକ ଯୋଜନା ନିର୍ଦ୍ଧାରିତ ରୂପେ ବିକଶିତ ହେବାରେ ଲାଗିଥାଏ । କିଛି ପ୍ରାଣୀ ଜୀବନରେ ଆଗକୁ ଯାଇ କାର୍ଯ୍ୟାନ୍ତରଣ /ରୂପାନ୍ତରଣ (metamorphosis) ପକ୍ରିୟାରେ ଅତିକ୍ରମ କରିଥାନ୍ତି । ଅଧିକାଂଶ ଜନ୍ତୁ ଗତିଶୀଳ ହୋଇଥାନ୍ତି, ଅର୍ଥାତ ସ୍ୱତନ୍ତ୍ର ରୂପେ ଗତି କରିପାରନ୍ତି ।

ପ୍ରାଣୀ
ଜୀବାଶ୍ମ କାଳ: କ୍ର୍ୟୋଗେନିଆ – ବର୍ତ୍ତମାନ
ପ୍ରାଣୀEchinodermCnidariaBivalveTardigradeCrustaceanArachnidSpongeInsectMammalBryozoaAcanthocephalaFlatwormCephalopodAnnelidTunicateFishBirdPhoronida
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ଜଗତ: ୟୁକାରିଓଟା
ଅବିଭକ୍ତ: ୟୁନିକୋଣ୍ଟା
ଅବିଭକ୍ତ: ଓବାଜୋଆ
ଅବିଭକ୍ତ: ଓପିସ୍ଥୋକୋଣ୍ଟା
ଅବିଭକ୍ତ: ହୋଲୋଜୋଆ
ଅବିଭକ୍ତ: ଫିଲୋଜୋଆ
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
Linnaeus, 1758
Synonyms
  • Metazoa
  • Choanoblastaea

ଅଧିକାଂଶ ଜନ୍ତୁ ପରଭୋଜି ମଧ୍ୟ ଅଟନ୍ତି, ଅର୍ଥାତ ସେମାନେ ବଞ୍ଚିରହିବା ପାଇଁ ଅନ୍ୟ ଜୀବମାନଙ୍କ ଉପରେ ନିର୍ଭର କରିଥାନ୍ତି । ଅଧିକତମ ଜ୍ଞାତ ହୋଇଥିବା ଜନ୍ତୁ ସଂଘ ୫୪୨ କୋଟି ବର୍ଷ ପୂର୍ବେ ( Cambrian explosion ) ଅନୁସାରେ ଜୀବାଶ୍ମ ରେକର୍ଡରେ ସାମୁଦ୍ରିକ ପ୍ରଜାତି ରୂପେ ପ୍ରକଟ ହୋଇଥିଲେ ।

ନୈରୁକ୍ତଶାସ୍ତ୍ର

ଆନିମଲ (Animal) ଶବ୍ଦ ଲାଟିନ ଭାଷା "ଆନୀମାଲେ" , (ବ୍ୟାକରଣ ଅନୁସାରେ ଲିଙ୍ଗ - ନୟୁଟର) ଅଫ "ଆନୀମାଲିସ"ରୁ ଆସିଛି ଏବଂ "ଆନୀମ"ରୁ ବ୍ୟୁତ୍ପନ୍ନ ହୋଇଛି ଯାହାର ଅର୍ଥ ଜୀବିତ ଶ୍ୱାସ କିମ୍ବା ଆତ୍ମା । ସାଧାରଣ ଭାଷାରେ , ଏହି ଶବ୍ଦର ବ୍ୟବହାର ବାହାର ମାନବୀୟ ପ୍ରାଣୀମାନଙ୍କ ପାଇଁ କରାଯାଏ । ଏହି ଶବ୍ଦର ଜୈବିକ ପରିଭାଷାରେ ମାନବ ସହିତ କିଙ୍ଗଡ଼ମ ଆନିମାଲିଆର ସମସ୍ତ ସଦସ୍ୟ ସାମିଲ ଅଛନ୍ତି ।

ଲକ୍ଷଣ

ପ୍ରାଣୀମାନଙ୍କ ମଧ୍ୟରେ ବହୁ ବିଶେଷ ଗୁଣ ରହିଛି ଯାହା ସେମାନଙ୍କୁ ଅନ୍ୟ ସଜୀବ ବସ୍ତୁଠାରୁ ଅଲଗା କରିଥାଏ । ଜନ୍ତୁମାନେ ସାଧାରଣତଃ (Eukaryotic) "ୟୁକେରିୟୋଟିକ" ଏବଂ ବହୁକୋଷିକୀୟ ହୋଇଥାନ୍ତି , "ମେକ୍ସୋଜୋଆ", ସେମାନଙ୍କୁ ଜୀବାଣୁ ଏବଂ ଅଧିକାଂଶ ପ୍ରୋଟିଷ୍ଟାରୁ ଅଲଗା ରଖିଥାଏ । ପ୍ରାଣୀମାନେ ମୁଖ୍ୟତଃ ଭାବ ପରଭୋଜୀ ଅଟନ୍ତି, ସାମାନ୍ୟତଃ ଏକ ଆନ୍ତରିକ କକ୍ଷରେ ଭୋଜନର ପାଚନ କ୍ରୀୟା କରିଥାନ୍ତି । ଏହି ଲକ୍ଷଣ ସେମାନଙ୍କୁ ଗଛ ଏବଂ ଶୈବାଳଠାରୁ ଅଲଗା ବନେଇଥାଏ , ଯଦିଓ କିଛି ସ୍ପଞ୍ଜ ପ୍ରକାଶ ସଂଶ୍ଲେଷଣ ଏବଂ ନାଇଟ୍ରୋଜେନ ସ୍ଥିରିକରଣରେ ସକ୍ଷମ ଅଟନ୍ତି । ସେମାନେ ମଧ୍ୟ ଗଛ, ଶୈବାଳ ଓ କବକଠାରୁ ବିଭାଜନ କରାଯାଇପାରେ କାରଣ ସେମାନଙ୍କ ମଧ୍ୟରେ କଠୋର କୌଷିକ ଭିତ୍ତିର ଅଭାବ ରହିଥାଏ । ସମସ୍ତ ଜନ୍ତୁ ଶାନ୍ତଶୀଳ ହୋଇଥାନ୍ତି , ଅଧିକତମ ଜନ୍ତୁମାନଙ୍କ ମଧ୍ୟରେ "ଭୃଣ" ଏକ ବ୍ଲାସଟୁଳା ଅବସ୍ଥାରୁ ହୋଇ ଅତିକ୍ରମ କରିଥାନ୍ତି, ଏହା ଜନ୍ତୁମାନଙ୍କର ଏକ ବିଭେଦକ ଗୁଣ ।

ଜୀବନ ଶୈଳୀ

ପ୍ରାଣୀମାନଙ୍କ ପୋଷଣ ପ୍ରଣାଳୀକୁ "ପରଭୋଜୀ" (heterotrophic) କୁହାଯାଏ କାରଣ ସେ ଅନ୍ୟ ଜୀବମାନଙ୍କଠାରୁ ନିଜ ଭୋଜନ ପ୍ରାପ୍ତ କରିଥାନ୍ତି । କିଛି ପ୍ରାଣୀ କେବଳ ଗଛ ପତ୍ର ଖା'ନ୍ତି; ସେମାନଙ୍କୁ ଶାକାହାରୀ କୁହାଯାଏ । ଅନ୍ୟ କେତକ ପ୍ରାଣୀ କେବଳ ମାଂସ ଖାଇଥାନ୍ତି; ସେମାନଙ୍କୁ ମାଂସାହାରୀ କୁହାଯାଏ । ଯେଉଁ ପ୍ରାଣୀ ଗଛ-ପତ୍ର ଏବଂ ମାଂସ ଦୁଇଟି ଯାକ ଖାଇଥାଏ ; ସେମାନଙ୍କୁ ସର୍ବହାରୀ କୁହାଯାଏ । ପ୍ରାଣୀ ମାନଙ୍କ ବାତାବରଣ ବହୁତ ଭିନ୍ନ ହୋଇଥାଏ । ବିକାଶ ପ୍ରକ୍ରିୟାରୁ, ପ୍ରାଣୀମାନେ ନିଜ ଆବାସରୁ ଅନୁକୂଳ ହୋଇଯାନ୍ତି ଯେଉଁଠାରେ ସେମାନେ ବାସକରନ୍ତି । ପ୍ରାଣୀମାନଙ୍କ ଜୀବାଶ୍ମ ରେକର୍ଡ ପାଖାପାଖି ୬୦ କୋଟି (୬୦୦ ମିଲିୟନ) ବର୍ଷ ପୂର୍ବେ ଏଡିଆକରଣ ଅବଧି କିମ୍ବା କିଛି ଅବସ୍ଥା ପର୍ଯ୍ୟନ୍ତ ପଛକୁ ପଳେଇଯାଇଥାଏ । ଏହି ସମ୍ପୁର୍ଣ୍ଣ ଲମ୍ବା ସମୟ ଅନୁସାରେ, ପ୍ରାଣୀମାନେ ବାରମ୍ବାର ବିକଶିତ ହେବାକୁ ଲାଗିଲେ, ଯେଉଁଥିରେ ଆଜି ପୃଥିବୀରେ ବଞ୍ଚିଥିବା ପ୍ରାଣୀ ଏଡିଆର୍କନରେ ସମୁଦ୍ର-ତଳ କୂଳରୁ ବହୁତ ଅଲଗା ଅଟନ୍ତି ।

ପ୍ରାଣୀମାନଙ୍କ ସମୂହୀକରଣ

ପ୍ରାଣୀମାନେ ସାଧାରଣତଃ ବହୁପ୍ରକାରର ହୋଇଥାନ୍ତି । ସାଧାରଣ ଲୋକଙ୍କୁ ଜଣା ଯେ, ଅଧିକାଂଶ ଲୋକ ପ୍ରାଣୀମାନଙ୍କ ସାମ୍ରାଜ୍ୟର କେବଳ ୩% ରହିଛନ୍ତି । ଯେତେବେଳ ଜୀବବିଜ୍ଞାନୀମାନେ ପ୍ରାଣୀମାନଙ୍କୁ ଦେଖି ସେମାନଙ୍କଠାରୁ କିଛି ଏମିତି ଜିନିଷ ପାଇଲେ ଯାହା କିଛି ପ୍ରାଣୀମାନଙ୍କ ପାଖେ ସାଧାରଣ । ସେମାନେ ଏହାର ବ୍ୟବହାର ପ୍ରାଣୀମାନଙ୍କୁ ଜୈବୀକ ବର୍ଗୀକରଣରେ ସମୂହିତ କରିବା ପାଇଁ କରିଥାନ୍ତି ।

ଆଧାର

Tags:

ପ୍ରାଣୀ ନୈରୁକ୍ତଶାସ୍ତ୍ରପ୍ରାଣୀ ଲକ୍ଷଣପ୍ରାଣୀ ଜୀବନ ଶୈଳୀପ୍ରାଣୀ ଆଧାରପ୍ରାଣୀ

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାଜର୍ମାନୀଆଇଜାକ ନିଉଟନରେଢ଼ାଖୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମୃତ୍ୟୁଞ୍ଜୟ ରଥପଶ୍ଚିମ ଓଡ଼ିଶାଆରିଷ୍ଟୋଟଲଚନ୍ଦନ ଯାତ୍ରାଜଗନମୋହ‌ନ ଲାଲଇନୋଟୁଜୁମାବ ଓଜୋଗାମିସିନକୁଞ୍ଜବିହାରୀ ଦାଶଗୁଣନରବୀନ୍ଦ୍ରନାଥ ଠାକୁରପିଙ୍କି ପ୍ରଧାନପିପିଲିମନୋଜ ଦାସଙ୍କ କଥା ଓ କାହାଣୀଗୋପାଳ ଚନ୍ଦ୍ର ପ୍ରହରାଜଓଡ଼ିଆ ନାଟକରକ୍ତସୁରେନ୍ଦ୍ର ମହାନ୍ତି୧୬ ମଇତରଳ ଝାଡ଼ାରବିବାରଚବିଶ ଗୁରୁଭାରତୀୟ ଜାତୀୟ କଂଗ୍ରେସଇସଲାମ ଧର୍ମସୁଧାକର ନନ୍ଦସୁରମା ପାଢ଼ୀଅତାବିରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶାର ଲୋକନୃତ୍ୟପାଲାଭାରତର ଜାତୀୟ ପତାକାଆହାର ଯୋଜନାପୁରୀକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋଦାବରୀଶ ମିଶ୍ରମହର୍ଷି ଗୌତମକଥକଳୀଜୟ ଜଗନ୍ନାଥଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜମୋହନ ସୁନ୍ଦର ଦେବ ଗୋସ୍ୱାମୀରାବଣମାଦଳା ପାଞ୍ଜିwiki.phtmlଆଦିଶଙ୍କରବାଲେଶ୍ୱରଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯କିଶୋରଚନ୍ଦ୍ରାନନ୍ଦ ଚମ୍ପୂପରିବାରଭୂମିକମ୍ପବାଲିଯାତ୍ରାପୃଥ୍ୱୀ (କ୍ଷେପଣାସ୍ତ୍ର)କୃଷ୍ଣହିନ୍ଦୁ ଧର୍ମକବିସୂର୍ଯ୍ୟ ବଳଦେବ ରଥବୀଣାପାଣି ମହାନ୍ତିରାଜକିଶୋର ପଟ୍ଟନାୟକଜଗନ୍ନାଥଙ୍କ ବେଶଚୈତ୍ର ପୂର୍ଣ୍ଣିମାରାଜଧାନୀ ପ୍ରତିଷ୍ଠା ଦିବସଦାଶରଥି ଦାସପୌରସଂସ୍ଥାଭୁବନେଶ୍ୱର ବେହେରାଗ୍ରୀକ ଭାଷାଜହ୍ନଇରମଆମ୍ବକିଶୋରୀ ଚରଣ ଦାସସମୀର ରଞ୍ଜନ ଦାଶ🡆 More