ଶକ ପଞ୍ଜିକା: ଭାରତର ରାଷ୍ଟ୍ରୀୟ ପଞ୍ଜିକା

ଶକ ପଞ୍ଜିକା ବା ଶଳିବାହନ ଶକ ପଞ୍ଜିକା ଭାରତର ରାଷ୍ଟ୍ରୀୟ ପଞ୍ଜିକା ଅଟେ । ଆକାଶବାଣୀ, ସରକାରୀ ଦସ୍ତାବିଜ, ସୂଚନା ଏବଂ ସରକାରୀ ପଞ୍ଜିକାରେ ଏହି ପଞ୍ଜିକା ବ୍ୟବହୃତ ହୋଇଥାଏ ।

ଶକ ପଞ୍ଜିକା: ଇତିହାସ, ସଂରଚନା, ରାଷ୍ଟ୍ରୀୟ ପଞ୍ଜିକା ରୂପେ ଗ୍ରହଣ
୧୬୮୫ ଶକ ବର୍ଷରେ ଗୋର୍ଖ ରାଜା ପୃଥ୍ୱୀ ନାରାୟଣ ଶାହାଦ୍ୱାରା ପ୍ରଚଳିତ ମୋହର

ଇତିହାସ

ସାତବାହନ ବଂଶର ରାଜା ଶଳିବାହନଙ୍କଦ୍ୱାରା ଶକ ପଞ୍ଜିକା ପ୍ରଚଳିତ ହୋଇଥିବାର ବିଶ୍ୱାସ କରାଯାଏ । ରାଜା ଶଳିବାହନଙ୍କ କେତେକ ପ୍ରମୁଖ ରାଜନୈତିକ ବିଜୟ ସମୟରେ ଶକ ପଞ୍ଜିକା ଆରମ୍ଭ ହୋଇଥିଲା । ଐତିହାସିକ ମତାନୁସାରେ ଗ୍ରେଗୋରିଆନ ପଞ୍ଜିକାର ୭୮ତମ ବର୍ଷରୁ ପଞ୍ଜିକାଟି ଆରମ୍ଭ ହୋଇଥିଲା । ମୁହୂର୍ତ୍ତମାର୍ତ୍ତଣ୍ଡ ଗ୍ରନ୍ଥ ଅନୁସାରେ ଶକ ବର୍ଷ ଶଳିବାହନଙ୍କ ଜନ୍ମ ସମୟରୁ ଗଣନା ହୋଇଛି । ମାତ୍ର ଖ୍ରୀଷ୍ଟପୂର୍ବ ୧୩୦୦ରେ ଲିଖିତ କଳ୍ପ ପ୍ରଦୀପ ଗ୍ରନ୍ଥ ଅନୁଯାୟୀ ରାଜା ବିକ୍ରମାଦିତ୍ୟଙ୍କଠାରୁ ତାଙ୍କର ବିଜୟ ବର୍ଷଠାରୁ ଏହାର ଗଣନା ଆରମ୍ଭ କରିଯାଇଛି ।

ସଂରଚନା

ଶକ ପଞ୍ଜିକାରେ ଉଭୟ ସୂର୍ଯ୍ୟ ଏବଂ ଚନ୍ଦ୍ର ଆଧାର କରି ସମୟ ଗଣନା କରାଯାଇଛି । ଗ୍ରେଗୋରିଆନ ପଞ୍ଜିକା ପରି ଏଥିରେ ମଧ୍ୟ ୩୭୫ ଦିନ ଏବଂ ୧୨ ମାସ ରହିଛି । ମାର୍ଚ୍ଚ ୨୨ ତାରିଖରୁ ପଞ୍ଜିକାର ପ୍ରଥମ ମାସ ଚୈତ୍ର ଆରମ୍ଭ ହୁଏ । ସେହିଦିନଠାରୁ ଦକ୍ଷିଣାୟନ ମଧ୍ୟ ଆରମ୍ଭ ହୋଇଥାଏ ।

ଶକ ପଞ୍ଜିକାରେ ଥିବା ମାସଗୁଡ଼ିକର ବିବରଣୀ

# ମାସ ଅବଧି ଆରମ୍ଭ (ଗ୍ରେଗୋରିଆନ) ରାଶି
1 ଚୈତ୍ର ୩୦/୩୧ ମାର୍ଚ୍ଚ ୨୨/୨୧ ମେଷ
2 ବୈଶାଖ ୩୧ ଅପ୍ରେଲ ୨୧ ବୃଷଭ
3 ଜ୍ୟୈଷ୍ଠ ୩୧ ମଇ ୨୨ ମିଥୁନ
4 ଆଷାଢ଼ ୩୧ ଜୁନ ୨୨ କର୍କଟ
5 ଶ୍ରାବଣ ୩୧ ଜୁଲାଇ ୨୩ ସିଂହ
6 ଭାଦ୍ରବ ୩୧ ଅଗଷ୍ଟ ୨୩ କନ୍ୟା
7 ଆଶ୍ୱିନ ୩୦ ସେପ୍ଟେମ୍ବର ୨୩ ତୁଳା
8 କାର୍ତ୍ତିକ ୩୦ ଅକ୍ଟୋବର ୨୩ ବୃଷ
9 ମାର୍ଗଶିର ୩୦ ନଭେମ୍ବର ୨୨ ଧନୁ
10 ପୌଷ ୩୦ ଡିସେମ୍ବର ୨୨ ମକର
11 ମାଘ ୩୦ ଜାନୁୟାରୀ ୨୧ କୁମ୍ଭ
12 ଫାଲଗୁନ ୩୦ ଫେବୃଆରୀ ୨୦ ମୀନ

ରାଷ୍ଟ୍ରୀୟ ପଞ୍ଜିକା ରୂପେ ଗ୍ରହଣ

୧୯୫୭ ମସିହାରେ ପୁନଃନିର୍ମାଣ କମିଟିଦ୍ୱାରା ଶକ ପଞ୍ଜିକାକୁ ରାଷ୍ଟ୍ରୀୟ ପଞ୍ଚାଙ୍ଗ ଭାବେ ଅନୁମୋଦିତ କରାଗଲା । ଏହି କମିଟି ଖଗୋଳବିତ ଡ. ମେଘନାଦ ସାହାଙ୍କ ନେତୃତ୍ୱରେ ଗଠିତ ହୋଇଥିଲା । ଅନ୍ୟ ସଦସ୍ୟମାନେ ଥିଲେ - ଏ.ସି.ବାନର୍ଜୀ, କେ.କେ.ଦଫତାରୀ, ଜେ.ଏସ.କରଣଦିକର, ଗୋରଖ ପ୍ରସାଦ, ଆର.ଭି.ବିଦ୍ୟା ଏବଂ ଏନ.ସି.ଲାହରୀ । ବିଜ୍ଞାନ ଭିତ୍ତିରେ ସମଗ୍ର ଭାରତବର୍ଷରେ ପ୍ରଚଳିତ ହୋଇପାରୁଥିବା ଏକ ପଞ୍ଜିକାର ଚୟନ ଏହି କମିଟିର କାର୍ଯ୍ୟ ଥିଲା । ମୂଳରେ ଭାରତର ବିଭିନ୍ନ ସ୍ଥାନରେ ପ୍ରଚଳିତ ତିରିଶଟି ପଞ୍ଜିକା ଠାବ କରାଗଲା । ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ୧୯୫୫ରେ ସମସ୍ତ ଜାତି, ଧର୍ମ ନିର୍ବିଶେଷରେ ବୈଜ୍ଞାନିକ ଭିତ୍ତିରେ ଏକ ପଞ୍ଜିକା ଚୟନ କରିବାକୁ କମିଟିକୁ ଲେଖିଥିଲେ । ପ୍ରତିଟି ପଞ୍ଜିକା ସହିତ ତା'ସହିତ ସଂଶ୍ଲିଷ୍ଟ ଧର୍ମ-ମନୋବୃତ୍ତି ଜଡ଼ିତ ଥିଲା । କମିଟିଟି ବିଭିନ୍ନ ପଞ୍ଜିକାକୁ ପରୀକ୍ଷା କରି ଶେଷରେ ଶକ ପଞ୍ଜିକାକୁ ଜାତୀୟ ପଞ୍ଜିକା ବୋଲି ବାଛିଲା ।
୧୮୭୯ ଶକ ବର୍ଷ ଚୈତ୍ର ୧ ତାରିଖ ତଥା ୧୯୫୭ ମସିହା ମାର୍ଚ୍ଚ ୨୨ ତାରିଖରେ ଶକ ପଞ୍ଜିକାର ବ୍ୟବହାର ଆରମ୍ଭ ହେଲା । ମାତ୍ର ସରକାର ନବବର୍ଷ ଶକ ପଞ୍ଜିକା ବଦଳରେ ଧାର୍ମିକ ପଞ୍ଜିକାନୁସାରେ ପାଳନ କରିଥାନ୍ତି ।

ବୈଶିଷ୍ୟତା

ଶକ ପଞ୍ଜିକାର ଭାରତୀୟ ଐତିହ୍ୟ ସହିତ ଗଭୀର ସମ୍ପର୍କ ରହିଛି । ମୌର୍ଯ୍ୟ ଏବଂ ଗୁପ୍ତ ରାଜତ୍ୱ ସମୟରେ ଏହାର ସୃଷ୍ଟି ଏବଂ ବହୁଳ ବ୍ୟବହାର ହେଉଥିଲା । ଭାରତ ବ୍ୟତୀତ ଜାଭା, ବାଲି ଏବଂ ଇଣ୍ଡୋନେସିଆ ଆଦି ଅନ୍ୟ ଦକ୍ଷିଣ-ପୂର୍ବ ଏସୀୟ ଦେଶମାନଙ୍କରେ ଏହି ପଞ୍ଜିକା ପ୍ରଚଳିତ ଥିଲା । ବାଲି ମାର୍ଚ୍ଚ ୨୧ ତାରିଖ ଅର୍ଥାତ ଶକ ନବ ବର୍ଷର ପ୍ରଥମ ଦିନ ମୌନ ଦିବସ ପାଳନ କରିଥାଏ । ନେପାଳରେ ଗୃହୀତ ନେପାଳ ସମ୍ଭତ ପଞ୍ଜିକା ଶକ ପଞ୍ଜିକାର ବିବର୍ତ୍ତନରୁ ହିଁ ସୃଷ୍ଟ ।

ଆଧାର

ଅଧିକ ତଥ୍ୟ

Tags:

ଶକ ପଞ୍ଜିକା ଇତିହାସଶକ ପଞ୍ଜିକା ସଂରଚନାଶକ ପଞ୍ଜିକା ରାଷ୍ଟ୍ରୀୟ ପଞ୍ଜିକା ରୂପେ ଗ୍ରହଣଶକ ପଞ୍ଜିକା ବୈଶିଷ୍ୟତାଶକ ପଞ୍ଜିକା ଆଧାରଶକ ପଞ୍ଜିକା ଅଧିକ ତଥ୍ୟଶକ ପଞ୍ଜିକା

🔥 Trending searches on Wiki ଓଡ଼ିଆ:

ସାରଳା ମହାଭାରତଶେଷ ଶ୍ରାବଣଜୟୀରାମ ସାମଲଉତ୍ତମ ମହାନ୍ତିହୃଷୀକେଶ ପଣ୍ଡାବେଦଶନିଇଣ୍ଟରନେଟବନ୍ଦେ ଉତ୍କଳ ଜନନୀବାସନ୍ତୀବାୟୋନ୍ ମନ୍ଦିରନିତ୍ୟାନନ୍ଦ ମହାପାତ୍ରଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡଫକୀର ମୋହନ ସେନାପତିସ୍ୱର ବର୍ଣ୍ଣ୨୦୦୭ଭାରତର ଜାତୀୟ ପତାକାଗୌତମ ବୁଦ୍ଧନନ୍ଦ କିଶୋର ବଳସାହି ଯାତଟିକୋନାଜୋଲପଦାର୍ଥତିନୋଟି ରତନ୩ ଅଗଷ୍ଟଜିନା ସାମଲଆନନ୍ଦ ବାବୁଦେବ୍ରାଜ ଲେଙ୍କାରଜସମୟମଣ୍ଡଳପ୍ଲୀହାଜଳବିଦ୍ୟୁତ୍ମଙ୍ଗଳା ମନ୍ଦିରଅରବିନ୍ଦ କେଜରିୱାଲକବି୧୫୭୨ଗୋଦାବରୀଶ ମହାପାତ୍ରହିନ୍ଦୁ ବିବାହ ଅଧିନିୟମ, ୧୯୫୫ସୁଦର୍ଶନ ପଟ୍ଟନାୟକଇସଲାମ ଧର୍ମପଦ୍ମ ଲୋଚନ ପଣ୍ଡାକାଶୀ ବିଶ୍ୱନାଥ ମନ୍ଦିରମହାତ୍ମା ଗାନ୍ଧୀପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରଫତୁରାନନ୍ଦଦେଉଳଝରି ଉଷ୍ଣପ୍ରସ୍ରବଣବିଜ୍ଞାନବାଞ୍ଛାନିଧି ମହାନ୍ତିକଟକବେଣୁଧର ରାଉତଓଡ଼ିଶାର ଇତିହାସwiki.phtmlମାୟାଧର ମାନସିଂହଚୈତ୍ରଚନ୍ଦ୍ରରଥପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଚନ୍ଦ୍ରଗୁପ୍ତଗଙ୍ଗାଧର ମେହେରମନୋରଞ୍ଜନ ଦାସଅଚ୍ୟୁତାନନ୍ଦ ଦାସପଣା ସଂକ୍ରାନ୍ତିହଂକଂନଅଙ୍କ ଦୁର୍ଭିକ୍ଷଦ୍ୱିତୀୟ ବିଶ୍ୱଯୁଦ୍ଧସ୍ୱସ୍ତିକ୧୭୯୫🡆 More