ସାହାରୁଖ ଖାଁ

ଶାହାରୁଖ ଖାଁ (ଜନ୍ମ ୨ ନଭେମ୍ବର ୧୯୬୫) ଭାରତର ସିନେ ଜଗତର ଜଣେ ଅଭିନେତା ଓ ପ୍ରଯୋଜକ । ସାଧାରଣତଃ କିଙ୍ଗ୍ ଖାନ, ଏସ.ଆର.କେ, କିଙ୍ଗ ଅଫ୍ ବଲିଉଡ଼ ତଥା ବଲିଉଡ଼ ବାଦଶାହ ଭାବରେ ସେ ଜଣାଶୁଣା । ୧୯୯୨ ମସିହାରେ ଦିୱାନା ଚଳଚ୍ଚିତ୍ର ଜରିଆରେ ପଦାର୍ପଣ କରିଥିବା ଶାହାରୁଖ ତା' ଆଗରୁ ଟେଲିଭିଜନରେ ଜଣେ ଶ୍ରେଷ୍ଠ ଧାରାବାହିକ ଅଭିନେତା ଭାବରେ ନାଁ କରିଥିଲେ । ଶାହାରୁଖ ୧୪ଟି ଫିଲ୍ମଫେୟାର୍ ପୁରସ୍କାର ବର୍ତ୍ତମାନ ସୁଦ୍ଧା ଜିତିଛନ୍ତି, ଯହିଁରୁ ୮ ଗୋଟି ଶ୍ରେଷ୍ଠ ଅଭିନେତା ବିଭାଗରେ ଅଛି, ତଥା ଏହା ଏକ ରେକର୍ଡ଼ ଦିଲ୍ଲିପ କୁମାରଙ୍କ ସହିତ ।

ଶାହରୁଖ ଖାଁ
Shah Rukh Khan in a white shirt is interacting with the media
Khan at a media event for Kolkata Knight Riders in 2012
ଜନ୍ମ
Shahrukh Khan

(1965-11-02) ୨ ନଭେମ୍ବର ୧୯୬୫ (ବୟସ ୫୮)
ଜାତୀୟତାଭାରତୀୟ
ଶିକ୍ଷାHansraj College, Delhi University
ବୃତ୍ତି(ସମୂହ)Film actor, producer, television host
ସକ୍ରିୟ ବର୍ଷ1988–present
ବୈବାହିକ-ସାଥୀ
ଗୌରୀ ଖାଁ
(m. ୧୯୯୧)
ସନ୍ତାନ
ଦସ୍ତଖତ
ସାହାରୁଖ ଖାଁ

ଶାହାରୁଖ ଖାଁ ୧୯୮୯ ମସିହାରେ ଟେଲିଭିଜନ୍ ସିରିୟଲ ଫୈାଜୀରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ । ୧୯୯୨ ମସିହାରେ ଦିୱାନା ଚଳଚ୍ଚିତ୍ର ଜରିଆରେ ବଲିଉଡରେ ପ୍ରବେଶ କଲେ । ଖାଁ ଅଭିନୀତ କେତେଗୋଟି ପ୍ରମୁଖ ଚଳଚ୍ଚିତ୍ର ଭିତରୁ "ଡର୍" (୧୯୯୩), "ବାଜିଗର୍" (୧୯୯୩), "ଅଞ୍ଜାମ୍" (୧୯୯୪), "ରାଜୁ ବନଗୟା ଜେନ୍ଟଲ୍-ମ୍ୟାନ୍" , କରନ-ଅର୍ଜୁନ, କୋଇଲା, ପରଦେଶ୍, ଦିଲ ତୋ ପାଲ ହୈ, ବାଦଶାହ, ହେ ରାମ, ଦିଲବାଲେ ଦୁଲହନିଆଁ ଲେ ଜାଏଙ୍ଗେ, କୁଛ୍ କୁଛ୍ ହୋତା ହୈ, ଦେବଦାସ, ମହୋବ୍ୱତେ, ଅଶୋକା, କଲ୍ ହୋ ନା ହୋ, ମେ ହୁଁ ନା, ବୀର୍-ଜାରା, ସ୍ୱଦେଶ୍, ପହେଲି, କଭି ଅଲବିଦା ନା କହ ନା, ଡନ, ଚକ ଦେ ଇଣ୍ଡିଆ, ଓଁ ଶାନ୍ତି ଓଁ, ରବ୍ ନେ ବନା ଦି ଜୋଡି, ବିଲ୍ଲୁ, ମାଇ ନେମ ଇଜ୍ ଖାଁ, ରା.୧ ଓ ଡନ-୨ ଆଦି ବହୁତ ଜନାଦୃତି ଲାଭ କରିଛନ୍ତି । ଶାହରୁଖ ୟଶ ଚୋପ୍ରାଙ୍କ ନିର୍ଦ୍ଦେଶନାରେ ତାଙ୍କର ଶେଷ ଚଳଚ୍ଚିତ୍ର 'ଜବ୍ ତକ୍ ହେ ଜାନ୍'ରେ ଆସିଥିଲେ । ଖାଁଙ୍କର ୨୦୧୩ -ମୁକ୍ତିପ୍ରାପ୍ତ ଚଳଚ୍ଚିତ୍ର 'ଚେନ୍ନାଇ ଏକ୍ସପ୍ରେସ୍' , ଯାହାକୁ ରୋହିତ୍ ସେଟ୍ଟୀ ନିର୍ଦ୍ଦେଶନା ଦେଇଛନ୍ତି, ତାହା ଏ ଯାବତ୍ ହିନ୍ଦୀ ଚଳଚ୍ଚିତ୍ର-ଜଗତର ସର୍ବାଧିକ ବ୍ୟାପାର କରିଥିବା ଚିତ୍ର । ଖାଁଙ୍କର ଆଗାମୀ ଚଳଚ୍ଚିତ୍ର କିଛି ହେଲା ଫାରା ଖାନ ନିର୍ଦ୍ଦେଶିତ 'ହାପି ନ୍ୟୁ ଇୟର୍' ଓ ରାହୁଲ ଢୋଲକିଆ ନିର୍ଦ୍ଦେଶିତ 'ରଈସ' । ବର୍ତ୍ତମାନ ସୁଦ୍ଧା ଖାଁ ଭାରତର ତଥା ବିଶ୍ୱର ଜଣେ ଅପ୍ରତିଦ୍ୱନ୍ଦୀ ଅଭିନେତା ଭାବରେ ଅନେକ ସମାଲୋଚକ ତଥା ଜନସାଧାରଣ ସାଦରେ ସ୍ୱୀକାର କରିଛନ୍ତି । ସେ ଭାରତ ସରକାରଙ୍କଦ୍ୱାରା ପଦ୍ମଶ୍ରୀ ଉପାଧିରେ ଭୁଷିତ ହୋଇଛନ୍ତି । ତାଙ୍କୁ ଫ୍ରାନ୍ସ, ମାଲେସିଆ, ଦକ୍ଷିଣ କୋରିଆ ତଥା ବିଶ୍ୱର ବିଭିନ୍ନ ଦେଶ ସମ୍ମାନ ଦେଇ ତାଙ୍କର ତଥା ଭାରତର ଚଳଚ୍ଚିତ୍ର ଜଗତର ନାମ ସମୁଜ୍ଜ୍ୱଳ କରିଛନ୍ତି । ଲଣ୍ଡନର ପ୍ରସିଦ୍ଧ ମାଡାମ ଟୁଷଡ୍ ସଂଗ୍ରହାଳୟ ତଥା ବିଶ୍ୱର ବିଭିନ ସ୍ଥାନରେ ତାଙ୍କ ମହମ ପ୍ରତିମୁର୍ତ୍ତି ସ୍ଥାପନା କରାଯାଇଛି । ବିଶ୍ୱ ଚଳଚ୍ଚିତ୍ର ଜଗତରେ ତାଙ୍କ ଅଭୁତପୂର୍ବ ପ୍ରଭାବ ପାଇଁ ତାଙ୍କୁ ନିକଟରେ ଆମେରିକାର ପ୍ରସିଦ୍ଧ "ନିଉଜ-ଉଇକ" ପତ୍ରିକା ପୃଥିବୀର ପ୍ରଥମ ୫୦ଜଣ ଶକ୍ତିଶାଳୀ ଲୋକଙ୍କ ଭିତରେ ସ୍ଥାନ ଦେଇଛି । ସେହିପରି ଆମେରିକାର ଜର୍ଜ୍-ଟାଉନ୍ ଇଉନିଭର୍ସିଟି ତାଙ୍କୁ ବିଶ୍ୱର ୫୦୦ ପ୍ରଭାବଶାଳୀ ମୁସଲମାନଙ୍କ ତାଲିକାରେ ସାମିଲ କରିଥିଲା ।

ତାଙ୍କ ପତ୍ନୀଙ୍କ ନାଁ ଗୌରୀ ଖାଁ । ତାଙ୍କର ଆର୍ଯନ୍ ଓ ସୁହାନା ନାମରେ ଗୋଟିଏ ପୁଅ ଆଉ ଗୋଟିଏ ଝିଅ ଅଛନ୍ତି । ଶାହାରୁଖ ଖାଁ ଏକାଧାରରେ ଜଣେ ଅଭିନେତା, ଜଣେ ପ୍ରଯୋଜକ, ଜଣେ ନିର୍ଦ୍ଦେଶକ ତଥା ଜଣେ କ୍ରିକେଟ୍ ମାଲିକ (ତାଙ୍କ ଦଳର ନାମ ହେଲା କୋଲକାତା ନାଇଟ ରାଇଡର୍ସ୍) ଭାବରେ ଜନମାନସରେ ଆନ୍ଦୋଳନ ସୃଷ୍ଟି କରିଛନ୍ତି । ଭାରତ ତଥା ସମଗ୍ର ବିଶ୍ୱର ଅନେକ ନୂତନ ଓ ଅଧୁନାତନ କଳାକାରମାନେ ଶାହାରୁଖ ଖାଁଙ୍କୁ ନିଜର ଦକ୍ଷତାର ମାପକାଠି ହିସାବରେ ଗ୍ରହଣ କରି ତାଙ୍କ ପ୍ରବାଦତ୍ୱରେ ସାମିଲ ହୋଇଛନ୍ତି । ବର୍ତ୍ତମାନ ସେ କେବଳ ଜଣେ ଅଭିନେତା ହିସାବରେ ନୁହେଁ, ସମଗ୍ର ବିଶ୍ୱରେ ଭାରତର ଜଣେ ପ୍ରତିମୁଖ ଭାବରେ ଅନେକ ସ୍ଥାନରେ ଗୃହିତ ହେଉଛନ୍ତି

ଆଧାର

Tags:

ଭାରତ

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ଇତିହାସମାଦଳା ପାଞ୍ଜିମେରୁ ଯାତ୍ରାସୁରେନ୍ଦ୍ର ମହାନ୍ତିପବିତ୍ର ମୋହନ ଜେନାବିଭୂତି ପଟ୍ଟନାୟକଫକୀର ମୋହନ ସେନାପତିବାଟମଙ୍ଗଳାଆଚାର୍ଯ୍ୟ ହରିହରଭାଷାବରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସ୍ନେହସାରଫତୁରାନନ୍ଦମାହିମ ଦୁର୍ଗ , ମୁମ୍ବାଇପଠାଣି ସାମନ୍ତରବୀନ୍ଦ୍ର କୁମାର ପ୍ରହରାଜଅଶ୍ୱିନୀ କୁମାର ଘୋଷସୌରୀନ୍ଦ୍ର ବାରିକନବଗୁଞ୍ଜରଓଡ଼ିଶାର କଳାତରଳ ଝାଡ଼ାକ୍ରିକେଟପରିବାରଅପରେଟିଙ୍ଗ ସିଷ୍ଟମରବୀନ୍ଦ୍ରନାଥ ଠାକୁରରଥଲୋକ ସଭାର ବାଚସ୍ପତିଗୌରହରି ଦାସଇଣ୍ଡିଆନ ପ୍ରିମିଅର ଲିଗଖୋର୍ଦ୍ଧାରୋହିତ ପୂଜାରୀସଂଗୀତବର୍ଷାପଖାଳବିର୍ସା ମୁଣ୍ଡାସୂର୍ଯ୍ୟ ଦେବତାଓଡ଼ିଶାର ଭୂଗୋଳକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବିବାହରେବତୀ (କ୍ଷୁଦ୍ରଗଳ୍ପ)ପଦାର୍ଥ ବିଜ୍ଞାନସତ୍ୟବାଦୀ ବନ ବିଦ୍ୟାଳୟବାଲେଶ୍ୱରଭାରତୀୟ ଡାକ ସେବାବ୍ରତକୁମାର ପୂର୍ଣ୍ଣିମାଉପେନ୍ଦ୍ର ଭଞ୍ଜଟୁଇଟରଗୋପବନ୍ଧୁ ଦାସଥାଲାସେମିଆଶ୍ରୀ ଅରବିନ୍ଦମୁଡ଼ି ନାଏକୋପାଳୁଅହରେକୃଷ୍ଣ ମହତାବରବି ନାରାୟଣ ନନ୍ଦବିଦୁସ୍ମିତାଦାସକାଠିଆଦଶହରାମେକ୍ସିକୋଏଡା ଲଭ୍‌ଲେସ୍‌ଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଜୟୀରାମ ସାମଲକ୍ୟୁ. ଆର. କୋଡ଼ଭର୍ତ୍ତୃହରି ମହତାବପୋଇଜୟଦେବ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୀତାଇଣ୍ତିଆ ଗେଟଇମରାନ ଖାଁ🡆 More