ୟଜ: ସଂକ୍ରାମକ ରୋଗ

ୟଜ (ଇଂରାଜୀରେYaws) (ଅନ୍ୟ ନାମ ଫ୍ରାମ୍ବେସିଆଟ୍ରୋପିକା, ଥାଇମୋସିସ, ପୋଲିପାପିଲାମୋଟ୍ରୋପିକମ, ପରଙ୍ଗି, ବାଉବା, ଫ୍ରମ୍ବୋସି ଓ ପିଆନ; ଇଂରାଜୀରେ ଯଥାକ୍ରମେ frambesiatropica, thymosis, polypapillomatropicum, parangi, bouba, frambösie, ଓ pian) ଏକ ଗ୍ରଷ୍ମମଣ୍ଡଳୀୟ ସଂକ୍ରମଣ ରୋଗ ଯାହା ଚର୍ମ, ହାଡ଼ ଓ ଗଣ୍ଠିମାନଙ୍କୁ ଆକ୍ରମଣ କରେ ଓ ସ୍ପାଇରୋକିଟ ଜୀବାଣୁ ଟ୍ରେପୋନେମା ପାଲିଡମ ପର୍ଟେନ୍ୟୁଦ୍ୱାରା ହୁଏ । ରୋଗ ଆରମ୍ଭ ହେଲେ ଚର୍ମରେ ୨ରୁ ୫ ସେମି ବିଶିଷ୍ଟ ଗୋଟିଏ ଟାଣ ଗୋଲାକାର ଫୁଲା (swelling) ହୁଏ । ଏହି ଫୁଲାଟିର ମଧ୍ୟଭାଗ ଖୋଲିଯାଇ ଘାଆ ହୋଇଯାଇପାରେ । ଏହି ପ୍ରାରମ୍ଭିକ ରୋଗ ୩ରୁ ୬ ମାସ ମଧ୍ୟରେ ଶୁଖିଯାଏ । କିଛି ସପ୍ତାହରୁ କିଛି ବର୍ଷ ପଶ୍ଚାତ ଗଣ୍ଠି ଓ ହାଡ଼ରେ ଯନ୍ତ୍ରଣା ହୁଏ, ଥକ୍କାଣ ହୁଏ ଓ ନୂଆ ଚର୍ମ ଲକ୍ଷଣ ବାହାରେ । ହାତ ପାପୁଲି ଓ ପାଦତଳ ଘାଆ ହୋଇଯାଏ । ନାକ ହାଡ଼ର ଆକାର ବଦଳି ଯାଏ । ପାଞ୍ଚ ବର୍ଷ ବା ପରେ ବଡ଼ ଆକାରର ଚର୍ମ ମରିଯାଇ ଶୁଖି ସ୍କାର ହୁଏ ।

ୟଜ
ୟଜ: ସଂକ୍ରାମକ ରୋଗ
କ‌ହୁଣୀରେ ଜୀବାଣୁ ଟ୍ରେପୋନେମା ପାଲିଡମ ପର୍ଟେନ୍ୟୁଦ୍ୱାରା ସଂକ୍ରମଣ ହୋଇଥିବା ଫୁଲା ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦A66.
ଆଇସିଡ଼ି-୯-ସିଏମ୍102
ମେଡ଼ିସିନ-ପ୍ଲସ001341

ୟଜ ସଂକ୍ରମିତ ଲୋକର ଲିଜନରୁ ନିର୍ଗତ ତରଳପଦାର୍ଥ ସ‌ହ ସିଧା ସଂସ୍ପର୍ଷରେ ଆସିଲେ ଏହି ରୋଗ ଦିଏଁ । ଏହା ଏକ ଅଯୌନିକ ରୋଗ । ଏହା ପିଲାମାନଙ୍କୁ ଅଧିକ ଧରେ, ସାଥୀ ହୋଇ ଖେଳିବା ସମୟରେ ବ୍ୟାପେ । ଅନ୍ୟ ସମ୍ପର୍କିତ ରୋଗମାନଙ୍କର ନାମ ବେଜେଲ (ଜୀବାଣୁ ନାମ ଟ୍ରେପୋନେମା ପାଲିଡମ ଏଣ୍ଡେମିକମ, ଇଂରାଜୀରେTreponema pallidum endemicum), ପିଣ୍ଟା (ଜୀବାଣୁ ନାମ ଟ୍ରେପୋନେମା ପାଲିଡମ କାରାଟିଅମ ଇଂରାଜୀରେ Treponema pallidum carateum) ଓ ସିଫିଲିସ (ଜୀବାଣୁ ନାମ ଟ୍ରେପୋନେମା ପାଲିଡମ ପାଲିଡମ ଇଂରାଜୀରେ Treponema pallidum pallidum) । ଏହାର ଆକୃତି ଓ ଲକ୍ଷଣ ଦେଖିବା ପରେ ରୋଗ ନିର୍ଣ୍ଣୟ କରାଯାଏ । ରକ୍ତ ଆଣ୍ଟିବଡି ପରୀକ୍ଷା ଉପକାରୀ ହୋଇପାରେ କିନ୍ତୁ ପୂର୍ବତନ ଓ ଏବେକାର ରୋଗ ଫରକ ଜଣେଇ ପାରେନାହିଁ । ପଲିମରେଜ ଚେନ ରିଆକ୍‌ସନ (Polymerase chain reaction ବା PCR) ଏହାର ସଠିକ ନିର୍ଣ୍ଣୟାତ୍ମକ ପରୀକ୍ଷା ।

ରୋଗୀଙ୍କୁ ଆରୋଗ୍ୟ କରି ରୋଗ ବ୍ୟାପିବା ସଙ୍କଟ ଦୂର କରି ପ୍ରତିରୋଧ କରିବାହିଁ ଆଶିଂକ ସଠିକ୍ ପଦ୍ଧତି । ବ୍ୟାପକ ରୋଗ ହେଉଥିବା ସ୍ଥାନରେ ସମୁଦାୟ କମ୍ମ୍ୟୁନିଟି ଲୋକଙ୍କୁ ଚିକିତ୍ସା କରିବା ଫଳପ୍ରଦ ହୁଏ । ପରିଚ୍ଛନତା ଓ ପରିମଳ ବ୍ୟବସ୍ଥାରେ ସୁଧାର ଆଣିପାରିଲେ ରୋଗ ବ୍ୟାପିବା କମିଯାଏ । ପାଟିବାଟେ ଆଜିଥ୍ରୋମାଇସିନ ଆଣ୍ଟିବାୟୋଟିକ ଦେଇ ଓ ବେଞ୍ଜାଥିନ ପେନିସିଲିନ ଇଞ୍ଜେକସନ ଦେଇ ଏହାର ଚିକିତ୍ସା କରାଯାଏ । ଚିକିତ୍ସା ନ କଲେ ଶାରୀରିକ ବକ୍ରତା ୧୦ % ରୋଗୀଙ୍କର ଦେଖାଯାଏ ।

ସନ ୨୦୧୨ର ଆକଳନ ଅନୁସାରେ ୧୪ଟି ଗ୍ରୀଷ୍ମମଣ୍ଡଳୀୟ ଦେଶରେ ୟଜ ରୋଗ ସାଧାରଣତଃ ଦେଖାଯାଏ । ଏହି ରୋଗ କେବଳ ମନୁଷ୍ୟକୁ ଆକ୍ରମଣ କରେ । ସନ ୧୯୫୦ ଓ ୧୯୬୦ ଦଶକରେ ଡବ୍ଲ୍ୟୁ.ଏଚ.ଓ. ଏହି ରୋଗକୁ ପ୍ରାୟ ନିର୍ମୂଳ କରିଦେଇଥିଲେ । ସେହି ସମୟଠାରୁ ଏହି ରୋଗ ସଂଖ୍ୟା ବଢ଼ିବାରୁ ଆଉଥରେ ଡବ୍ଲ୍ୟୁ.ଏଚ.ଓ. ଏହାକୁ ୨୦୨୦ ମସିହା ସୁଦ୍ଧା ନିର୍ମୂଳ କରିବା ଲକ୍ଷ ରଖିଛି । ଶେଷ ବିସାବ ଅନୁସାରେ ୧୯୯୫ ମସିହା ସୁଦ୍ଧା ୫୦୦୦୦୦ ଲୋକ ସଂକ୍ରମିତ ହୋଇଥିଲେ । ଏହି ରୋଗର ବର୍ଣ୍ଣନା ପ୍ରଥମେ ୧୬୭୯ ମସିହାରେ ହୋଇଥିଲେ ମଧ୍ୟ ଆର୍କିଓଲୋଜିକାଲ ସର୍ଭେଦ୍ୱାରା ଏହି ରୋଗ ୧.୬ ନିୟୁତ ବର୍ଷ ପୂର୍ବେ ମାନବଙ୍କୁ ଆକ୍ରମଣ କରୁଥିବା ଜ‌ଣାଯାଉଛି ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଟାଇଫଏଡକୃଷ୍ଣ ଜନ୍ମାଷ୍ଟମୀଚବିଶ ଗୁରୁପ୍ରସନ୍ନ ଦାସ୨ୟ ଓଡ଼ିଶା ବିଧାନ ସଭାସନ୍ତୋଷ ସିଂହ ସାଲୁଜାରାସାୟନିକ ମୌଳିକସଚ୍ଚିଦାନନ୍ଦ ରାଉତରାୟମୁମ୍ବାଇଦି ଟେଷ୍ଟ ଅଫ ମାଇ ଲାଇଫବିଜୁ ଜନତା ଦଳବାଲେଶ୍ୱରମହାଭାରତଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଚାଣକ୍ୟକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାସତ୍ୟବାଦୀ ବନ ବିଦ୍ୟାଳୟଶବ୍ଦ (ଧ୍ୱନି)ନବଗୁଞ୍ଜରଶ୍ରାଦ୍ଧଗଞ୍ଜାମ ଜିଲ୍ଲାକାଳୀଚରଣ ପଟ୍ଟନାୟକନବମୀରଥଗ୍ରୀକ ଭାଷାବାଲେଶ୍ୱର ଜିଲ୍ଲାଭଗବତୀ ଦେଉଳଗୌରହରି ଦାସକୁଞ୍ଜବିହାରୀ ଦାଶଆହାର ଯୋଜନାଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରମୁଡ଼ି ନାଏକୋଇଣ୍ତିଆ ଗେଟଭର୍ତ୍ତୃହରି ମହତାବଜହ୍ନଗୋପାଳ ଚନ୍ଦ୍ର ପ୍ରହରାଜଆଇଜାକ ନିଉଟନକୃପାସିନ୍ଧୁ ମିଶ୍ରରାବଣମାଗୁଣିର ଶଗଡ଼ (କଥାଚିତ୍ର)ଘରEntrectinibକ୍ଷୀରକଟକବାବୁଶାନ୍ଅଭିନେତ୍ରୀ (ନାରୀ କଳାକାର)ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନନିତ୍ୟାନନ୍ଦ ଶତପଥୀଧର୍ମେନ୍ଦ୍ର ପ୍ରଧାନଗ୍ରହରବିବାରଅକ୍ଷୟ ତୃତୀୟାମହାନଦୀସଫ୍ଟୱେରସମ୍ବଲପୁର ଜିଲ୍ଲାଜୀବାଣୁ ଭାଜିନୋସିସବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଶିଶୁପାଳଗଡ଼କ୍ୟୁ. ଆର. କୋଡ଼ପୋଡ଼ ପିଠାରୋହିଦାସ ସିଂ ନାଗଜୈନବାଦବନମାଳୀ ଦାସଜୟୀ ରାଜଗୁରୁରାମଚନ୍ଦ୍ର ମିଶ୍ରମାଦଳା ପାଞ୍ଜିପାଳୁଅଏଡା ଲଭ୍‌ଲେସ୍‌ରତ୍ନାକର ଚଇନି🡆 More