ସୂର୍ଯ୍ୟ

ସୂର୍ଯ୍ୟ ହେଉଛି ଏକ ନକ୍ଷତ୍ର, ଏହା ସୌରଜଗତର ମଧ୍ୟଭାଗରେ ଅବସ୍ଥିତ । ଏହା ପାଖା ପାଖି ଗୋଲକ ଆକାରର ଓ ଏକାଧିକ ଉତପ୍ତ ବାଷ୍ପ (ପ୍ଲାଜମା)କୁ ନେଇ ଗଠିତ । ଏହାର ପରିସର ୧୩୯୨୦୦୦ କିମି.

। ପୃଥିବୀର ୧୦୯ ଗୁଣ । ଏହାର ବସ୍ତୁତ୍ୱ ପ୍ରାୟ ୨x୧୦୩୦ କିଗ୍ରା, ଯାହା ପୃଥିବୀର ୩୩୦୦୦୦ ଗୁଣ । ସମ୍ପୂର୍ଣ୍ଣ ସୌର ଜଗତର ୯୯.୮୬% ବସ୍ତୁତ୍ୱ ସୂର୍ଯ୍ୟର । ସୂର୍ଯ୍ୟ ୪ ଭାଗରୁ ପ୍ରାୟ ୩ ଭାଗ ଉଦଜାନ ଓ ବଳକା ଅଧିକାଂଶ ଭାଗ ହିଲିଅମ ଓ ଓଜନିଆ କଣିକା ଯଥା ଅମ୍ଳଜାନ, ଅଂଗାରକାମ୍ଲ, ଲୌହ , ନିଅନ୍ ଆଦିକୁ ନେଇ ଗଠିତ ।

ସୂର୍ଯ୍ୟ ☉
ସୂର୍ଯ୍ୟ
False-color image of the Sun
Observation data
Mean distance
from Earth
୧.୪୯୬×୧୦କି.ମି.
8 min 19 s at light speed
Visual brightness (V)−26.74
Absolute magnitude4.83
Spectral classificationG2V
MetallicityZ = 0.0122
Angular size31.6–32.7 minutes of arc
AdjectivesSolar
Orbital characteristics
Mean distance
from Milky Way core
≈ ୨.୭×୧୦୧୭କି.ମି.
୨୭,୨୦୦light-years
Galactic period(2.25–2.50) × 10 yr
Velocity≈ ୨୨୦km/s (orbit around the center of the Milky Way)
≈ ୨୦km/s (relative to average velocity of other stars in stellar neighborhood)
≈ ୩୭୦km/s (relative to the cosmic microwave background)
Physical characteristics
Equatorial radius695,700 km
109 × Earth
Equatorial circumference୪.୩୭୯×୧୦କି.ମି.
109 × Earth
Flattening×୧୦−୬
Surface area୬.୦୯×୧୦୧୨km2

୧୨,୦୦୦ × Earth
Volume୧.୪୧×୧୦୧୮km3
୧୩,୦୦,୦୦୦ × Earth
Mass(୧.୯୮୮±୦.୦୦୦୫)×୧୦୩୦kg
୩,୩୩,୦୦୦ × Earth
Average density୧.୪୦୮g/cm3
୦.୨୫୫ × Earth
Center density (modeled)୧୬୨.୨g/cm3
୧୨.୪ × Earth
Equatorial surface gravity୨୭୪.୦m/s2
୨୭.୯୪g
୨୭,୫୪୨.୨୯cgs
28 × Earth
Escape velocity
(from the surface)
୬୧୭.୭km/s
55 × Earth
TemperatureCenter (modeled): ୧.୫୭×୧୦K
Photosphere (effective): ୫,୭୭୨K
Corona: ≈ ×୧୦K
Luminosity (Lsol)୩.୮୪୬×୧୦୨୬W
≈ ୩.୭୫×୧୦୨୮lm
≈ ୯୮lm/W efficacy
Mean radiance (Isol)୨.୦୦୯×୧୦W·m−2·sr−1
Age≈4.6 billion years
Rotation characteristics
Obliquity7.25°
(to the ecliptic)
67.23°
(to the galactic plane)
Right ascension
of North pole
286.13°
19 h 4 min 30 s
Declination
of North pole
+63.87°
63° 52' North
Sidereal rotation period
(at equator)
25.05 d
(at 16° latitude)25.38 d
25 d 9 h 7 min 12 s
(at poles)34.4 d
Rotation velocity
(at equator)
୭.୧୮୯×୧୦km/h
Photospheric composition (by mass)
Hydrogen73.46%
Helium24.85%
Oxygen0.77%
Carbon0.29%
Iron0.16%
Neon0.12%
Nitrogen0.09%
Silicon0.07%
Magnesium0.05%
Sulfur0.04%

ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ସେ ହେଉଛନ୍ତି ଜୀବଜଗତର ପାଳନ କର୍ତ୍ତା।ସମସ୍ତ ଜୀବଜନ୍ତୁ ଅପେକ୍ଷା କରିଥାନ୍ତି ସୂର୍ଯ୍ୟୋଦୟର ସ୍ପର୍ଶ ପାଇବା ପାଇଁ।ତାଙ୍କ ବିନା ଜୀବଜଗତର ଅସ୍ତିତ୍ୱ ନାହିଁ।ବିଜ୍ଞାନର ଅବଦାନ ଅତୁଳନୀୟ କିନ୍ତୁ ସମ୍ଭବତଃ ଦେଖିବାକୁ ଗଲେ ଆମେ ଦେଖିବା ପ୍ରକୃତରେ ଏହା ସୂର୍ଯ୍ୟଙ୍କର ଯେଗୁଁ ସମ୍ଭବ।

ଆମେ ବାସି ସୂର୍ଯ୍ୟ ଦେଖୁ

ସୂର୍ଯ୍ୟ 
ସୂର୍ଯ୍ୟ

କୌଣସି ବସ୍ତୁଠାରୁ ଆଲୋକ ଆସି ଆମ ଆଖିରେ ପଡ଼ିଲେ ଆମେ ସେହି ବସ୍ତୁକୁ ଦେଖିପାରୁ । ବସ୍ତୁ ଉପରୁ ଆଲୋକ ଆସି ଆମ ପାଖରେ ପହଁଞ୍ଚିବା ପାଇଁ କିଛି ସମୟ ଲାଗେ । କାରଣ ଆଲୋକର ନିର୍ଦ୍ଦିଷ୍ଟ ବେଗ ରହିଛି । ଆମେ ଚାଲି ଚାଲି ଗଲେ ଏକ ଘଣ୍ଟାରେ ଯିବା ୧୦ କି ୧୨ କିଲୋମିଟର । ସାଇକେଲ ଚଢ଼ି ଗଲେ ଏକ ଘଣ୍ଟାରେ ଯିବା ୨୦ କିଲୋମିଟର । ବସ୍ରେ ଗଲେ ଏକ ଘଣ୍ଟାରେ ଯିବା ୫୦ କିଲୋମିଟର । ଟ୍ରେନ୍ ଏକ ଘଣ୍ଟାରେ ଯାଏ ୧୦୦ କିଲୋମିଟର । ଉଡାଜାହାଜ ଏକ ଘଣ୍ଟାରେ ଯାଏ ୫୦୦ କିଲୋମିଟର । କିନ୍ତୁ ଆଲୋକ ମାତ୍ର ଏକ ସେକେଣ୍ଡରେ ଯାଏ ୩ ଲକ୍ଷ କିଲୋମିଟର । ସତ କହିଲେ ଆଲବର୍ଟ ଆଇନଷ୍ଟାଇନଙ୍କ ମତରେ ଆଲୋକର ବେଗ ସର୍ବାଧିକ । ତଥାପି ଆଲୋକର ବେଗ ଯେତେ ହେଉନା କାହିଁକି ଅସୀମ ନୁହେଁ । ଅର୍ଥାତ୍ ଆଲୋକ କିଛି ଦୂରତା ଅତିକ୍ରମ କରିବା ସକାଶେ ସମୟ ଦରକାର । ସେଇୟା ହୁଏ । ସୂର୍ଯ୍ୟଠାରୁ କିରଣ ଆସି ଆମ ପାଖରେ ପହଁଞ୍ଚିବା ପାଇଁ କିଛି ସମୟ ଲାଗେ ।

ସୁର୍ଯ୍ୟଠାରୁ ଆମ ପୃଥିବୀର ଦୂରତା ୧୫ କୋଟି କିଲୋମିଟର । ସୂଯ୍ୟପୃଷ୍ଠରୁ କିରଣ ଆସି ଆମ ପାଖରେ ପହଁଞ୍ଚିବା ପାଇଁ ପ୍ରାୟ ୫୦୦ ସେକେଣ୍ଡ ବା ୮ ମିନିଟ୍ ୨୦ ସେକେଣ୍ଡ ସମୟ ଲାଗେ । ତେଣୁ ଯେଉଁ ସୁର୍ଯ୍ୟକୁ ଆମେ ଦେଖୁ, ତାହା ସେତେବେଳର ସୁର୍ଯ୍ୟ ନୁହେଁ । ବରଂ ୮ ମିନିଟ୍ ୨୦ ସେକେଣ୍ଡ ତଳର ସୁର୍ଯ୍ୟ । ସକାଳ ୮ଟା ବେଳେ ସୂର୍ଯ୍ୟପୃଷ୍ଠରୁ ବାହାରିଥିବା ଆଲୋକ ୮ ମିନିଟ୍ ୨୦ ସେକେଣ୍ଡ ପରେ ଅର୍ଥାତ୍ ୮ଟା ୮ ମିନିଟ୍ ୨୦ ସେକେଣ୍ଡ ବେଳେ ଆସି ଆମଠାରେ ପହଁଞ୍ଚେ । ତେଣୁ ଆମେ ସବୁବେଳେ ୮ ମିନିଟ୍ ୨୦ ସେକେଣ୍ଡ ତଳର ବାସି ସୂର୍ଯ୍ୟ ଦେଖୁ । ପୃଥିବୀରେ ରହି ବର୍ତ୍ତମାନର ସୂର୍ଯ୍ୟକୁ ବର୍ତ୍ତମାନ ଦର୍ଶନ କରିବାର ଭାଗ୍ୟ ଆମର ନାହିଁ । ବର୍ତ୍ତମାନର ସୂର୍ଯ୍ୟକୁ ଦର୍ଶନ କରିବା ସକାଶେ ଆମକୁ ପୁଣି ୮ ମିନିଟ୍ ୨୦ ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ ।

କୋଟି କୋଟି ସୂର୍ଯ୍ୟ

ଆମେ ଯାହାକୁ ସୂର୍ଯ୍ୟ ବୋଲି କହୁ, ତାହା ବାସ୍ତବରେ ଗୋଟିଏ ବିଶାଳ ନିଆଁପେଣ୍ଡୁ । ତେବେ ସେହି ନିଆଁପେଣ୍ଡୁ ଆମ ପାଇଁ ସବୁକିଛି । ଆମ ଜୀବନ, ଆମର ପ୍ରାଣ । କାହିଁକି ନା, ସୂର୍ଯ୍ୟର ଆଲୋକ ଓ ଉତ୍ତାପ ବିନା ଆମେ ବଞ୍ଚିରହିବା ଅସମ୍ଭବ । ତେଣୁ ସୂର୍ଯ୍ୟ ନଥିଲେ ଆମର ଅସ୍ଥିତ୍ୱ ନଥାନ୍ତା । ସୂର୍ଯ୍ୟ ସହିତ ପୃଥିବୀ ଭଳି ଆହୁରି ୭ଟା ଗ୍ରହ, ବାମନ ଗ୍ରହ, ଧୂମକେତୁ, ଗ୍ରହାଣୁ ଓ ଉପଗ୍ରହମାନଙ୍କୁ ନେଇ ଗଠିତ ପରିବାରକୁ କୁହାଯାଏ 'ସୌରଜଗତ' । ଆମ ସୌରଜଗତର ମୁଖ୍ୟ ହେଉଛି ସୂର୍ଯ୍ୟ। ସମୁଦାୟ ସୌରଜଗତରେ ଏକମାତ୍ର ନକ୍ଷତ୍ର ହେଉଛି ସୂର୍ଯ୍ୟ । କିନ୍ତୁ, ସତ କହିଲେ, ଆମ ବିଶ୍ୱରେ କୋଟି କୋଟି ସୂର୍ଯ୍ୟ ଅଛନ୍ତି। କିନ୍ତୁ ସେଗୁଡ଼ିକ ଆମଠାରୁ ଅନେକ ଅନେକ ଦୂରରେ ରହିଥିବାରୁ ସେମାନଙ୍କର ଉତ୍ତାପ ଓ ଆଲୋକକୁ ଆମେ ଅନୁଭବ କରିପାରୁ ନାହିଁ । ରାତିରେ ଆକାଶରେ ମିଞ୍ଜି ମିଞ୍ଜି କରୁଥିବା ତାରାଗୁଡ଼ିକ ମଧ୍ୟ ଆମର ସୂର୍ଯ୍ୟ ପରି ଗୋଟିଏ ଗୋଟିଏ ନକ୍ଷତ୍ର । ଆମେ ୭ ପରେ ଗୋଟିଏ ଶୂନ ଲେଖିଲେ ହେବ ସତୁରୀ । ଆମେ ୭ ପରେ ଦୁଇଟା ଶୂନ ଲେଖିଲେ ହେବ ସାତଶହ । ସେହିପରି ଆମେ ୭ ପରେ ୨୨ ଟା ଶୂନ ଲେଖିଲେ ଯେଉଁ ବିଶାଳ ସଂଖ୍ୟା ହେବ, ବିଶ୍ୱରେ ଅତି କମ୍ରେ ସେତିକି ସଂଖ୍ୟକ ସୁର୍ଯ୍ୟ ଥିବାର ପ୍ରମାଣ ମିଳିଛି । ସେମାନଙ୍କ ଭିତରୁ କେତେକ ସୁର୍ଯ୍ୟ ଆମ ସୁର୍ଯ୍ୟ ତୁଳନାରେ ଛୋଟ । କିନ୍ତୁ ଅନେକ ସୂର୍ଯ୍ୟ ଆମ ସୂର୍ଯ୍ୟ ତୁଳନାରେ ଢେର୍ ବଡ଼ ବଡ଼ । ବିଶ୍ୱରେ ଅନେକ ସୂର୍ଯ୍ୟ ଅଛନ୍ତି, ଯାହାର ଆକାର ଆମ ସୂର୍ଯ୍ୟର ଆକାରର ପ୍ରାୟ ୪୦୦ ଗୁଣ ହେବ ।

ଆଧାର

Tags:

ପୃଥିବୀପ୍ରତୀକ ସୂର୍ଯ୍ୟସୌରଜଗତ

🔥 Trending searches on Wiki ଓଡ଼ିଆ:

ଗୋଲୋକ ବିହାରୀ ଧଳଚିକିତ୍ସା ବିଜ୍ଞାନରେ ନୋବେଲ ବିଜେତାଙ୍କ ତାଲିକାବନ୍ଦେ ଉତ୍କଳ ଜନନୀବୈକୁଣ୍ଠନାଥ ପଟ୍ଟନାୟକପାର୍ବତୀଇଣ୍ତିଆ ଗେଟଗୁଣନଘଟଗାଁରାମାୟଣନୀଳକଣ୍ଠ ଦାସଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଇରା ମହାନ୍ତିସାପପିପିଲିପିଙ୍କି ପ୍ରଧାନପ୍ରାଣବନ୍ଧୁ କରଆଇଜାକ ନିଉଟନମିଳିମିଳାଓଡ଼ିଆ କଥାଚିତ୍ର ଜଗତଅଖିଳ ମୋହନ ପଟ୍ଟନାୟକକଳାପାହାଡ଼ଓଡ଼ିଆ ସାହିତ୍ୟନାନରେଢ଼ାଖୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚବିଶ ଗୁରୁଜାପାନୀ ଭାଷାଚୈତ୍ର ପୂର୍ଣ୍ଣିମାବର କୋଳିକୋଣାର୍କପ୍ରଧାନ ପୃଷ୍ଠାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାକେବେ ତମେ ନାହଁ କେବେ ମୁଁ ନାହିଁଗଣେଶସିଦ୍ଧାର୍ଥ ଭରତନଓଡ଼ିଆ ନାଟକସୁଦଶା ବ୍ରତମିଳିତ ଜାତିସଂଘଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜକରଣ (ଜାତି)ଭୁବନେଶ୍ୱରସୀତାକେଦାରନାଥ ମନ୍ଦିରବି. ଆର. ଆମ୍ବେଦକରଓଡ଼ିଶାଜିନା ସାମଲଭଗବତୀ ଦେଉଳଭାରତର ଜାତୀୟ ପତାକାପୃଥ୍ୱୀ (କ୍ଷେପଣାସ୍ତ୍ର)ପାଳଙ୍ଗବ୍ୟାସଦେବଅଟଳ ବିହାରୀ ବାଜପେୟୀଜଗନ୍ନାଥ ଦାସଫକୀର ମୋହନ ସେନାପତିବାଳୁଙ୍ଗା ଟୋକାକଥକଳୀବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଅମର ସିଂହ ଚମକିଲାରାଜକିଶୋର ପଟ୍ଟନାୟକଓଡ଼ିଆବିର୍ସା ମୁଣ୍ଡାଖୋର୍ଦ୍ଧା ଜିଲ୍ଲାଅଷ୍ଟ୍ରେଲିଆଋଷିଆଇଂରାଜୀ ଭାଷାସାନିଆ ମିର୍ଜାଆର୍ଯ୍ୟଭଟ୍ଟ🡆 More