ମିଳିମିଳା

ମିଳିମିଳା (ଇଂରାଜୀରେ ମିଜିଲ୍‌ସ ବା ରୁବିଓଲା ବା ରେଡ ମିଜିଲ୍‌ସ ଯଥାକ୍ରମେ Measles, morbilli, rubeola, or red measles), ଏକ ଅତୀବ ସଂକ୍ରାମକ ରୋଗ ଯାହା ମିଳିମିଳା ଭୁତାଣୁଦ୍ୱାରା ହୁଏ । ପ୍ରାରମ୍ଭିକ ଚିହ୍ନ ଓ ଲକ୍ଷଣ ମଧ୍ୟରେ ଜ୍ୱର (ଅଧିକାଂଶ ସମୟରେ ୪୦୦ସେ.ରୁ ଅଧିକ), କାଶ, ନାକରୁ ପାଣି ବୋହିବା ଓ ଆଖି ଲାଲ ଦେଖାଯାଏ । ଏହି ଲକ୍ଷଣ ସମୂହ ଆରମ୍ଭ ହେବାର ୨ ଦିନ ପରେ ପାଟିର ଭିତର ପାଖରେ ଧଳା ଦାଗ ଦେଖାଯାଏ ଯାହାକୁ କପଲିକ ଦାଗ/Koplik's spots କୁହାଯାଏ । ସାଧାରଣତଃ ଗୋଟିଏ ଚେପଟା ଲାଲ ଦାଗ (ରାସ) ମୁହଁରେ ଆରମ୍ଭ ହୁଏ ଓ ୩ରୁ ୫ ଦିନ ମଧ୍ୟରେ ସାରା ଦେହକୁ ମାଡ଼ିଯାଏ । ଗୋଟିଏ ରୋଗୀ ସଂସ୍ପର୍ଶରେ ଆସିବାର ୧୦ରୁ ୧୨ ଦିନ ପରେ ଲକ୍ଷଣ ଦେଖାଯାଏ ଓ ୭ରୁ ୧୦ ପର୍ଯ୍ୟନ୍ତ ରହେ । ପ୍ରାୟ ୩୦ % କେଶ ଜଟିଳ ହୁଏ ଓ ତରଳ ଝାଡ଼ା, ଅନ୍ଧତ୍ୱ, ମସ୍ତିଷ୍କ ପ୍ରଦାହ ଓ ନିମୋନିଆ ଆଦି ହୁଏ । ରୁବେଲା ବା ଜର୍ମାନ ମିଳିମିଳା (German measles) ଓ ରୋଜିଓଲା (Roseola) ଦୁଇଟି ଭିନ୍ନ ରୋଗ ।

ମିଳିମିଳା
ମିଳିମିଳା
ଚାରି ଦିନ ଧରି ମିଳିମିଳା ଭୋଗୁଥିବା ଜଣେ ପିଲା ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦B05.
ଆଇସିଡ଼ି-୯-ସିଏମ୍055
ରୋଗ ଡାଟାବେସ7890
ମେଡ଼ିସିନ-ପ୍ଲସ001569
ଇ-ମେଡ଼ିସିନderm/259 emerg/389 ped/1388
Patient UKମିଳିମିଳା
MeSHD008457
ମିଳିମିଳା ଭିଡିଓ

ମିଳିମିଳା ଏକ ବାୟୁବାହିତ ରୋଗ ଯାହା ରୋଗୀର କାଶ ଓ ଛିଙ୍କଦ୍ୱାରା ବ୍ୟାପେ । ଲାଳ ଓ ନାକରୁ ବାହାରୁଥିବା ତରଳ ପଦାର୍ଥ ସଂସ୍ପର୍ଶରେ ଆସିଲେ ଏହି ରୋଗ ମଧ୍ୟ ବ୍ୟାପେ । ଏହି ରୋଗ ପ୍ରତି ଇମ୍ମ୍ୟୁନିଟି ନ ଥିବା ପ୍ରତି ୧୦ ଜଣରେ ୯ ଜଣ ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି । ରାସ ବା ଚର୍ମ ଲକ୍ଷଣ ପ୍ରକାଶ ପାଇବାର ୪ ଦିନ ପୂର୍ବରୁ ଓ ୪ ଦିନ ପର ପର୍ଯ୍ୟନ୍ତ ରୋଗୀ ସଂକ୍ରମଣକ୍ଷମ ରହେ । ଲୋକମାନେ ସାଧାରଣତଃ ଥରେ ଏହି ରୋଗ ଭୋଗନ୍ତି । ଜନ ସ୍ୱାସ୍ଥ୍ୟ ପ୍ରଚେଷ୍ଟାରେ କୌଣସି ରୋଗୀକୁ ମିଳିମିଳା ସନ୍ଦେହ କଲେ ତାହାର ଭୁତାଣୁ ପରୀକ୍ଷା କରାଯାଏ ।

ମିଳିମିଳା ପ୍ରତିଷେଧ ନିମନ୍ତେ ମିଳିମିଳା ଟିକା ଅତି ଫଳପ୍ରଦ । ଟିକାକରଣଦ୍ୱାରା ସନ ୨୦୦୦ରୁ ୨୦୧୩ ମଧ୍ୟରେ ମିଳିମିଳା ଜନିତ ମୃତ୍ୟୁ ହାର ୭୫ % କମିଛି ଓ ସାରା ପୃଥିବୀରେ ୮୫ % ପିଲାଙ୍କୁ ଟିକା ଦିଆହୋଇଛି । ଏହି ରୋଗ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ସାହାଯ୍ୟକାରୀ ଯତ୍ନ କଲେ ଫଳାଫଳ ଉନ୍ନତ ହୁଏ । ପାଟି ଜଳ‌ଯୋଜନ ନିମନ୍ତେ ସାମାନ୍ୟ ମିଠା ଓ ଲୁଣିଆ ତରଳ ପଦାର୍ଥ ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଦିଆଯାଏ, ଜ୍ୱର ନିୟନ୍ତ୍ରଣ ନିମନ୍ତେ ଔଷଧ ଦିଆଯାଏ । ନିମୋନିଆ ଭଳି ସଂକ୍ରମଣ ଥିଲେ ଆଣ୍ଟିବାୟୋଟିକ ଦିଆଯାଇପାରେ । ବିକାଶଶୀଳ ଦେଶରେ ଭିଟାମିନ ଏ ଦିଆଯାଏ ।

ଏହି ରୋଗ ବାର୍ଷିକ ୨୦ ନିୟୁତ ଲୋକଙ୍କୁ ଆକ୍ରମଣ କରେ, ଅଧିକ ଭାବେ ଆଫ୍ରିକା ଓ ଏସିଆ ମହାଦେଶରେ । ଟିକା ପ୍ରତିଷେଧକ ଥିବା ରୋଗ ଭିତରେ ସର୍ବାଧିକ ମୃତ୍ୟୁ ଏହି ରୋଗ ଯୋଗୁ ହୁଏ । ସନ ୧୯୯୦ରେ ୫୪୫,୦୦୦ ମୃତ୍ୟୁ ଏହି ରୋଗ ଯୋଗୁ ହୋଇଥିବା ବେଳେ ସନ ୨୦୧୩ରେ ୮୬,୦୦୦ ମୃତ୍ୟୁ ହୋଇଥିଲା । ସନ ୧୯୮୦ରେ ବାର୍ଷିକ ୨.୬ ନିୟୁତ ମୃତ୍ୟୁ ହେଉଥିଲା । ଅଧିକାଂଶ ସଂକ୍ରମିତ ଓ ମୃତ ରୋଗୀ ୫ ବର୍ଷ ବୟସରୁ କମ । ସଂକ୍ରମିତ ଲୋକଙ୍କ ମଧ୍ୟରୁ ୦.୨ % ଲୋକଙ୍କ ମୃତ୍ୟ ସଙ୍କଟ ଥାଏ, କିନ୍ତୁ କୁପୋଷଣ ଥିଲେ ୧୦ % ଲୋକଙ୍କର ମୃତ୍ୟୁ ସଙ୍କଟ ଥାଏ । ଅନ୍ୟ ପଶୁମାନଙ୍କୁ ଏହି ରୋଗ ହେବା ବିଶ୍ୱାସ କରାଯାଏ ନାହିଁ ।

ରୋଗର ଲକ୍ଷଣ

ଏହାର ଲକ୍ଷଣଗୁଡିକ ଭୁତାଣୁ ଶରୀରରେ ପ୍ରବେଶ କରିବାର ପାଖାପାଖି ୧୦ରୁ ୧୪ ଦିନ ପରେ ଜଣା ପଡିଥାଏ।

ପୂର୍ବତଥ୍ୟ ଅନୁଯାୟୀ ଚାରି ଦିନ ଜ୍ୱର, କାଶ, ଥଣ୍ଡା ହୋଇ ମୁଣ୍ଡ ବିନ୍ଧା, ଛିଙ୍କ , ନାଲି ଆଖି, ଚର୍ମରେ ଦାଗ ପଡ଼ିବା ସହିତ ଜ୍ୱର ଲାଗିରହିଥାଏ ।

ଜ୍ୱର ସାଧାରଣତଃ ଗୋଟିଏ ସପ୍ତାହ ଧରି ଲାଗିରହିଥାଏ । ଜ୍ୱର ବଢ଼ିବଢ଼ି ୪୦ ଡ଼ିଗ୍ରୀ ମଧ୍ୟ ହୋଇପାରେ ।

ପାଟି ଭିତରେ ଗାଲରେ ଧଳା ଚିହ୍ନ ମଧ୍ୟ ମିଳିମିଳାର ଲକ୍ଷଣ ଅଟେ।

ଆଧାର

Tags:

Roseolaଅନ୍ଧତ୍ୱଇଂରାଜୀଜ୍ୱରତରଳ ଝାଡ଼ାନିମୋନିଆ

🔥 Trending searches on Wiki ଓଡ଼ିଆ:

ଜଗନ୍ନାଥ ମନ୍ଦିରଆମ୍ବଜାତୀୟ ସଂସଦ (ଜାପାନ)ବଲ୍ଲଭଭାଇ ପଟେଲ୧୨ ଫେବୃଆରୀବି. ଆର. ଆମ୍ବେଦକରଯକ୍ଷ୍ମାସୌର ଜଗତହନୁମାନ ଜୟନ୍ତୀକୃଷ୍ଣଚନ୍ଦ୍ର ପାଣିଗ୍ରାହୀରାୟଗଡ଼ା ରେଳ ଷ୍ଟେସନପକ୍ଷଶ୍ରୀରାମ ପଣ୍ଡାଓଡ଼ିଆ ଭାଷାଫେସବୁକ ମେସେଞ୍ଜର୨୧ ମାର୍ଚ୍ଚରାସନ କାର୍ଡ଼ (ଭାରତ)ନଦୀଜାପାନ୭ ଅପ୍ରେଲଖାରବେଳ ସ୍ୱାଇଁ୧୫୭୨ଲବଣ ସତ୍ୟାଗ୍ରହସୁଦର୍ଶନ ପଟ୍ଟନାୟକସୌଭାଗ୍ୟ କୁମାର ମିଶ୍ରବାଲେଶ୍ୱର ଜିଲ୍ଲାରବୀନ୍ଦ୍ରନାଥ ଠାକୁର୧୭ ଅପ୍ରେଲ୫ ମଇଇଷ୍ଟ୍ରାଡେଫାଇଲିନନଅଙ୍କ ଦୁର୍ଭିକ୍ଷପ୍ରାଣୀ ବିଜ୍ଞାନପୃଥିବୀଆଣ୍ଟିଅକ୍ସିଡାଣ୍ଟତ୍ରିଭୁଜସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିଇଷ୍ଟ ଇଣ୍ଡିଆ କମ୍ପାନୀଭାରତୀୟ ମୁଦ୍ରା୧୧ ଫେବୃଆରୀମଙ୍ଗଳା ମନ୍ଦିରଗଙ୍ଗା ଦଶହରାଓଡ଼ିଆ କଥାଚିତ୍ର ଜଗତବୀଜାଣୁରଜମହାଦେଶଭାଷାଖାଦ୍ୟ ଖଣିଜ ଲବଣମହିମା ଧର୍ମଫାଲଗୁନବିଶ୍ୱ ଘରଚଟିଆ ଦିବସକବିଯୁକ୍ତରାଜ୍ୟକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା୧୯ ଫେବୃଆରୀବୌଦ୍ଧ ଧର୍ମଅମରପୋଇପ୍ରଥମ ବିଶ୍ୱଯୁଦ୍ଧବିଜୁ ଜନତା ଦଳ୧୭୯୫ୟୁ ଟ୍ୟୁବଓଡ଼ିଶୀସୁଭାଷ ଚନ୍ଦ୍ର ବୋଷ୬୦୨ଭଗବତ ଗୀତାମନୋଜ ଦାସମନମୋହନ ସାମଲ🡆 More