ନେତ୍ରାବରଣ ପ୍ରଦାହ

ନେତ୍ରାବରଣ ପ୍ରଦାହ, ଇଂରାଜୀ ଭାଷାରେ କଞ୍ଜକ୍ଟିଭାଇଟିସ୍ (Conjunctivitis), ଅନ୍ୟ ନାମ ପିଙ୍କ ଚକ୍ଷୁ (pink eye), ଏକ ପ୍ରଦାହ ଯାହା ଚକ୍ଷୁ ପତାର ଭିତର ସ୍ତର ଓ ଧଳା ଡୋଳାର ବାହ୍ୟ ସ୍ତରକୁ ଆକ୍ରମଣ କରିଥାଏ । ଏହା ହେବାଦ୍ୱାର ଆଖି ପିଙ୍କ ବା ଲାଲ୍ ଦେଖାଯାଏ । ଆଖିରେ ଯନ୍ତ୍ରଣା, ଜଳାପୋଡ଼ା, ରାମ୍ପୁଡ଼ା ଓ ଗଲୁ ଅନୁଭବ ହୁଏ । ପ୍ରଭାବିତ ଚକ୍ଷୁରୁ ଅଧିକ ଲୁହ ବୁହେ ଓ ସକାଳେ ଆଖି ପତା ଲାଖିଯାଇ ବନ୍ଦ ହୋଇଥାଏ । ଆଖିର ଧଳା ଅଂଶ ଫୁଲିଯାଏ । ଆଲର୍ଜି ଯୋଗୁ ହୋଇଥିଲେ ଗଲୁ କରେ । ଏହି ରୋଗ ଏକ ବା ଉଭୟ ଆଖିକୁ ଆକ୍ରମଣ କରିପାରେ ।

ନେତ୍ରାବରଣ ପ୍ରଦାହ
ନେତ୍ରାବରଣ ପ୍ରଦାହ
ଭୁତାଣୁଦ୍ୱାର ନେତ୍ରାବରଣ ପ୍ରଦାହ ହୋଇଥିବା ଏକ ଚକ୍ଷୁ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିOphthalmology
ଆଇସିଡ଼ି-୧୦H10.
ଆଇସିଡ଼ି-୯-ସିଏମ୍372.0
ରୋଗ ଡାଟାବେସ3067
ମେଡ଼ିସିନ-ପ୍ଲସ001010
ଇ-ମେଡ଼ିସିନemerg/110
Patient UKନେତ୍ରାବରଣ ପ୍ରଦାହ
MeSHD003231

ସଂକ୍ରମଣର ସର୍ବାଧିକ କାରଣମାନଙ୍କ ମଧ୍ୟରୁ ଭୁତାଣୁ ପ୍ରଥମ ଓ ତା'ପରେ ଜୀବାଣୁ ସଂକ୍ରମଣ । ଭୁତାଣୁ ସଂକ୍ରମଣରେ ଶର୍ଦ୍ଦିର ଲକ୍ଷଣ ମଧ୍ୟ ଦେଖାଯାଇପାରେ । ଭୁତାଣୁ ଓ ଜୀବାଣୁ ସ‌ହଜରେ ଚାରିଆଡ଼େ ବ୍ୟାପିପାରେ । ପଶୁ ଲୋମ ଓ ପଲେନ ଆଲର୍ଜି ମଧ୍ୟ ହୋଇପାରେ । ଚିହ୍ନ ଓ ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ କରାଯାଏ । ବେଳବେଳେ ଆଖିରୁ ବାହାରୁଥିବା ଲୁହକୁ କଲ୍‌ଚର୍ ନିମନ୍ତେ ପଠାଯାଇପାରେ ।

ହାତଧୁଆଦ୍ୱାରା ନେତ୍ରାବରଣ ପ୍ରଦାହର ଆଂଶିକ ଭାବରେ ପ୍ରତିଷେଧ ହୁଏ । ଅନ୍ତର୍ନିହିତ କାରଣ ଉପରେ ଏହି ରୋଗର ଚିକିତ୍ସା ନିର୍ଭର କରେ । ଭୁତାଣୁ ସଂକ୍ରମଣର ଅଧିକାଂଶ ରୋଗୀଙ୍କର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ଅଧିକାଂଶ ଜୀବାଣୁ ଜନିତ ସଂକ୍ରମଣ ବିନା ଚିକିତ୍ସାରେ ଆପେ ଆପେ ଭଲ ହୋଇଯାଏ କିନ୍ତୁ ଆଣ୍ଟିବାୟୋଟିକ ଦେବାଦ୍ୱାରା ରୋଗ ସମୟ କମିଯାଏ । କଣ୍ଟାକ୍ଟ ଲେନ୍ସ ବ୍ୟବ‌ହାର କରୁଥିବା ଲୋକ, ଗନୋରିଆ ଓ କ୍ଲାମିଡିଆ ସଂକ୍ରମଣ ଥିଲେ କାରଣ ଅନୁସାରେ ଉପ‌ଯୁକ୍ତ ଚିକିତ୍ସା କରାଯାଏ । ଆଲର୍ଜି ଥିଲେ ଆଣ୍ଟିହିସ୍ଟାମିନ ବା ମାସ୍ଟ ସେଲ ଇନହିବିଟର ଡ୍ରପ ଆଖିରେ ପକାଯାଏ

ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ବର୍ଷ ପ୍ରାୟ ୩ରୁ ୬ ନିୟୁତ ଲୋକଙ୍କର ନେତ୍ରାବରଣ ପ୍ରଦାହ ହୁଏ । ବଡ଼ ମଣିଷଙ୍କର ଅଧିକ ଭୁତାଣୁ ସଂକ୍ରମଣ ଓ ପିଲାଙ୍କର ଅଧିକ ଜୀବାଣୁ ସଂକ୍ରମଣ ହୁଏ । ସ୍ୱାଭାବିକ ଭାବରେ ଏକ ବା ଦୁଇ ସପ୍ତାହ ମଧ୍ୟରେ ଏହି ରୋଗ ଭଲ ହୋଇଯାଏ । ଯଦି ଏକ ସପ୍ତାହ ମଧ୍ୟରେ କିଛି ସୁଫଳ ମିଳେନି, ଦୃଷ୍ଟିହାନୀ, ଯନ୍ତ୍ରଣା ଲାଗିରହିଥାଏ, ଆଲୋକ ସମ୍ବେଦନ ବା ହର୍ପିସ ଲକ୍ଷଣ ଜଣାଯାଏ ତେବେ ଅଧିକ ରୋଗ ନିର୍ଣ୍ଣୟ ଓ ଚିକିତ୍ସା ଆବଶ୍ୟକ ହୁଏ । ନବଜାତ ଶିଶୁର ଏହି ପ୍ରଦାହକୁ ନିଓନାଟାଲ ନେତ୍ରାବରଣ ପ୍ରଦାହ କୁହାଯାଏ ଓ ଏହା ନିମନ୍ତେ ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏ ।

ଆଧାର

Tags:

ଇଂରାଜୀ ଭାଷା

🔥 Trending searches on Wiki ଓଡ଼ିଆ:

ମହିଳା ଯୌନାଙ୍ଗ ଛେଦନହିରୋଅକ୍ଷୟ ମହାନ୍ତିଉପେନ୍ଦ୍ର ଭଞ୍ଜଭାରତ ଛାଡ଼ ଆନ୍ଦୋଳନଦକ୍ଷିଣାୟନ ଯାତ୍ରାଗୋପୀନାଥ ମହାନ୍ତିନାଗ ପଞ୍ଚମୀରାମଚାଉଳପ୍ରଶାନ୍ତ ନନ୍ଦଇସ୍ରାଏଲ୧୯୧୮ଭୁବନେଶ୍ୱର ବେହେରାଗଣନ ସଂଖ୍ୟାଛେଣ୍ଡିପଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚନ୍ଦନେଶ୍ଵର ମନ୍ଦିରଅଭିରାମ ପରମହଂସଅଖିଳ ମୋହନ ପଟ୍ଟନାୟକପିଆଜ୨୦୦୧ବନ୍ଦେ ମାତରମସୌର ଜଗତଭାରତ ସରକାରମାଣବସା ଗୁରୁବାରଫଗୁ ଦଶମୀଗୋପାଳ ଛୋଟରାୟଉତ୍ତମ କୁମାର ପ୍ରଧାନଟାଇଫଏଡ୧୯୪୨ତାମିଲ ଭାଷାମେଲାଟୋନିନକବିବୀଜାଣୁଓଡ଼ିଆ ଚଉତିଶା୧ ଜୁଲାଇନବକଳେବର ୨୦୧୫କ୍ରୋଏସିଆଋଷିଆଓଉଯୌନ ସମ୍ଭୋଗAsthmaଓଡ଼ିଶା ସରକାରଟୋକିଓବିଜୟ ମିଶ୍ରଖାରବେଳ ସ୍ୱାଇଁବିରିମାୟାଧର ମାନସିଂହ୭ ଫେବୃଆରୀଟାସିମେଲଟେଓନରେବତୀ (କ୍ଷୁଦ୍ରଗଳ୍ପ)ପ୍ରଧାନମନ୍ତ୍ରୀ ଜନଧନ ଯୋଜନାଚନ୍ଦ୍ରଭାଗା (କବିତା)୧୯୨୨ଦାଶରଥି ପଟ୍ଟନାୟକଏକ୍ସକ୍ୟୁଜ ମି୧୪ ମାର୍ଚ୍ଚଭାରତୀୟ ସ୍ୱାଧୀନତା ଆନ୍ଦୋଳନରୁଦ୍ର ପାଣିଗ୍ରାହୀ🡆 More