ଜଳ: ଯୌଗିକ ପଦାର୍ଥ

ପୃଥିବୀର ଅତି ସାଧାରଣ ତରଳ ହେଉଛି ଜଳ । ପୃଥିବୀର ପ୍ରାୟ ୭୧.୪% ଜଳପୂର୍ଣ୍ଣ ଅଟେ । ବିଶୁଦ୍ଧ ଜଳର ଗନ୍ଧ, ସ୍ୱାଦ ଓ ରଙ୍ଗ ନାହିଁ । ହ୍ରଦ, ନଦୀ ଓ ମହାସାଗର ଆଦିରେ ଜଳ ଥାଏ । ଆକାଶରେ ବାଦଲରୁ ବର୍ଷା ରୂପରେ ଜଳ ତଳକୁ ପଡେ । ଜଳ ଅତି ଥଣ୍ଡା ହେଲେ ବରଫରେ ପରିଣତ ହୁଏ । ଘନିଭୂତ ବର୍ଷା ତୁଷାରପାତରେ ପରିଣତ ହଏ । ଜଳ ଅତି ଗରମ ହେଲେ ଏହା ବାଷ୍ପରେ ପରିଣତ ହୁଏ । ଜୀବନ ପାଇଁ ଜଳ ଅତି ଜରୁରୀ । କିନ୍ତୁ ଜଣାଯାଏ ଯେ ୨୦୨୫ ସୁଦ୍ଧା ବିଶ୍ୱର ଅର୍ଦ୍ଧାଧିକ ଲୋକେ ଯଥେଷ୍ଟ ଜଳ ପାଇବେ ନାହିଁ । ହାଇଡ୍ରୋଫିଲିକ ଆଧାରରେ ଜଳ ଏକ ତରଳ ସ୍ଫଟିକ ଅବସ୍ଥାରେ ରହିଥାଏ ।

ଜଳ: ଜଳର ବ୍ୟବହାର, ଜଳର ଗଠନ, ସମ୍ପର୍କିତ ପୃଷ୍ଟା
ଜଳବିନ୍ଦୁର ପତନ ଫଳରେ ବୃତ୍ତୀୟ ତରଙ୍ଗ ସୃଷ୍ଟି ହୋଇ ବିନ୍ଦୁକୁ ଉପରକୁ ଠେଲେ ।

ଜଳ ପୃଥିବୀପୃଷ୍ଟରେ ପ୍ରାକୃତିକ ଭାବେ ମିଳେ । ଜଳ ହେଉଛି ଏକମାତ୍ର ବସ୍ତୁ ଯାହା ସାଧାରଣ ତାପମାତ୍ରାରେ ୩ଟି ଅବସ୍ଥାରେ ରହେ । ଜଳର ୪୦ରୁ ଉର୍ଦ୍ଧ୍ୱ ବିଶେଷ ଜଳ ଘନିଭୂତ ହେଲେ ଏହାର ଆୟତନ ପାଖାପାଖି ୯% ବୃଦ୍ଧି ପାଏ ।

ଜଳ: ଜଳର ବ୍ୟବହାର, ଜଳର ଗଠନ, ସମ୍ପର୍କିତ ପୃଷ୍ଟା
କଳରୁ ପଡୁଥିବା ପାଣି ଟୋପା

ଜଳର ବ୍ୟବହାର

ମାନବ ସମେତ ସମସ୍ତ ପ୍ରାଣୀ ଓ ଉଦ୍ଭିଦ ଜୀବନ ଧାରଣ ପାଇଁ ଜଳ ଆବଶ୍ୟକ କରନ୍ତି । ଶରୀରର ଆଭ୍ୟନ୍ତରୀଣ ରାସାୟନିକ ପ୍ରତିକ୍ରିୟା ଓ ରକ୍ତର ପ୍ରମୁଖ ଅଂଶ ଭାବେ କାମ କରେ । ଜଳ ଝାଳ ରୂପରେ ବାହାରି ଶରୀରକୁ ଥଣ୍ଡା ରଖେ । ପୋଷକତତ୍ତ୍ୱକୁ ପାକସ୍ଥଳୀରୁ ଶରୀରର ଅନ୍ୟାନ୍ୟ ଅଙ୍ଗକୁ ପହଞ୍ଚାଇବାରେ ଜଳ ସାହାଯ୍ୟ କରେ । ଫୁସ୍‌ଫୁସ୍‌ରୁ ଶରୀରକୁ ଅମ୍ଳଜାନ ପରିବହନ କରିବାରେ ମଧ୍ୟ ଜଳ ସାହାଯ୍ୟ କରେ । ଲାଳ ମଣିଷ ଓ ପ୍ରାଣୀମାନଙ୍କୁ ଖାଦ୍ୟ ହଜମ କରିବାରେ ଭୂମିକା ଗ୍ରହଣ କରେ । ଜଳ ପରିସ୍ରା ତିଆରି କରେ । ପରିସ୍ରା ଶରୀରର ଦୂଷିତ ପଦାର୍ଥକୁ ନିଷ୍କାସନ କରିଥାଏ । ମଣିଷ ଶରୀର ୬୦-୭୦% ଜଳରେ ଗଠିତ ।

ଦୁଗ୍ଧ, ଫଳରସ ଏବଂ ମଦ ପରି ପାନୀୟମାନଙ୍କର ମୁଖ୍ୟ ଅଂଶ ହେଉଛି ଜଳ । ପ୍ରତ୍ୟେକ ପ୍ରକାରର ପାନୀୟରେ ଜଳ ବ୍ୟତୀତ ବାସ୍ନା, ପୋଷକତତ୍ତ୍ୱ ଯେମିତି ସର୍କରା, ଫଳ ଇତ୍ୟାଦି ଥାଏ । ପିଇବା ଯୋଗ୍ୟ ଜଳକୁ ଆମେ ପାନୀୟ ଜଳ ବୋଲି କହୁ । ମହାସାଗରର ଜଳ ଲୁଣିଆ ହୋଇଥିବା ସ୍ଥଳେ ହ୍ରଦ ଓ ନଦୀର ଜଳ ମଧୁର ହୋଇଥାଏ । ପୃଥିବୀପୃଷ୍ଠରେ ମାତ୍ର ୩% ମଧୁର ଜଳ ଅଛି, ବାକି ସବୁ ଲୁଣିଆ ।

ଜଳର ଗଠନ

ଗୋଟିଏ ଜଳ ଅଣୁ ୨ଟି ଉଦଜାନ ପରମାଣୁ ଓ ଗୋଟିଏ ଅମ୍ଳଜାନ ପରମାଣୁରୁ ତିଆରି । ଏହାର ରାସାୟନିକ ସୂତ୍ର ହେଉଛି H2O.

ଜଳକୁ ରୋମାନ ଭାଷାରେ ଆକୁଆ କୁହାଯାଏ । ଆମୋଦପ୍ରମୋଦ ପାଇଁ ମଧ୍ୟ ଜଳ ବ୍ୟବହୃତ ହୋଇଥାଏ । ମଣିଷ ଖାଦ୍ୟ ବିନା ସପ୍ତାହେ ପର୍ଯ୍ୟନ୍ତ ବଞ୍ଚିପାରୁଥିଲେ ମଧ୍ୟ ଜଳ ବିନା ଦୁଇ ଦିନରୁ ଅଧିକ ବଞ୍ଚି ପାରିବ ନାହିଁ । ଜଳ ହିଁ ଜୀବନ ଅଟେ ।

ସମ୍ପର୍କିତ ପୃଷ୍ଟା

ଆଧାର

ଅଧିକ ତଥ୍ୟ

Tags:

ଜଳ ର ବ୍ୟବହାରଜଳ ର ଗଠନଜଳ ସମ୍ପର୍କିତ ପୃଷ୍ଟାଜଳ ଆଧାରଜଳ ଅଧିକ ତଥ୍ୟଜଳପୃଥିବୀବରଫ

🔥 Trending searches on Wiki ଓଡ଼ିଆ:

ଓଡ଼ିଆ କଥାଚିତ୍ର ଜଗତଯକୃତଭାରତୀୟ ଜାତୀୟ କଂଗ୍ରେସକେନ୍ଦୁଝର ଜିଲ୍ଲାକୁଞ୍ଜବିହାରୀ ଦାଶବ୍ରାହ୍ମ ସମାଜବୈଦେହୀଶ ବିଳାସ୧ ଅପ୍ରେଲଉଇକିଅଭିଧାନଫିଫା ବିଶ୍ୱକପଅଷ୍ଟ୍ରେଲିଆଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱରମାର୍ଚ୍ଚତିନୋଟି ରତନଫିନଲ୍ୟାଣ୍ଡଚେକ୍ ଗଣରାଜ୍ୟଅଖିଳ ମୋହନ ପଟ୍ଟନାୟକସଂକ୍ରାନ୍ତିଓଡ଼ିଆ କାବ୍ୟ କବିତାମହୁମାଛିଗୋପବନ୍ଧୁ ଦାସଉଇକିପିଡ଼ିଆବଡ଼ିପ୍ରାଣବନ୍ଧୁ କରମୟୂରଭଞ୍ଜ ଜିଲ୍ଲାଡାଉନ ସିଣ୍ଡ୍ରୋମପଦାର୍ଥ୧୨ ଫେବୃଆରୀବଳରାମ ଦାସଅନନ୍ତ ପଟ୍ଟନାୟକଭାରତର ସଂସ୍କୃତିଇଣ୍ଟରନେଟକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବବିବାହ୧୧ ଫେବୃଆରୀଓଡ଼ିଶା ସରକାରହଂକଂପଦାର୍ଥ ବିଜ୍ଞାନଇରା ମହାନ୍ତିଜ୍ୟୈଷ୍ଠସୁନନ୍ଦା ଦାସଗ୍ରହନାରୀବାଦଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡବାଲେଶ୍ୱର ଜିଲ୍ଲାଓଡ଼ିଶାର ଭୂଗୋଳମାଗୁଣି ଚରଣ ଦାସପ୍ଲୀହା୧୪ ଅପ୍ରେଲପ୍ରଧାନ ପୃଷ୍ଠାବନ୍ଦେ ଉତ୍କଳ ଜନନୀମହିମା ଧର୍ମ୧୮୬୬ଛବିଳ ମଧୁ ବର୍ଣ୍ଣବୋଧଆଶ୍ୱିନଶିବପ୍ରତିଭା ରାୟଉଇକିଖବରଗଣ୍ଡାନୀଳକଣ୍ଠ ଦାସଦୀପକ ମିଶ୍ର🡆 More