ଅପସ୍ମାର

ଅପସ୍ମାର ଗୋଟିଏ ଦୀର୍ଘସ୍ଥାୟୀ ସ୍ନାୟୁ ବ୍ୟତିକ୍ରମ ରୋଗ ଯେଉଁଥିରେ ବାତ ଗୋଟିଏ ପ୍ରମୁଖ ଲକ୍ଷଣ । ଏହା ଏପିଲେପ୍ସି ନାମରେ ମଧ୍ୟ ପରିଚିତ ଯାହା ସଳ୍ପ କାଳୀନ ବା ପ୍ରାୟ ଅଣଚିହ୍ନଟ ହୋଇପାରେ ବା ସେଥିରେ ଦୀର୍ଘ ସମୟ ଧରି ପ୍ରବଳ କମ୍ପନ ହୋଇପାରେ । ଏହା ଫଳରେ ଶାରୀରିକ କ୍ଷତି ଯେପରିକି ଅସ୍ଥି ଭଗ୍ନ ହୋଇପାରେ । ବାତ ବାରମ୍ବାର ହୋଇପାରେ ଓ ଏହାର କୌଣସି ଅନ୍ତର୍ନିହିତ କାରଣ ନ ଥାଏ । କେତେକ ସଂଜ୍ଞା ଅନୁସାରେ ବାତ ବାରମ୍ବାର ଓ ଉତ୍ତେଜନା ବିହୀନ ହେବା ଆବଶ୍ୟକ, ଅନ୍ୟ ମତ ଅନୁସାରେ ଗୋଟିଏ ଥର ବାତ ସହ ମସ୍ତିଷ୍କ କ୍ରିୟା ପରିବର୍ତ୍ତନ ଓ ଭବିଷ୍ୟତ ବାତ ସମ୍ଭାବନା ଅଧିକ ଥାଏ ବିଷକ୍ରିୟା ଯୋଗୁ ଉତ୍ପନ୍ନ ହେଉଥିବା ବାତକୁ ଅପସ୍ମାର ଶ୍ରେଣୀରେ ନିଆଯାଏ ନାହିଁ । ପୃଥିବୀର କେତେକ ଅଞ୍ଚଳରେ ଏହାକୁ ସାମାଜିକ କଳଙ୍କ (stigma) କୁହାଯାଏ ।

Epilepsy
ଅପସ୍ମାର
Generalized 3 Hz spike and wave discharges in EEG
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିneurology[*], epileptology[*]
ଆଇସିଡ଼ି-୧୦G40.-G41.
ଆଇସିଡ଼ି-୯-ସିଏମ୍345
ରୋଗ ଡାଟାବେସ4366
ମେଡ଼ିସିନ-ପ୍ଲସ000694
ଇ-ମେଡ଼ିସିନneuro/415
MeSHD004827

ଅଧିକାଂଶ ଅପସ୍ମାର ରୋଗର କାରଣ ଅଜଣା ଥିଲେ ମଧ୍ୟ କେତେକ କାରଣ ଯଥା ମସ୍ତିଷ୍କ ଆଘାତ, ସ୍ଟ୍ରୋକ, ମସ୍କିଷ୍କ ଅର୍ବୁଦ, ଔଷଧ, ଜନ୍ମଗତ ତୃଟି ଓ ମାତ୍ରାଧିକ ମଦ୍ୟପାନ ଉଲ୍ଲେଖ ଯୋଗ୍ୟ । ପରିଚିତ ଜେନେଟିକ ମ୍ୟୁଟେସନ ଯୋଗୁ କେତେକ ଅପସ୍ମାର ହୁଏ ।. ଏହି ରୋଗ ମସ୍ତିଷ୍କରେ ଅସାଧାରଣ ଓ ଅତ୍ୟଧିକ ସ୍ନାୟୁ ଉତ୍ତେଜନା ହେବା ଯୋଗୁ ଦେଖାଯାଏ । ସମଲକ୍ଷଣ ବିଶିଷ୍ଟ ରୋଗ ଯଥା ଅଚେତା, ଆଲକୋହୋଲ ଉଇଥଡ୍ରୟାଲ ସିଣ୍ଡ୍ରୋମ ବା ଇଲେକ୍ଟ୍ରୋଲାଇଟ ସମସ୍ୟାର ଉପସ୍ଥିତି ନିମନ୍ତେ ପରୀକ୍ଷା କରି ଦୂର କରାଯାଏ । ଆଂଶିକ ଭାବରେ ଏହା ମସ୍ତିଷ୍କ ଇମେଜିଙ୍ଗ ରକ୍ତ ପରୀକ୍ଷା କରି ଚିହ୍ନଟ କରାଯାଏ । ଏହି ରୋଗ ଇଲେକ୍ଟ୍ରୋଏନସେଫାଲୋଗ୍ରାମ (ଇଇଜି) କରି ନିଧାର୍ଯ୍ୟ କରାଯାଏ କିନ୍ତୁ ସାଧାରଣ ପରୀକ୍ଷାଦ୍ୱାରା ଏହାର ଅନୁପସ୍ଥିତି ଜଣାଯାଏ ନାହିଁ ।

ଜଣାଶୁଣା କାରଣରୁ ହେଉଥିବା ଅପସ୍ମାର ପ୍ରତିରୋଧ କରିହୁଏ । ପ୍ରାୟ ୭୦% କେଶ୍‌ରେ ଔଷଧଦ୍ୱାରା ବାତ ନିୟନ୍ତ୍ରଣ କରିହୁଏ । ଶସ୍ତା ଔଷଧ ମଧ୍ୟ ଉପଲବ୍‌‌ଧ ଅଛି । ଔଷଧ କାମ ନ କଲେ ଅପରେଶନ, ନିଉରୋସ୍ଟିମୁଲେସନ, ବା ଖାଦ୍ୟ ପରିବର୍ତ୍ତନ କରାଯାଏ । ସବୁ ଅପସ୍ମାର ଜୀବନବ୍ୟାପୀ ନୁହେଁ; କେତେକ ରୋଗୀ ଏତେ ଉନ୍ନତି କରନ୍ତି ଯେ ତାଙ୍କର ଆଉ ଔଷଧ ଆବଶ୍ୟକ ହୁଏ ନାହିଁ ।

ସନ ୨୦୧୩ ସୁଦ୍ଧା ପୃଥିବୀରେ ପ୍ରାୟ ୨୨ନିୟୁତ ଅପସ୍ମାର ରୋଗୀ ଥିଲେ । ପ୍ରାୟ ୮୦ % ରୋଗୀ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଦେଖାଯାଆନ୍ତି । ସନ ୧୯୯୦ରେ ଏହା ଯୋଗୁ ୧୧୨,୦୦୦ ମୃତ୍ୟୁ ହୋଇଥିଲା ବେଳେ ସନ ୨୦୧୩ରେ ୧୧୬,୦୦୦ ମୃତ୍ୟୁ ହୋଇଥିଲେ । ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହି ରୋଗ ହେବା ସମ୍ଭାବନା ବଢ଼େ । ଶିଶୁ ଓ ବୟସ୍କ ଲୋକଙ୍କଠାରେ ଏହି ରୋଗ ନୂଆ ଭାବରେ ଦେଖାଯାଏ । > ବିକାଶଶୀଳ ଦେଶମାନଙ୍କରେ ବଡ଼ ପିଲା ଓ ଯୁବ ବୟଃପ୍ରାପ୍ତ ଲୋକଙ୍କର ଅନ୍ତର୍ନିହିତ କାରଣମାନଙ୍କ ଯୋଗୁ ଅଧିକ ଅପସ୍ମାର ହୁଏ । ପ୍ରାୟ ୫–୧୦% ଲୋକଙ୍କର ୮୦ ବର୍ଷ ବୟସ ବେଳକୁ ଅଣଉତ୍ତେଜିତ ବାତ ହୁଏ, ଓ ଦ୍ୱିତୀୟ ବାତ ସମ୍ଭାବନା ପ୍ରାୟ ୪୦ରୁ ୫୦% ଥାଏ । ପୃଥିବୀର ଅନେକ ସ୍ଥାନରେ ଡ୍ରାଇଭ କରିବାକୁ ସୀମିତ କରାଯାଏ ବା ଭଲ ହେବା ପର୍ଯ୍ୟନ୍ତ ଆଦୌ ଅନୁମତି ଦିଆଯାଏ ନାହିଁ । ଏପିଲେପ୍ସି ଶବ୍ଦର ଅର୍ଥ ପ୍ରାଚୀନ ଗ୍ରୀକ: ἐεπιλαμβάνειν "ଭାଷାରେ ଅଭିଗ୍ରହଣ କରିବା, ଆୟତ କରିବା ବା ଆକ୍ରାନ୍ତ କରିବା".

ଚିହ୍ନ ଓ ଲକ୍ଷଣ

ଅପସ୍ମାର 
ଜଣେ ବ୍ୟକ୍ତି ବାତ ମାରିବା ସମୟରେ ଜିଭ କାମୁଡି ପକେଇଛି ।

ଅପସ୍ମାର ରୋଗରେ ଦୀର୍ଘସ୍ଥାୟୀ ଓ ବାରମ୍ବାର ବାତ ମାରିବା ଆଶଙ୍କା ଥାଏ । ବାତ ମରା ବିଭିନ୍ନ କିସମର ହୁଏ।
ବାତ (Seizure/ Fits) ମାରିବା ସମୟରେ ଜିଭ ଅଗ ବା ଜିଭର ଦୁଇ ପାର୍ଶ୍ୱ କାମୁଡି ହୋଇଯାଏ । ଟନିକ-କ୍ଲୋନିକ ବାତ ହେଲେ ଜିଭର ଦୁଇ ପାର୍ଶ୍ୱ କାମୁଡା ହୁଏ, ଅଗ୍ର ଭାଗ ମଧ୍ୟ କାମୁଡି ହୋଇଯାଏ ।

କାରଣ

ଅପସ୍ମାର ବାତ ରୋଗ ନିର୍ଣ୍ଣୟ ନିମନ୍ତେ କୌଣସି ନିର୍ଣ୍ଣାୟାତ୍ମକ କାରଣ ନ ଥାଇ ବାତ ମାରିବା ଆବଶ୍ୟକ । ତଥାପି କେତେକ କ୍ଷେତ୍ରରେ କେତେକ ନିର୍ଦ୍ଦିଷ୍ଟ ଉତ୍ତେଜକ(Trigger) ଯୋଗୁ ବାତ(Fits/ Seizure) ମାରେ ଯେଉଁମାନଙ୍କୁ ସ୍ୱତଃସ୍ଫୁର୍ତ୍ତ ଏପିଲେପ୍ସି କୁହାଯାଏ (Reflex epilepsy) । ଉଦାହରଣ ସ୍ୱରୁପ ପଠନ ଏପିଲେପ୍ସିରେ ପଢ଼ିବା ଏକ ଟ୍ରିଗର କାମ କରେ । ଫ୍ଲାସିଙ୍ଗ ଆଲୋକ ଯୋଗୁ ଫଟୋସେନସିଟିଭ ଏପିଲେପ୍ସି ହୁଏ । ସ୍ୱତଃସ୍ଫୁର୍ତ୍ତ ଏପିଲେପ୍ସି ଥିଲେ ମଧ୍ୟ ଟ୍ରିଗର ଯୋଗୁ ଏପିଲେପ୍ସି ହୋଇପାରେ । ପିଲାମାନଙ୍କର ହାଇପରଭେଣ୍ଟିଲେସନ ଯୋଗୁ ଚାଇଲ୍ଡହୁଡ ଆବସେନ୍ସ୍ ଏପିଲେପ୍ସି ହୁଏ । ଫ୍ଲାସିଙ୍ଗ ଆଲୋକ ଓ ହାଇପରଭେଣ୍ଟିଲେସନ କରି ଇ.ଇ.ଜି.ଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ । ଅନ୍ୟ ଟ୍ରିଗରମାନଙ୍କର ନାମ: ଆବେଗ(Emotional stress), ନିଦ୍ରାହୀନତା, ନିଦ୍ରା, ଉତ୍ତାପ, ଆଲକହଲ ଓ ଜ୍ୱର ଇତ୍ୟାଦି । ଟ୍ରିଗରମାନଙ୍କର ପ୍ରତିକ୍ରିୟା ଭିନ୍ନ ଭିନ୍ନ ହୋଇଥାଏ । ଋତୁସ୍ରାବ ମଧ୍ୟ ଭିନ୍ନ ରକମ ଟ୍ରିଗର କାମ କରେ ଓ ଏହାକୁ କାଟାମେନିଆଲ ଏପିଲେପ୍ସି କୁହାଯାଏ ।
ଅପସ୍ମାର ବାତ ବିଭିନ୍ନ ବୟସରେ ବିଭିନ୍ନ କାରଣ ଯୋଗୁ ହୁଏ । ନିମ୍ନରେ ସେହି କାରଣଗୁଡ଼ିକ ପ୍ରଦତ୍ତ ହେଲା ।

  • ନବଜାତ ଓ ପ୍ରାକ୍ ଶୈଶବରେ- ହାଇପୋକ୍ସିକ୍ ଇସ୍କେମିକ୍ ଏନକେଫାଲୋପାଥି, କେନ୍ଦ୍ରୀୟ ସ୍ନାୟୁ ବିଭାଗର ସଂକ୍ରମଣ, ଆଘାତ, କେନ୍ଦ୍ରୀୟ ସ୍ନାୟୁ ବିଭାଗର ଜନ୍ମଗତ ତ୍ରୁଟି ଓ ମେଟାବୋଲିକ ବେମାରୀ ।
  • ଶୈଶବ ଅବସ୍ଥାରେ - ଜ୍ୱର ଜନିତ ବାତ । ଏହା ସଂକ୍ରମଣ ଯୋଗୁ ବା ଆଘାତ ଯୋଗୁ ହୁଏ ।
  • ପିଲାମାନଙ୍କର ପ୍ରକୃତ ଏପିଲେପ୍ସି ହୁଏ ।
  • କିଶୋର ଓ ଯୁବାବସ୍ଥାରେ ସଂକ୍ରମଣ ଯୋଗୁ ହୁଏ । ଆବେଗ(Emotional stress), ମସ୍ତିଷ୍କ ଅର୍ବୁଦ ବା ଟ୍ୟୁମର , ଆଲକହଲ ଓ ଡ୍ରଗ ।
  • ଉତ୍ତୀର୍ଣ୍ଣ ଯୁବାବସ୍ଥାରେ ସେରେବ୍ରୋଭାସ୍କୁଲାର ରୋଗ ଯୋଗୁ ବାତ ମାରିବା ଅତି ସାଧାରଣ । ଏହା ଛଡା ଅର୍ବୁଦ, ଆଘାତ ଓ ଡିମେନ୍ସିଆ ଯୋଗୁ ମଧ୍ୟ ଏପିଲେପ୍ସି ହୁଏ ।

କେତେକ ଶରୀର ତ୍ରୁଟି ଯୋଗ ମଧ୍ୟ ଏହି ରୋଗ ହୁଏ । ରକ୍ତ-ମସ୍ତିଷ୍କ ବାଧାର (Blood brain barrier) ତ୍ରୁଟି ଥିଲେ ତୀବ୍ର ଓ ସ୍ଥାୟୀ ବାତ ମାରେ । ଆଲବୁମିନ ଓ ଆସ୍ଟ୍ରୋସାଇଟ ଦ୍ୱୟର ପ୍ରତିକ୍ରିୟା ଯୋଗୁ ଏହା ସମ୍ଭବ ହେବା ଅନୁଶୀଳନରୁ ଜଣାଯାଏ ।

ଶରୀରତାତ୍ତ୍ୱିକ ନିଦାନ

କେତେକ ଧରଣର ଅପସ୍ମାର ବାତ ଜିନ୍ ମ୍ୟୁଟେସନ ଯୋଗୁ ହେଉଥିବା ଜଣାଯାଏ । କେତେକ ଜିନ୍‌ରେ ଭୋଲ୍ଟେଜ୍ ଗେଟେଡ୍ ଓ ଲିଗଣ୍ଡ ଗେଟେଡ୍ ଚାନେଲର ପ୍ରୋଟିନ୍ ସବ ୟୁନିଟ କୋଡ୍ ପରିବର୍ତ୍ତନ ଯୋଗୁ ଜେନେରାଲାଇଜ୍‌ଡ୍ ଏପିଲେପ୍ସି ଓ ଇନଫଣ୍ଟାଇଲ୍ ସିଜର ସିଣ୍ଡ୍ରୋମ୍ ରୋଗ ହୁଏ ।
ବଂଶାନୁକ୍ରମିକ ଏପିଲେପ୍ସିରେ ସୋଡିୟମ ଚ୍ୟାନେଲ ପ୍ରୋଟିନ୍ କୋଡ୍ ତୃଟି ଜିନରେ ଦେଖାଯାଏ, ତେଣୁ ସୋଡିୟମ ଚ୍ୟାନେଲ ଖୋଲା ରହି ସ୍ନାୟୁ ସର୍ବଦା ଉତ୍ତେଜିତ ହୋଇ ରହେ । ନିଉରନ୍‌ରୁ ଗ୍ଲୁଟାମେଟ ଅଧିକ କ୍ଷରଣ ହୁଏ । ଏହା ଗ୍ଲୁଟାମ୍ୟାଟର୍‌ଜିକ୍ ନିଉରନ୍ ସହ ସଂଯୁକ୍ତ ହୋଇ ଅତ୍ୟଧିକ କ୍ୟଲସିୟମ କ୍ଷରଣ କରାଏ ଯାହା ନିଉରନ୍ ପ୍ରତି ନିଉରୋଟକ୍ସିକ୍ ହୁଏ । ହିପୋକ୍ୟାମ୍ପସରେ ଏହି ଭଳି ଗ୍ଲୁଟାମ୍ୟାଟର୍‌ଜିକ୍ ନିଉରନ ଅଧିକ ଥାଏ । ଅନ୍ୟ ବିଚାର ଅନୁସାରେ ଜିନ୍ ମ୍ୟୁଟେସନ ହୋଇ ତ୍ରୁଟିଯୁକ୍ତ ଗାବା କ୍ରିୟା ହୁଏ ।

ବର୍ଗୀକରଣ

ଏପିଲେପ୍ସି ରୋଗକୁ ୫ ପ୍ରକାର ବର୍ଗୀକରଣ କରାଯାଏ ।
୧. କାରଣ ଅନୁସାରେ
୨. ବାତ ଉପସ୍ଥାପନା ଅନୁସାରେ
୩. ମସ୍ତିଷ୍କରେ ସୃଷ୍ଟି ହେବା ସ୍ଥାନ ଅନୁସାରେ
୪. ପରିଚିତ ଲକ୍ଷଣ ସମୂହ ଅନୁସାରେ
୫. ଟ୍ରିଗର ଅନୁସାରେ
ଇଣ୍ଟରନ୍ୟାସନାଲ୍ ଲିଗ ଏଗେନ୍ସଟ ଏପିଲେପ୍ସି (I.L.A.E.)୧୯୮୧ ମସିହାରେ ଏକ ବର୍ଗୀକରଣ ଉପସ୍ଥାପନ କରିଥିଲେ ଯାହା ସାଧାରଣତଃ ବ୍ୟବହାର ହେଉଛି। ରୋଗର ପ୍ରଦର୍ଶନ ଓ ଇ.ଇ.ଜି. ରେକର୍ଡ ଅନୁସାରେ ଏହି ବର୍ଗୀକରଣ କରାଯାଇଥିଲା । ୧୯୮୯ ମସିହାରେ ଆଉଥରେ ଇଣ୍ଟରନ୍ୟାସନାଲ୍ ଲିଗ ଏଗେନ୍ସଟ ଏପିଲେପ୍ସି ଗୋଟିଏ ବର୍ଗୀକରଣ କରିଥିଲା ଯାହା ଏପିଲେପ୍ସି ଓ ଏପିଲେପ୍ସି ସିନ୍ଡ୍ରୋମ ଅନୁସାରେ କରାଯାଇଥିଲା। ଏହା ଦୁଇ ଆକ୍ସିସ୍ ବିଶିଷ୍ଟ ସ୍କିମ । ଏହି ସଂସ୍ଥା ୧୯୯୭ ମସିହାଠାରୁ ୫ ଆକ୍ସିସ୍ ବିଶିଷ୍ଟ ସ୍କିମ ଉପରେ କାମ କରୁଛି : ଇକ୍ଟାଲ ଦୃଶ୍ୟ, ସିଜର ଟାଇପ. ସିଜର ସିନ୍ଡ୍ରୋମ, କାରଣ ଓ ପରିବର୍ତ୍ତନ ଅନୁସାରେ ।

ସିଜର ଟାଇପ (Seizure type)

ବାତର ଉତ୍ପତ୍ତି ସ୍ଥଳ ମସ୍ତିଷ୍କ ଭିତରେ କେନ୍ଦ୍ରୀଭୁତ ବା ବିକ୍ଷିପ୍ତ ଥାଏ । କେନ୍ଦ୍ରୀଭୁତ ସିଜରରେ ସଚେତନ ଥିଲେ ସରଳ କୁହାଯାଏ, ସଚେତନ ନ ଥିଲେ ଜଟିଳ କୁହାଯାଏ । ଚେତନା ଓ ଶରୀର ଉପରେ ପ୍ରଭାବ ଅନୁସାରେ ବିକ୍ଷିପ୍ତ ସିଜରକୁ ନାମ କରଣ କରାଯାଏ ଯଥା ପେଟିଟମାଲ(ଅନୁପସ୍ଥିତ), ମାୟୋକ୍ଲୋନିକ୍, କ୍ଲୋନିକ୍, ଟୋନିକ୍, ଟୋନିକ୍-କ୍ଲୋନିକ୍(ଗ୍ରାଣ୍ଡମାଲ୍) ଓ ଆଟୋନିକ୍ ସିଜର।
ପିଲାମାନଙ୍କଠାରେ ଏପିଲେପ୍ସି ନ ଥାଇ କେତେକ ଲକ୍ଷଣ ପ୍ରକାଶ ପାଏ । ସେହି ଲକ୍ଷଣମାନ:

  • ଧ୍ୟାନ ନ ଥିବା ଚାହାଣି
  • ଭୟାତୁର କମ୍ପନ (ଉତ୍ତେଜନା ବା ଥକ୍କା ହେତୁ)
  • ମୁଣ୍ଡ ହଲେଇବା, ଝୁଲିବା ବା ମୁଣ୍ଡ ବାଡେଇବା
  • କନ୍‌ଭର୍ସନ ଡିଜ୍ଅର୍ଡର

କନ୍‌ଭର୍ସନ ଡିଜ୍ଅର୍ଡର ଶୋଇବା ବେଳେ ହୁଏ ନାହିଁ, ଛାଏଁ ଛାଏଁ ଝାଡା ପରିସ୍ରା ହୋଇଯାଏ ନାହିଁ ବା ନିଜକୁ ଆଘାତ କରାଯାଏ ନାହିଁ।

ଏପିଲେପ୍ସି ସିଣ୍ଡ୍ରୋମ

ଅନେକ ପ୍ରକାର ବାତ ବା ଫିଟ୍ସ ଥିବା ଭଳି ଅନେକ ପ୍ରକାର ଏପିଲେପ୍ସି ସିଣ୍ଡ୍ରୋମ ଥାଏ । ନିମ୍ନରେ କେତେକ ସାଧାରଣ ଏପିଲେପ୍ସି ସିଣ୍ଡ୍ରୋମ ବିଷୟ ଦିଆଗଲା ।

  • ଅଟୋସୋମାଲ ଡୋମିନାଣ୍ଟ ନୋକ୍‌ଚରନାଲ ଫ୍ରଣ୍ଟାଲ ଲୋବ ଏପିଲେପ୍ସି ।
  • ବିନାଇନ୍ ସେଣ୍ଟ୍ରୋଟେମ୍ପୋରାଲ ଲୋବ ଏପିଲେପ୍ସି ।
  • ବିନାଇନ୍ ଅକ୍ସିପିଟାଲ ଏପିଲେପ୍ସି ଅଫ ଚାଇଲ୍ଡହୁଡ ।
  • କାଟାମେନିଆଲ୍ ଏପିଲେପ୍ସି ।
  • ଚାଇଲ୍ଡହୁଡ ଆବସେନ୍ସ ଏପିଲେପ୍ସି ।
  • ଡ୍ରାଭେଟ ସିଣ୍ଡ୍ରୋମ ।
  • ଏପିଲେପ୍ସି ଫିମେଲ୍ ।
  • ଫ୍ରଣ୍ଟାଲ ଲୋବ୍ ଏପିଲେପ୍ସି ।
  • ଜୁଭେନାଇଲ୍ ଆବସେନ୍ସ ଏପିଲେପ୍ସି ।
  • ଜୁଭେନାଇଲ ମାୟୋକ୍ଲୋନିକ୍ ଏପିଲେପ୍ସି ।
  • ଲେନକ୍ସ ଗାସ୍ଟାଉଟ ସିଣ୍ଡ୍ରୋମ ।
  • ଓଟାହାରା ସିଣ୍ଡ୍ରୋମ ।
  • ପ୍ରାଇମେରୀ ରିଡିଙ୍ଗ ଏପିଲେପ୍ସି ।
  • ପ୍ରୋଗ୍ରେସିଭ୍ ମାୟୋକ୍ଲୋନିକ୍ ଏପିଲେସି ।
  • ରାସ୍ମୁସେନ୍ ଏପିଲେପ୍ସି ।
  • ଟେମ୍ପୋରାଲ୍ ଲୋବ୍ ଏପିଲେପ୍ସି ।
  • ଟୁବରକୁଲସ୍ ଏପିଲେପ୍ସି ।
  • ଉଏସ୍ଟ ସିନ୍ଡ୍ରୋମ ।

ଚିକିତ୍ସା

ସଠିକ ଚିକିତ୍ସା ଆରମ୍ଭ କରିବା ପୂର୍ବରୁ କେଉଁ ପ୍ରକାରର ଏପିଲେପ୍ସି ହେଉଛି ତାହା ଜାଣିବା ନିତାନ୍ତ ଆବଶ୍ୟକ। ଏହି ରୋଗୀମାନଙ୍କୁ ସାଧାରଣ ମେଡିସିନ ଚିକିତ୍ସକ, ସ୍ନାୟୁ ବିଶେଷଜ୍ଞ ଓ ସ୍ନାୟୁ ଶଲ୍ୟ ବିଶାରଦମାନେ ଚିକିତ୍ସା କରନ୍ତି । ଅପରେଶନଦ୍ୱାରା ଫିଟ୍ସ କମ ହୁଏ, ଭୟାବହତା କମିଯାଏ ଓ କେତେକେ ସ୍ଥଳେ ଆରୋଗ୍ୟ ହୋଇଯାଏ। ଅପରେଶନ ଫଳାଫଳକୁ ଜେରୋମ୍ ଇଞ୍ଜେଲ ଏକ ଗ୍ରେଡ ଆକାରରେ ପ୍ରକାଶ କରିବାକୁ ପରମର୍ଶ ଦେଇଛନ୍ତି।

ଔଷଧ

ଔଷଧ ଏହାର ମୂଖ୍ୟ ଚିକିତ୍ସା । ଏହି ଔଷଧ ଗୁଡିକୁ ଆଣ୍ଟିକନ୍‌ଭଲସାଣ୍ଟ କୁହାଯାଏ । ଅନେକ ସମୟରେ ଆଣ୍ଟିକନ୍‌ଭଲସାଣ୍ଟ ସାରା ଜୀବନ ଖାଇବାକୁ ପଡେ ଓ ଏହା ଜୀବନ ଧାରା ଉପରେ ପ୍ରଭାବ ପକାଏ । ବିଭିନ୍ନ ଆଣ୍ଟିକନ୍‌ଭଲସାଣ୍ଟର କର୍ମ ବିଧି, ଉପକାର ଓ ବିଷାକ୍ତ ପ୍ରଭାବ ଅଲଗା ଅଲଗା ହୁଏ ।

ଉପଲବ୍ଧ

ଆମେରିକାରେ ୨୦ଟି ଔଷଧ ବ୍ୟବହାର ନିମନ୍ତେ ସ୍ୱିକୃତି ପାଇଛି । ସେଗୁଡିକର ନାମ: କାର୍ବାମାଜେପିନ୍ (ଟେଗ୍ରେଟଲ୍), କ୍ଲୋରାଜେପେଟ, କ୍ଲୋନାଜେପାମ, ଇଥୋସକ୍ସାମାଇଡ, ଫେଲବାମେଟ, ଫସଫେନିଟଏନ, ଗାବାପେଣ୍ଟିନ, ଲାକୋସାମାଇଡ, ଲାମୋଟ୍ରିଗିନ, ଲେଭେଟିରାସେଟାମ, ଅକ୍ସକାର୍ବାଜେପିନ୍, ଫେନୋବାର୍ବିଟାଲ, ଫେନିଣ୍ଟଏନ୍, ପ୍ରିଗାବାଲିନ୍, ପ୍ରିମିଡୋନ, ଟିଆଗାବାଇନ୍, ଟୋପିରାମେଟ, ଭାଲପ୍ରୋଏଟ ଏବଂ ଜୋନିସାମାଇଡ । ଅଧିକାଂଶ ଔଷଧ ୧୯୯୦ ମସିହା ପରେ ସୃଷ୍ଟି ହୋଇଛି ।

କାର୍ଯ୍ୟଦକ୍ଷତା

ବ୍ୟବହାର ହେଉଥିବା ଔଷଧ ଅନ୍ତତଃ ୫୦ % ରୋଗୀଙ୍କର ବାତ ୫୦ % ଉପଶମ ହେଲେ ତାହାକୁ କାର୍ଯ୍ୟଦକ୍ଷ(Effective) କୁହାଯିବ । ସର୍ବୋତ୍କ୍ରୁଷ୍ଟ ଆଣ୍ଟିକନ୍‌ଭଲସାଣ୍ଟ ଚିକିତ୍ସା ସତ୍ତ୍ୱେ ୨୦ % ରୋଗୀଙ୍କର ମଝିରେ ମଝିରେ ବାର ମର ଜାରି ରହେ ।

ସୁରକ୍ଷା ଓ ପାର୍ଶ୍ୱ ପ୍ରତିକ୍ରିୟା

୮୮ % ରୋଗୀଙ୍କର ଅନ୍ୟୁନ ଗୋଟିଏ ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା ଗୋଟିଏ ଇଉରୋପିଆନ ଅନୁଶୀଳନରୁ ଦେଖାଯାଇଛି। ଅଧିକାଂଶ ପାର୍ଶ୍ୱ ପ୍ରତିକ୍ରିୟା କମ ଧରଣର ହୁଏ, ମାତ୍ରା ବ୍ୟତିକ୍ରମ(Dose related) ଯୋଗୁ ହୁଏ ଓ ଉପଯୁକ୍ତ ଚିକିତ୍ସାଦ୍ୱାରା ମୋଟେ ପ୍ରତିକ୍ରିୟା ହୁଏ ନାହିଁ ବା ସ୍ୱଳ୍ପ ପରିମାଣ ହୁଏ । କେତେକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଯକୃତ ବିଷାକ୍ତ, ଆପ୍ଲାସ୍ଟିକ୍ ଆନିମିଆ ଓ ଚର୍ମ ରୋଗ ମୂଖ୍ୟତଃ ଦେଖାଯାଏ । ଗର୍ଭିଣୀ ମହିଳାମାନଙ୍କର ବିକୃତ ଛୁଆ ହେବା ସମ୍ଭାବନା ରହେ ।

ଆଣ୍ଟିକନ୍‌ଭଲସାଣ୍ଟ ବ୍ୟବହାର ଓ ଚିକିତ୍ସା

ଆଣ୍ଟିକନ୍‌ଭଲସାଣ୍ଟ ପ୍ରେସକ୍ରିପସନ ଦେବାବେଳେ ଚିକିତ୍ସକଙ୍କ ମୂଳ ଲକ୍ଷ ରହେ ଯେପରି ବାତ ଆଦୌ ହେବ ନାହିଁ ଓ ଯଥା ସମ୍ଭବ କମ ପାର୍ଶ୍ୱ ପ୍ରତିକ୍ରିୟା ହେବ । ଅନେକ ରୋଗୀ ଗୋଟିଏ ଔଷଧ ବ୍ୟବହାର କରନ୍ତି ଓ କେତେକଙ୍କର ଏକାଧିକ ଔଷଧ ଆବଶ୍ୟକ ହୁଏ । ସେଥି ନିମନ୍ତେ ଡାକ୍ତର ଏକ ସନ୍ତୁଳିତ ପ୍ରେସକ୍ରିପସନ ଦିଅନ୍ତି । ଗୋଟିଏ ଔଷଧ ଖାଉଥିବା ରୋଗୀଙ୍କର ବିଶେଷ ଅସୁବିଧା ହୁଏ ନାହିଁ କିନ୍ତୁ ଏକାଧିକ ଔଷଧ ଖାଉଥିବା ରୋଗୀଙ୍କୁ ସାବଧାନତା ସହ ଜଗିବାକୁ ହୁଏ ।
ଆଣ୍ଟିଏପିଲେପ୍ଟିକ ଔଷଧ ଖାଉଥିବା ରୋଗୀଙ୍କର ସେରମ ଏ.ଇ.ଡି (antiepileptic drugs ବା AEDs ) ପରୀକ୍ଷା କରି ଔଷଧ କାମ କରୁଛି କି ନାହିଁ ଜଣାଯାଏ, ଏକାଧିକ ଔଷଧମାନଙ୍କର ପରଷ୍ପର ପ୍ରତିକ୍ରିୟା ଜଣାଯାଏ ଓ ନିଦ୍ରାହୀନତା ବା ଅନ୍ୟ କାରଣମାନ ଔଷଧ ଯୋଗୁ ହେଉଛି କି ନାହିଁ ଜଣାଯାଏ । ଶିଶୁ ଓ କଥା କହି ନ ପାରୁଥିବା ବ୍ୟକ୍ତିମାନେ ଏହାଦ୍ୱାରା ବିଶେଷ ଉପକୃତ ହୁଅନ୍ତି । ରୁଟିନ ରକ୍ତ ଓ ପରିସ୍ରା ପରୀକ୍ଷାରୁ ବିଶେଷ ଉପକାର ମିଳେ ନାହିଁ ।
ଦୁଇ ବା ତିନି ଔଷଧ ପ୍ରୟୋଗ ପରେ ମଧ୍ୟ କିଛି ଉପକାର ନ ମିଳିଲେ ତାହାକୁ ମେଡିକାଲି ରିଫ୍ରାକ୍ଟରି(medically refractory) କୁହାଯାଏ । ଅନୁଶୀଳନରୁ ଦେଖାଯାଇଛି, ୪୭ % ରୋଗୀଙ୍କର ପ୍ରଥମ ଔଷଧଦ୍ୱାରା ବାତ ଉପରେ ନିୟନ୍ତ୍ରଣ ହୋଇଯାଏ, ୧୪ % ଲୋକ ଦ୍ୱିତୀୟ ବା ତୃତୀୟ ଔଷଧଦ୍ୱାରା ବାତମୁକ୍ତ ହୁଅନ୍ତି। ୩ % ରୋଗୀ ଏକ ସମୟରେ ଦୁଇ ଔଷଧ ଖାଇଲେ ବାତମୁକ୍ତ ହୁଅନ୍ତି ।

ଅପରେଶନ

ଔଷଧ ପ୍ରତିରୋଧୀ କେନ୍ଦ୍ରୀଭୁତ ବାତ ନିମନ୍ତେ ଅପରେଶନ ଆବଶ୍ୟକ ହୁଏ । ସମ୍ପୁର୍ଣ୍ଣ ବାତ ନିୟନ୍ତ୍ରଣ ଅପରେଶନର ମୂଖ୍ୟ ଲକ୍ଷ ହେଲେ ମଧ୍ୟ ଔଷଧ ଆବଶ୍ୟକ ହୋଇପାରେ।
ମସ୍ତିଷ୍କର କେଉଁ ଅଂଶରୁ ବାତ ସୃଷ୍ଟି ହେଉଛି ଓ ସେହି ଅଂଶକୁ ମୁକ୍ତ କଲେ କେଉଁ କାମ ବାଧାପ୍ରାପ୍ତ ହେବ, ତାହା ଭଲ ଭାବରେ ଅପରେଶନ ପୂର୍ବରୁ ବିଚାର କରାଯାଏ । ଏଥି ନିମନ୍ତେ ବିଭିନ୍ନ ପରୀକ୍ଷା ଆବଶ୍ୟକ ଯଥା; ରୁଟିନ ଇ.ଇ.ଜି., ଦୀର୍ଘ କାଳୀନ ଇ.ଇ.ଜି. ମନିଟରିଙ୍ଗ, ନିଉରୋସାଇକୋଲଜିକାଲ ପରୀକ୍ଷା, ଏମ୍. ଆର. ଆଇ., ପି.ଇ.ଟି., ବାଡା ଟେସ୍ଟ ଓ ଏମ୍. ଇ.ଜି ଇତ୍ୟାଦି ।
କଲୋସ୍ଟୋମି ବା କମିସୁରେକ୍ଟୋମି, ମଲ୍ଟିପ୍ଲ ସବପିଆଲ ଟ୍ରନ୍ସସେକ୍ସନ, ହେମିସ୍ଫେରୋକ୍ଟୋମି ଇତ୍ୟାଦି ଅପରେଶନ କରାଯାଏ ।

ଆଧାର

Tags:

ଅପସ୍ମାର ଚିହ୍ନ ଓ ଲକ୍ଷଣଅପସ୍ମାର କାରଣଅପସ୍ମାର ଶରୀରତାତ୍ତ୍ୱିକ ନିଦାନଅପସ୍ମାର ବର୍ଗୀକରଣଅପସ୍ମାର ଚିକିତ୍ସାଅପସ୍ମାର ଆଧାରଅପସ୍ମାରen:Epilesyen:stigmaଅସ୍ଥି ଭଗ୍ନ

🔥 Trending searches on Wiki ଓଡ଼ିଆ:

ବିଭୂତି ପଟ୍ଟନାୟକକପିଳେନ୍ଦ୍ର ଦେବପ୍ରତୀକ୍ଷାଉଇକିଅଭିଧାନଗଣ୍ଡାବିଶ୍ୱ ଘରଚଟିଆ ଦିବସତିର୍ଥେଶ୍ୱର ଶିବ ମନ୍ଦିରଧରିତ୍ରୀଝୁଲଣ ଯାତ୍ରାAnifrolumabବୁଦ୍ଧ ପୂର୍ଣ୍ଣିମାବିରଜା ମନ୍ଦିରଗୋପାଳ ଚନ୍ଦ୍ର ପ୍ରହରାଜଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକାସୁଶାନ୍ତ ସିଂହହଂକଂଅକ୍ଷାଂଶଗୋପୀନାଥ ମହାନ୍ତିସୁକୁମାର ସେନବଣ୍ଡ (ଅର୍ଥ)ତ୍ରିଭୁଜଶାରଳା ପୁରସ୍କାରବଲ୍ଲଭଭାଇ ପଟେଲଅଶୋକ (ସମ୍ରାଟ)ଅଷ୍ଟ୍ରେଲିଆଦୋହାକୋଷ ଓ ବୌଦ୍ଧ ଗାନସୋମବାରବି. ଆର. ଆମ୍ବେଦକରଲକ୍ଷ୍ମୀକାନ୍ତ ମହାପାତ୍ରଧର୍ମଗୋପାଳ ଛୋଟରାୟକୃଷ୍ଣଜାପାନୀ ଭାଷାଆଷାଢ଼ଭାରତର ଜାତୀୟ ପତାକାଉଇକିକମନ୍ସବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମହାଭାରତବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସାମାଜିକ ବିଜ୍ଞାନ୨୦୧୪ମଧୁସୂଦନ ରାଓଓଡ଼ିଶାଖାଦ୍ୟ ଖଣିଜ ଲବଣପରିସଂଖ୍ୟାନଉତ୍ତମ ମହାନ୍ତିଅଶ୍ୱିନୀ କୁମାର ଘୋଷରାଧାମୋହନ ଗଡ଼ନାୟକଭୁବନେଶ୍ୱରକଟକ ଜିଲ୍ଲାକାନାଡ଼ାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ୧ ସେପ୍ଟେମ୍ବରବୌଦ୍ଧ ଧର୍ମପୂର୍ବେଶ୍ୱର ଶିବ ମନ୍ଦିର୪ ଅପ୍ରେଲଓଡ଼ିଶାର କଳାଜାନକୀ ବଲ୍ଲଭ ପଟ୍ଟନାୟକଭାରତୀୟ ଜନତା ପାର୍ଟିକାଳୀଚରଣ ପଟ୍ଟନାୟକଚୈତ୍ର ପୂର୍ଣ୍ଣିମାଶେଷ ଶ୍ରାବଣମ୍ୟାଲେରିଆଶ୍ରୀରାମ ପଣ୍ଡାପଖାଳ ଦିବସଶୁକ୍ରବାର୨୦୦୭🡆 More