ଶବ୍ଦାର୍ଥ:

ଖଜୁରି
ଉଚ୍ଚାରଣ: Khajuri
ସଂ. ଖରସ୍କନ୍ଧା, ଦୁରାରୋହାସ୍ବାଦ୍ବୀ; ଦୁଷ୍ପ୍ରଧ୍ରର୍ଷ; ୟବନେଷ୍ଟା;ଖର୍ଜୂର; ଖର୍ଜୂରୀ, ନିଃଶ୍ରେଣୀ খেজুর खजूरसोन्धि; खजि. थलमाते. इण्टा, खजुरम. शिन्दि, खजुरीगु खुजुरी, खारकपण. तमररुतब्आ. खुर्मातर

ଦେ. ବି (ସଂ. ଖର୍ଜୂରି) —

ତାଳାଦି ଶ୍ରେଣୀର ଦେଶୀର ଡେଙ୍ଗାବୃକ୍ଷ ଓ ତହିଁର କୋଳି — The date-palm andits berriec; the wild datePhoenix Sylvestris; Indiandate-palm (Haines).

[ ଦ୍ର—ଏହାର କୋଳିରେ ଚୋପାଓ ମାସଂ ଅତି କମ୍; ତଥାପି ଏହାପାଚିଲେ ପିଲାମାନେ ଓ ଇତରଲୋକେଖାଆନ୍ତି ଗଛରେ ଅସଂଖ୍ୟ ଫଳପେନ୍ଥା ପେନ୍ଥା ହୋଇ ଫଳେପ୍ରଥମେ ନେଳି; ପରେ ହଳଦିଆ;ପୂର୍ଣ୍ଣରୂପେ ପାଚିଗଲେ ନାଲି ହୁଏଏହି ଗଛର ପତ୍ର ସରୁ ଓ ଭାରିମୁନିଆଁ ଏହାର ଛାଲି ବା ଡାଳରେ ପିଞ୍ଚ (ବା ଗୋରୁଙ୍କ ଦେହରୁମାଛି ଉଡ଼ାଇବା ପାଇଁ ଓ ଧାନଗଛକୁ ଗୋରୁଙ୍କ ମୁହଁରୁ ରକ୍ଷାକରିବା ପାଇଁ ଗୋବର ଛାଟିବା ନିମନ୍ତେ ଚାମର) ଓ ଛାଞ୍ଚୁଣୀ ହୁଏଏଥିର ପତ୍ରରେ ଏକପ୍ରକାର ଆସନ ବା ପଟି ଘୁଷୁରିଆଜାତୀୟସ୍ତ୍ରୀଲୋକେ ବୁଣନ୍ତି; ଏହାର କନ୍ଦା ବା ବୃକ୍ଷାଗ୍ରର କୋମଳ କନ୍ଦସୁଖାଦ୍ୟଂ ଓ ମିଠା ଆମ ଦେଶରେ ସିଅଳମାନେ ଏ ଗଛର ବେକ

କାଟି ସେଥିରୁ ରସ ବାହାର କରନ୍ତି ସେ ରସର ନାମ ତାଡ଼ିଖରା ବାଜିଗଲେ ଏ ରସ ଭାରି ମାଦକ ହୁଏ ଏହି ତାଡ଼ିକୁଇତରଲେକେ ମଦ କହନ୍ତି ଏହି ତାଡ଼ି ସରକାରଙ୍କ ମାଦକଦ୍ରବ୍ୟ—ତାଲିକାର ଅନ୍ତର୍ଭୁକ୍ତ; ତେଣୁ ଗଛରୁ ତାଡ଼ି ବାହାର କରିବାଓ ବିକ୍ରି କରିବା ନିମନ୍ତେ ସରକାର କର ନିଅନ୍ତି ଏଥିର ରସରୁବଙ୍ଗଦେଶରେ ଗୁଡ଼ ଓ ଚିନି ତିଆରି ହୁଏ ବଙ୍ଗଦେଶରେଖଜୁରିରସ ପିଇବା ସମ୍ବନ୍ଧେ ସେତେ ବାରଣ ନାହିଁ କିନ୍ତୁ ଆମଦେଶରେ ପାଣ, କଣ୍ଡରା , ବଉରୀ, ଡମା, ଚମାର, ହାଡ଼ିଆଦିଛୋଟଜାତୀୟ ଲୋକଙ୍କ ଛଡ଼ା ଅନ୍ୟମାନେ ପ୍ରକାଶ୍ୟରେ ଏହାସେବନ କଲେ ଜାତି ହରାନ୍ତି

ଖଜୁରିଗଛ ଦୁଇ ପ୍ରକାର ଯଥା—(୧: ) ବଡ଼ ଖଜୁରି; (୨: ) ଭୂଇଁଖଜୁରୀ ସିନ୍ଧୁ, ଆରବ, ପାରସ୍ୟ, ମିସର ଆଦି ଦେଶରେ ଖଜୁରିଫଳଖୁବ୍ ମିଠା ଓ ମାଂସଳ; ଏହାକୁ ପିଣ୍ଡଖର୍ଜୂର କହନ୍ତିନେପାଳ ତରାଇ ପ୍ରଦେଶରେ ହାତେ ଦେଢ଼ହାତ ଉଚ୍ଚ ଗଛରେଫଳିବା ଖଜୁରିକୋଳି ଛୋଟ ଛୋଟ ଓ ଏଥିର ମଞ୍ଜି ଅତି ବଡ଼ ଓଶଷ ଖୁବ୍ କମ୍ ଥାଏ ଆଉ ଏକପ୍ରକାର ଖଜୁରିଫଳ ଦ୍ରାକ୍ଷାପରିଆକୃତିବିଶେଷ୍ଟ, ଏହା ଦ୍ବୀପାନ୍ତରରୁ ଏ ଦେଶକୁ ଆସେ; ଏହାକୁଛୁଆରା କହନ୍ତି ପଶ୍ଚିମଦେଶୀୟ ପାଚିଲା ଖଜୁରିଫଳକୁ ଶୁଖାଇକାବୁଲିମାନେ ବିକନ୍ତି ଏହାକୁ ଖୁର୍ମା କହନ୍ତି ବୈଦ୍ୟଶାସ୍ତ୍ରଅନୁସାରେ ଖଜୁରିକୋଳି ଶୀତବୀର୍ୟ୍ୟ, ମଧୁରରସ, ମଧୁରିବିପାକ,ସ୍ନିଗ୍ଧ, ରୁଚିକର, ହୃଦୟଗ୍ରାହୀ, କ୍ଷତ ଓ କ୍ଷୟନାଶକ, ରକ୍ତପିତ୍ତ—ନାଶକ, ପୁଷ୍ଟିକର, ବିଷ୍ଟମ୍ଭି, ଶୁକ୍ରବର୍ଦ୍ଧକ ଓ ବଳକାରକ ଏହାକୋଷ୍ଠଗତବାଯୁ, ବମି, ବାତଶ୍ଳେଷ୍ମଦୋଷ, ଜ୍ବର, ଅତିସାର,କ୍ଷୁଧା, ତୃଷ୍ଣା, କୋଶ, ଶ୍ବାସ, ମତ୍ତତା, ମୂର୍ଚ୍ଛା, ମଦାତ୍ୟୟ ଓ ବାତପିତ୍ତ—ନାଶକ, ଖଜୁରିରସ ମତ୍ତତାଜନକ, ପିତ୍ତତାଜନକ, ପିତ୍ତକାରକ,ବାତଘ୍ନ, କଫ—ନାଶକ, ରୂଚିଜନକ, ଅଗ୍ନିଦୀପକ, ବଳକର ଓ ଶୁକ୍ରବର୍ଦ୍ଧକ]

ଖଜୁରି ଗଛର କି ଗୁଣ ବାହୁନିବି ମୂଳରୁ ପାହାଚ ପାହାଚ ପ୍ରବଚନ

୨: ଗଜା; ଏକ ପ୍ରକାରର ମସକା ଘୃତପକ୍ବ ମିଠାଇ —୨. A kind of fagile sweetmeat.


🔥 Top keywords: ପ୍ରଧାନ ପୃଷ୍ଠାଉଇକିଅଭିଧାନ:ଆଲୋଚନା ସଭାବିଶେଷ:ଖୋଜନ୍ତୁଶବ୍ଦାର୍ଥଉଇକିଅଭିଧାନ:ପୁରୁଣା ପ୍ରଧାନ ପୃଷ୍ଠା (୨୦୨୦)ଓଡ଼ିଆଯୋଗବୋତଲପାଣିରକ୍ତବିଆମାଣପେଜସଂସ୍କୃତିପ୍ରକୃତିଭକ୍ତିସବୁଦମ୍ପତିଅକିଞ୍ଚନଶାଳମାଟିକରଣକଙ୍କରିଳକଣିନଖାଯଶ ରଖିବାଟୋକଣାଠାଆ ଠାଆକେନଦୀଉଚକା ଦେବାକକେଇପୁଅ ଭାଇଭିନ୍ନକଡ଼ବାଶବ୍ଦକଚୁପୋଡ଼ାନାମକତୁରିଆକଞ୍ଚାସୁନାସାନିକଶବୀ ରଖିବାଘଡ଼ଘଡ଼ିକଇଁଚକାକୁଡ଼ିକର୍ଚାଲିପୌଳିଛତରେଇବାପୁହୁଣାକରନ୍ଦାକଣ୍ଟାପିରିକପ୍ରଥାକଡ଼େଇଜୟଶୃଙ୍ଗଖୋଲା ରଖିବାଖଳିଟୋକୋଇପେଣ୍ଟିଆକଉକନାପରିଣାମ ଦର୍ଶୀକଲର୍ କଲର୍ଠାଆକୁ ଠାଆଗତିଗୟଳକଲାଏତ୍କ୍ଷୁର୍ଣ୍ଣକୁକ୍ଷିମ୍ଭରିତିକତଖଣ୍ଟ ମାରିବାଖଣ୍ଡିକାଶ ମାରିବାମହାଭାରତବଉଦଜୁଡ଼ି ହଙ୍କେଇବାଉତ୍କଟକ୍ରତୁଭୁଜଟୋଲକା