ଶବ୍ଦାର୍ଥ:


ଉଚ୍ଚାରଣ: ka
ক क

ସଂ —

ପ୍ରଥମ ବର୍ଗର ପ୍ରଥମ ବର୍ଣ୍ଣ; ପ୍ରଥମ ବ୍ୟଞ୍ଜନ ବର୍ଣ୍ଣ (ଏହାରଉଚ୍ଚାରଣ ସ୍ଥାନ କଣ୍ଠ ଏହା କୌଣସି ଅକ୍ଷର ସଙ୍ଗେ ଯୁକ୍ତହେଲେ, ସେହି ଅକ୍ଷର ତଳେ 'କ' ମାତ୍ରା ରୂପେ ବ୍ୟବହୃତ ହୁଏକ ବର୍ଗର ପାଞ୍ଚ ଗୋଟି ଅକ୍ଷର ଯଥା—କ, ଖ, ଗ, ଘ, ଙ) —The first consonant of the Sanskrit andthe Oṟḍ̠iā alphabet.

ସଂ. ବି, (କୈ ଧାତୁ=ଶବ୍ଦ କରିବା; ଦୀପ୍ତି ପାଇବା+କର୍ତ୍ତୃ. ଅ) —

୧: ବ୍ରହ୍ମା —୧. Brahmā.

୨: ବିଷ୍ଣୁ —୨. Bishṇu.

୩: ଶିବ —୩. Ṡiba.

୪: ବାୟୁ —୪. Air.

୫: ୟମ —୫. J̄ama.

୬: ସୂର୍ୟ୍ୟ —୬. Sun.

୭: ଆତ୍ମା —୭. Soul.

୮: ଅଗ୍ନି —୮. Fire.

୯: ପକ୍ଷୀ —୯. Bird.

୧: ଦକ୍ଷ ପ୍ରଜାପତି —୧୦. Daksha Prajāpati.

୧୧: ରୋଗ —୧୧. Sickness; disease.

୧୨: କାଳ —୧୨. Time.

୧୩: କନ୍ଦର୍ପ —୧୩. Cupid.

୧୪: ଦୀପ୍ତି —୧୪. Lustre.

୧୫: କେଶ —୧୫. Hair.

୧୬: ମୟୂର —୧୬. Peacock.

୧୭: ଶରୀର —୧୭. Body.

୧୮: ରାଜା —୧୮. King.

୧୯: ଶବ୍ଦ —୧୯. Sound.

୨: ଧନ —୨୦. Money; riches.

୨୧: ମନ —୨୧. Mind.

୨୨: ମସ୍ତକ —୨୨. Head.

୨୩: ସୁଖ —୨୩. Happiness.

୨୪: ଜଳ —୨୪. Water.

[ଦ୍ର—ତନ୍ତ୍ରମତରେ ଏହି ଅକ୍ଷରର ବାମରେଖା ବ୍ରହ୍ମା, ଦକ୍ଷିଣ—ରେଖା ବିଷ୍ଣୁ ଓ ଅଧୋରେଖା ରୁଦ୍ର; ମାତ୍ରା ସାକ୍ଷାତ ସରସ୍ବତୀ ଓସଧ୍ୟସ୍ଥଳର ଶୂନ୍ୟସ୍ଥାନ ସଦାଶିବ]

ସଂ. ପ୍ରତ୍ୟୟ —

୧: ସ୍ବାର୍ଥବୋଧକ (ଯଥା—ବାଳ+କ=ବାଳକ) —୧. (a Sanskrit suffix) Denotingselfsame.

୨: ଅଳ୍ପ ବା କ୍ଷୁଦ୍ରାର୍ଥବୋଧକ (ଯଥା—ମାଣବକ; ପୁତ୍ରକ;ଅଶ୍ବକ) —୨. Denoting diminutive form.

୩: ସହାର୍ଥତତ୍ପୁରୁଷ ବା ବହୁବ୍ରୀହି ସମାସରେ ସମସ୍ତପଦଶେଷରେ ଯୁକ୍ତ ହୁଏ (ଯଥା—ସସ୍ତ୍ରୀକ; ଅରାଜକ;ବିପତ୍ନୀକ) —୩. Used in adjectivalcompounds denoting, accompanied with.

ଦେ. ଅ. —

୧: (ପଦ୍ୟ) (ସଂ. କିଳ)—ପାଦ ପୂରଣ ପାଇଁ କ୍ରିୟାଶେଷରେ ପ୍ରଯୁକ୍ତ —୧. Redundant letter addedto a verb.

ପୂର୍ବ ଦୁଃଖ ଅପମାନ କଲେକ ସ୍ମରଣବିଷଦାନ, ଜତୁଗୃହ, ବନବିବାସନ ରାଧାନାଥ, ବେଣୀସଂହାର

୨: (ପଦ୍ୟ) (କ୍ରିୟା ସଙ୍ଗେ ଯୁକ୍ତ ହେଲେ କ୍ରିୟାର ନିଶ୍ଚୟାର୍ଥବୁଝାଏ)—ନିଶ୍ଚେଁ;ଟି —୨. Certainly; surely.

ଧନୁ ଶର ତଳେ ଥୋଇ ଲାଗିବାକ ଆସ ପୀତାମ୍ବର, ନୃସିଂହପୁରାଣ

୩: (କାଳବାଚକ ଶବ୍ଦ ସଙ୍ଗେ ଯୁକ୍ତ) ମାତ୍ର; କେବଳମାତ୍ର —୩. Only; merely.

ରୁଣ୍ଡ ହୋଇଲେ ଗଡ଼ ଦ୍ବାରେ,ଆଜବ ରହିବେ ତୋଟାରେ ଜଗନ୍ନାଥ, ଭାଗବତ

୪: ସଂଖ୍ୟା ବା ସମାହାରବାଚକ ଶଦ୍ଦ ପରେ ଏକବଚନାର୍ଥରେବ୍ୟବହୃତ; ଏକ —୪. Single; one.

(ଯଥା—ପଣକ; କାହାଣକ; ସେରକ; ଜଣକ; ମାଣକ; ଇତ୍ୟାଦି)

ଧୋବା ମଳିକ, ସଙ୍ଖାଳି କରିଛି ଝିଅ ହଳିକ ଢଗ

୫: (କାଳବାଚକ ଶଦ୍ଦ ପରେ ବ୍ୟବହୃତ) ଏକମାତ୍ର; ଏକସଂଖ୍ୟକ —୫. One only.

(ଯଥା—କ୍ଷଣକ; ମୁହୂର୍ତ୍ତକ ଇତ୍ୟାଦି)

ନିମିଷକେ ପ୍ରାଣ ତାର ପକାନ୍ତିଟି ଦହି ପୀତାମ୍ବର, ନୃସିଂହପୁରାଣ

୬: (ଅନ୍ୟ ବିଶେଷ୍ୟ ପଦ ପରେ ଯୁକ୍ତ) ପ୍ରତ୍ୟେକ —୬. Each; every.

ରୋମକେ ବ୍ରହ୍ମାଣ୍ଡ ତୋହର ଭୂପତି, ପ୍ରେମପଞ୍ଚାମୃତ

୭: (ବ୍ୟାପ୍ତ୍ୟର୍ଥକ) ସମସ୍ତ; ୟାକ —୭. All; the whole.

(ଯଥା—ପୋଖରୀକ ମାଛ ଲୁଟି ନେଲା; ଏତେକ; ସେତେକ;ୟେତେକ ଇତ୍ୟାଦି)

୮: (ସଂଖ୍ୟାବାଚକ ଶବ୍ଦ ସଙ୍ଗେ ଯୁକ୍ତ)—(ଅମୁକ) ସଂଖ୍ୟାରପୂରକ —୮. In the place of a certainnumber e.g. third; fifth.

(ଯଥା—ତିନିକ ପଣିକିଆର ପାଞ୍ଚକ ଖନ୍ଦା ବୋଲି ୟାଅ)

୯: (ପରିମାଣବାଚକ ସର୍ବନାମ ସଙ୍ଗେ ଯୁକ୍ତ)—ପ୍ରାୟ ୯. Approximately.

(ଯଥା—ଏତକ; ସେତକ; ୟେତେକ; କେତେକ ଇତ୍ୟାଦି)


🔥 Top keywords: ପ୍ରଧାନ ପୃଷ୍ଠାଉଇକିଅଭିଧାନ:ଆଲୋଚନା ସଭାବିଶେଷ:ଖୋଜନ୍ତୁଶବ୍ଦାର୍ଥଉଇକିଅଭିଧାନ:ପୁରୁଣା ପ୍ରଧାନ ପୃଷ୍ଠା (୨୦୨୦)ଓଡ଼ିଆଯୋଗବୋତଲପାଣିରକ୍ତବିଆମାଣପେଜସଂସ୍କୃତିପ୍ରକୃତିଭକ୍ତିସବୁଦମ୍ପତିଅକିଞ୍ଚନଶାଳମାଟିକରଣକଙ୍କରିଳକଣିନଖାଯଶ ରଖିବାଟୋକଣାଠାଆ ଠାଆକେନଦୀଉଚକା ଦେବାକକେଇପୁଅ ଭାଇଭିନ୍ନକଡ଼ବାଶବ୍ଦକଚୁପୋଡ଼ାନାମକତୁରିଆକଞ୍ଚାସୁନାସାନିକଶବୀ ରଖିବାଘଡ଼ଘଡ଼ିକଇଁଚକାକୁଡ଼ିକର୍ଚାଲିପୌଳିଛତରେଇବାପୁହୁଣାକରନ୍ଦାକଣ୍ଟାପିରିକପ୍ରଥାକଡ଼େଇଜୟଶୃଙ୍ଗଖୋଲା ରଖିବାଖଳିଟୋକୋଇପେଣ୍ଟିଆକଉକନାପରିଣାମ ଦର୍ଶୀକଲର୍ କଲର୍ଠାଆକୁ ଠାଆଗତିଗୟଳକଲାଏତ୍କ୍ଷୁର୍ଣ୍ଣକୁକ୍ଷିମ୍ଭରିତିକତଖଣ୍ଟ ମାରିବାଖଣ୍ଡିକାଶ ମାରିବାମହାଭାରତବଉଦଜୁଡ଼ି ହଙ୍କେଇବାଉତ୍କଟକ୍ରତୁଭୁଜଟୋଲକା